ଏଲପିଜି ଏଜେଣ୍ଟମାନେ ଖୁବଶୀଘ୍ର ଗ୍ୟାସ୍ ସିଲିଣ୍ଡର ଦେଲାବେଳେ କାର୍ଡ ସ୍ଵାଇପ୍ ମେସିନ୍ ଧରି ଯିବେ

ଏଲପିଜି ଏଜେଣ୍ଟମାନେ ଖୁବଶୀଘ୍ର ଗ୍ୟାସ୍ ସିଲିଣ୍ଡର ଦେଲାବେଳେ କାର୍ଡ ସ୍ଵାଇପ୍ ମେସିନ୍ ଧରି ଯିବେ

Friday December 23, 2016,

1 min Read

ତାମିଲନାଡୁର ଇଣ୍ଡେନ ରୋଷେଇ ଗ୍ୟାସ୍ ଗ୍ରାହକମାନଙ୍କ ପାଇଁ ଆସିଛି ଏକ ଶୁଭ ଖବର। ସେମାନେ ଏବେ ନଗଦହୀନ(କ୍ୟାସଲେସ) ନେଣଦେଣ କରିପାରିବେ। ରାଜ୍ୟର ସମସ୍ତ ଏଲପିଜି ଏଜେଣ୍ଟ ମାନେ ୧ ଜାନୁୟାରୀ ୨୦୧୭ଠାରୁ ଘରମାନଙ୍କରେ ଗ୍ୟାସ୍ ସିଲିଣ୍ଡର ଦେଲାବେଳେ ସାଥିରେ ସ୍ଵାଇପ୍ ମେସିନ୍ ଧରିଯିବେ।

Source : <a href=

Source :

Flickr / Meena Kadria12bc34de56fgmedium"/>

ବ୍ୟାଙ୍କମାନେ ବିତରଣକାରୀମାନଙ୍କୁ ଏଲପିଜି ଏଜେଣ୍ଟ ମାନେ ମେସିନ ଯୋଗାଇଦେବେ। ପିଟିଆଇସୂତ୍ରରୁ ପ୍ରକାଶ ଯେ ସରକାର ନଗଦଟଙ୍କାର ବ୍ୟବହାର ହ୍ରାସକରିବା ପାଇଁ ବ୍ୟାଙ୍କମାନଙ୍କୁ ଅନୁରୂପ ଆଦେଶ ଦେଇସାରିଛନ୍ତି। ବିମୁଦ୍ରାୟନ ଲାଗୁହେଲା ପରେ ଭାରତର ଜନସାଧାରଣଙ୍କୁ ନଗଦ କ୍ୟାସ ପାଇଁ ଅନେକ କଷ୍ଟ ଉଠାଇବାକୁ ପଡୁଛି ।

ଅଧିକାଂଶ ଏଟିଏମ୍ରେ କ୍ୟାସ୍ ମିଳୁନାହିଁ। ଯେଉଁଥିରେ ଅଛି ଅବିଳମ୍ବେ ଶେଷ ହୋଇଯାଉଛି। ପ୍ରାୟ ସମସ୍ତ ବ୍ୟାଙ୍କମାନଙ୍କୁ ଏଟି ଗୁଡିକରେ ବାରମ୍ବାର କ୍ୟାସ୍ ଭରିବାକୁ ପଡୁଛି।

ସଂପ୍ରତି କ୍ୟାସଲେସ ଶବ୍ଦଟି ସମଗ୍ର ଦେଶରେ ଲୋକପ୍ରିୟ ହୋଇଛି ଏବଂ ଧୀରେ ଧୀରେ ଏକ ବାସ୍ତବତା ହେବାକୁ ଯାଉଛି । ଅନେକଗୁଡ଼ିଏ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ଯେପରିକି ଫାଷ୍ଟଫୁଡ୍ ଓ ଅନ୍ୟାନ୍ୟ ଛୋଟ ଦୋକାନ ମାନଙ୍କରେ Paytm ଓ Freecharge ଭଳି ଅନଲାଇନ ପ୍ଲାଟଫର୍ମ ଜରିଆରେ ନେଣଦେଣ ଆରମ୍ଭ ହେଲାଣି।

ନୀତିଗତ ଭାବେ ଦେଖିବାକୁ ଗଲେ ବିମୁଦ୍ରୀକରଣର କିଛି ଭଲ ଓ ମନ୍ଦ ଦିଗ ଥାଇପାରେ କିନ୍ତୁ ସମଗ୍ର ଦେଶର ଆର୍ଥିକ ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଦେଖିବାକୁ ମିଳୁଛି ଏବଂ ଏହା ଡିଜିଟାଲ ଆଡକୁ ଗତି କରୁଛି ।

ଏ ପରିସ୍ଥିତିରେ ତାମିଲନାଡ଼ୁ ସରକାର ଓ ଇଣ୍ଡେନ ଗ୍ୟାସ୍ କମ୍ପାନୀର ଏପରି ପଦକ୍ଷେପ ପ୍ରଶଂସନୀୟ। ଓଡ଼ିଶା ସରକାର ଏବଂ ଗ୍ଯାସ କମ୍ପାନୀ ମାନେ ଏପରି ପଦକ୍ଷେପକୁ ଅନୁସରଣ କରିବା ଅପେକ୍ଷାରେ ରହିଲୁ।