୧୬ ବର୍ଷୀୟ ମହମ୍ମଦଙ୍କ ୱେବସାଇଟ ପାଇଁ ପାଇଲେ ୪୨ କୋଟିର ଅଫର

୧୬ ବର୍ଷୀୟ ମହମ୍ମଦଙ୍କ ୱେବସାଇଟ ପାଇଁ ପାଇଲେ ୪୨ କୋଟିର ଅଫର

Thursday February 09, 2017,

2 min Read

ସୋସିଆଲ ମିଡ଼ିଆର ଯାଦୁ ଛୋଟରୁ ବଡ଼ ସମସ୍ତଙ୍କୁ ଟାଣୁଛି। ଏହି ଯୁଗରେ ୧୬ ବର୍ଷୀୟ ମହମ୍ମଦ ଅଲି କିଛି ଅଲଗା କରି ଦେଖାଇଛନ୍ତି। ସେ ନିଜେ ନିଜର ଛୋଟିଆ ରୁମରେ ବସି ଏକ ଦରଦାମ ତୁଳନା କରିବାର ୱେବସାଇଟ ତିଆରି କରିଛନ୍ତି। ୱେବସାଇଟର ନାମ ହେଲା weneed1.com। ଏହି ୱେବସାଇଟକୁ କିଣିବା ପାଇଁ ତାଙ୍କୁ ୫ ମିଲିୟନ ପାଉଣ୍ଡ ଅର୍ଥାତ ୪୨ କୋଟି ଟଙ୍କାର ଅଫର ଆସିଥିଲା କିନ୍ତୁ ତାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

Source: Metro

Source: Metro


ମହମ୍ମଦ ବିଶ୍ବାସ କରନ୍ତି ଯେ ଏହି ୱେବସାଇଟର ମୂଲ୍ୟ ଭବିଷ୍ୟତରେ ଯାଇ ଆହୁରି ଅଧିକ ହେବ। ତେଣୁ ସେ ବର୍ତ୍ତମାନ ତାକୁ ଆଉ କେଉଁ କମ୍ପାନି ହାତରେ ଟେକି ଦେବାକୁ ଚାହାଁନ୍ତି ନାହିଁ। Metro ସହ କଥା ହେଇ ସେ କୁହନ୍ତି,

ଆମେ ଲଣ୍ଡନ ଠାରେ ଏହି ନିବେଶକଙ୍କ ସହ ଭେଟ କରିଥିଲୁ। ଏହି ୱେବସାଇଟ ପାଇଁ ଦରକାର ହେଇଥିବା ସମସ୍ତ ଟେକ୍ନୋଲୋଜି ମୁଁ ନିଜେ ତିଆରି କରିଛି। ମୁଁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ମୁଖ୍ୟ କାରଣ ହେଉଛି, ଯଦି କେବଳ ପରିକଳ୍ପନା ଏବଂ ଟେକ୍ନୋଲୋଜି ପାଇଁ ଲୋକେ ଏତେ ଟଙ୍କାର ମୂଲ୍ୟାୟନ କରିପାରୁଛନ୍ତି ତେବେ ଗ୍ରାହକ ମାନେ ବ୍ଯବହାର କରିବା ପରେ ଏହାର ମୂଲ୍ୟ ଆହୁରି କେତେ ନ ହେବ।
Source: Dailymail.co.uk

Source: Dailymail.co.uk


ଯଦିଓ ସେ ଏହି ପ୍ରସ୍ତାବକୁ ଖୁବ ସମ୍ମାନ କରନ୍ତି ଓ ଜାଣନ୍ତି ଯେ ଏହା ଏକ ବିରାଟ ବଡ଼ ଉପଲବ୍ଧି। କିନ୍ତୁ ସେ ଏହି ୱେବସାଇଟର ଭବିଷ୍ୟତକୁ ନେଇ ଖୁବ ଆଶାବାଦୀ। ସେ ଏହି ୱେବସାଇଟ ଭବିଷ୍ୟତରେ ଖୁବ ଲୋକପ୍ରିୟ ହେବ ବୋଲି ଆଶା ରଖନ୍ତି। ତେବେ ତାଙ୍କର ଉଦ୍ଭାବନ କେବଳ ଏହି ୱେବସାଇଟରେ ସୀମିତ ନାହିଁ। ଏହା ପୂର୍ବରୁ ସେ ‘Project 2006’ ନାମରେ ଏକ ଭିଡିଓ ଗେମ ତିଆରି କରିଥିଲେ। ଏହି ଗେମ ପାଇଁ ତାଙ୍କୁ ୩୦,୦୦୦ ପାଉଣ୍ଡର ପୁରସ୍କାର ମଧ୍ୟ ମିଳିଥିଲା। ଏହି ୱେବସାଇଟ ତିଆରିର ପ୍ରେରଣା ସେ ଲଣ୍ଡନର ସ୍କାରବୋରୋ ଠାରେ ରହୁଥିବା ଜଣେ ଉଦ୍ଯୋଗୀ ମିଷ୍ଟର ଥୋର୍ପଙ୍କ ଠାରୁ ପାଇଥିଲେ।

ମହମ୍ମଦ ତାଙ୍କର ୬୦ ବର୍ଷ ବୟସ୍କ ବ୍ୟବସାୟ ଭାଗୀଦାର କ୍ରିସଙ୍କ ସହ ମିଶି ତିଆରି କରିଥିବା ଏହି ୱେବସାଇଟ ଜାନୁୟାରୀ ୨୮ରେ ଲଞ୍ଚ ହେଇଛି। (ସୂତ୍ର – Indiatimes)

ମହମ୍ମଦ ଏହି ୱେବସାଇଟ ପାଇଁ ଏକ ନୂତନ ପ୍ରକାରର ଆଲଗୋରିଦମ ବନେଇଛନ୍ତି ବୋଲି କୁହନ୍ତି। ପ୍ରାୟତଃ ଦରଦାମ ତୁଳନା ୱେବସାଇଟ ମାନଙ୍କରେ ବ୍ରାଣ୍ଡ ମାନଙ୍କ ଦ୍ଵାରା ପୂର୍ବରୁ ସ୍ଥିର ହେଇଥିବା ଦାମ ଉଲ୍ଲେଖ କରନ୍ତି। କିନ୍ତୁ ମହମ୍ମଦଙ୍କର ଆଲଗୋରିଦମ ରିଅଲ ଟାଇମ ଦାମ ଉଲ୍ଲେଖ କରିବ।

ଡିଉସବରୀ, ୟର୍କଶାୟରରେ ଏ ଲେଭେଲ ପଢୁଥିବା ମହମ୍ମଦ କୁହନ୍ତି,

ଆମେ ଏହି ୱେବସାଇଟ ମାଧ୍ୟମରେ ଯାହା କରୁଛୁ ବର୍ତ୍ତମାନ ଆଉ କେହି ତାହା କରିପାରୁନାହାନ୍ତି। ରିଅଲ ଟାଇମରେ ପଇସା ସଞ୍ଚୟ କରିବାରେ ଏହା ଆପଣଙ୍କୁ ଏକ୍ସପର୍ଟ ସାହାଯ୍ୟ ଯୋଗାଇଦେବ।

ସେ ୨୦୦୯ରେ WeNeed1 ତିଆରି କରିଥିଲେ। ଇଂଲଣ୍ଡରେ ରହୁଥିବା କ୍ରେତା ମାନଙ୍କୁ ବିକ୍ରେତା ମାନଙ୍କର ଦରଦାମ ଓ ଉତ୍ପାଦ ମାନଙ୍କ ବିଷୟରେ ସୂଚନା ଦେବା ଥିଲା ଏହାର ମୂଳ ଲକ୍ଷ୍ୟ।