iPunch ସାମାଜିକ ସୁରକ୍ଷାର ବାର୍ତ୍ତାବହ

iPunch ସାମାଜିକ ସୁରକ୍ଷାର ବାର୍ତ୍ତାବହ

Friday November 20, 2015,

2 min Read

iPunch ଏକ ମୋବାଇଲ ଆପ୍ଲିକେସନ୍ ଅଟେ ଯାହା ଭିଡିଓ ବା ଅଡିଓ ବାର୍ତ୍ତା ମାଧ୍ୟମରେ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ଦୁର୍ଘଟଣା ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। "ଏହାକୁ ଆମେ ଏକ ଗେମ୍ ଢାଞ୍ଚାରେ ତିଆରି କରିଛୁ, ଯେଉଁଠି ଜଣେ ନିଜ ଅଂଚଳର ସ୍ଥାନୀୟ ସମସ୍ୟା ଓ ତାହାର ନିରାକରଣ ଉପରେ ପରାମର୍ଶ ଦେଇ ପାରିବ," ବୋଲି କହନ୍ତି ଏହାର ପ୍ରତିଷ୍ଠାତା ରାଜେଶ୍ ଚୌଧୁରୀ।

image


ଏହାର ସ୍ଥାପନ ବିଷୟରେ ସେ କହନ୍ତି ଯେ ଆମ ଦେଶରେ ଲୋକମାନେ ସାଧାରଣତଃ ଗୋଟେ ନିର୍ଦ୍ଧିଷ୍ଠ ସୀମା ପରେ ସମାଜିକ ସମସ୍ୟା ଉପରେ ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ,ଏହାକୁ ମୁଁ ବଦଳାଇବାକୁ ଚାହୁଥିଲି। ଏଣୁ ମୁଁ ଏହି ଆପ୍ପ୍ଲିକେସନ କଥା ଭାବିଲି ଓ ମୋ ସାଙ୍ଗ ମନୀଷର ସାହାଯ୍ୟ ନେଲି। ଆମେ ଦୁଇଜଣ ଏହାପରେ କର୍ପୋରେଟ ଜଗତର ଜଣେ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମକୁମାରଙ୍କ ସହ ଯୋଗାଯୋଗ କଲୁ ଓ ସେ ଏହି କାମରେ ଆମକୁ ସାହାଯ୍ୟ ଓ ଉପଦେଶ ଦେବାକୁ ସମ୍ମତି ପ୍ରଦାନ କଲେ। ଏହାପରେ ଭି.ସେତୁରମଣ ଯିଏ କି ଦିଭମ୍ ନାମକ ଏକ ମୋବାଇଲ ଆପ୍ପ୍ଲିକେସନ୍ କମ୍ପାନୀରେ କାମ କରୁଥିଲେ ଆସି ଆମ ସହ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଭାବେ ଯୋଗ ଦେଲେ।

image


ନିଜର ରାଜସ୍ଵ ମଡେଲ୍ ବିଷୟରେ ସେ କହନ୍ତି ଯେ ଆମେ ବିଭିନ୍ନ କମ୍ପାନୀ ମାନଙ୍କ ସାମାଜିକ ପ୍ରଭାବ ଉପରେ କାମ କରୁ। ଏଠାରେ ସେହି କମ୍ପାନୀ ମାନଙ୍କ ନିର୍ଦ୍ଧିଷ୍ଟ ଟାର୍ଗେଟ୍ ଦର୍ଶକ ମାନଙ୍କ ଉଦ୍ଦେଶ୍ୟରେ ଆପ୍ପ୍ଲିକେସନ୍ ନିର୍ମାଣ କରୁ। ଉଦାହରଣ ସ୍ୱରୂପ ଟ୍ୟାକ୍ସି ସେବା ଓ ସଫେଇସେବା ପ୍ରଦାନକାରୀ କମ୍ପାନୀ ମାନେ ପରିବର୍ତ୍ତନ ପାଇଁ ସର୍ବଦା ଆହ୍ଵାନ କରନ୍ତି, ଯାହାଦ୍ଵାରା ସେମାନେ ଅଧିକ ଲାଭ କମେଇପାରିବେ।

image


ଏହିଭଳି ଅନେକ କମ୍ପାନୀ ବଜାରରେ କାମ କରୁଛନ୍ତି ଯଥା ichangemycity.org,socialcops.org ଓ ଏହାସହ ସମାଜିକ ଗଣମାଧ୍ୟମ ଯଥା Twitter, Facebook ମଧ୍ୟ ଏ କ୍ଷେତ୍ରରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ କାମ କେବଳ ଲାଇକ ଓ ଟୁଇଟ୍ ମଧ୍ୟରେ ସୀମିତ ଯାହାର ସାମାଜିକ ପ୍ରଭାବ କମ। କିନ୍ତୁ ଏଠାରେ ଆମେ ଭିଡିଓ,ଓ ଅଡିଓ ଓ ଆନିମେସନ ମାଧ୍ୟମରେ ଏକ ସ୍ଵତନ୍ତ୍ର ଆପ ନିର୍ମାଣ କରିଛୁ। ଯାହା ଲୋକମାନଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ଛାପ ଛାଡିବ।

image


ବର୍ତ୍ତମାନ ସେ ଓ ତାଙ୍କ ସହଯୋଗୀ ମାନେ ଏକ ନୂତନ ଆପ୍ପ୍ଲିକେସନ୍ ନିର୍ମାଣରେ ଲାଗିଛନ୍ତି। ଯାହା ଆଗାମୀ ୨ରୁ ୩ ମାସ ମଧ୍ୟରେ ବଜାରକୁ ଆସିବ। ଏହା ଅଧିକ ଗ୍ରାହକ କେନ୍ଦ୍ରିତ ହେବ ଯାହା ଆମେ ଆମ ଗ୍ରାହକ କମ୍ପାନୀ ମାନଙ୍କ ପାଇଁ ତିଆରି କରୁଛୁ। ଏହାପରେ ଆମେ ଆଗାମୀ ବର୍ଷରେ ଭିଏତନାମ୍, ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଦକ୍ଷିଣ ଆଫ୍ରିକାରେ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛୁ। କାରଣ ଏହି ଦେଶଗୁଡିକ ମଧ୍ୟ ଆମ ଦେଶପରି ସମାଜିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ତାଙ୍କ ଏହି ଆପ୍ପ୍ଲିକେସନ୍ ବିଷୟରେ ସେ କହନ୍ତି ଯେ ଏହା ଲୋକମାନଙ୍କ ଦ୍ଵାରା ଆଦୃତ। ଏଥିପାଇଁ ହେଉଛି କାରଣ ଏହା ବୋରିଙ୍ଗ ନୁହେଁ ଓ ଏହା ହାସ୍ୟରସ ମାଧ୍ୟମରେ ଲୋକମାନଙ୍କ ସମସ୍ୟା ଉପସ୍ଥାପନ କରେ ଯାହା ସମାଜିକ ବାର୍ତ୍ତା ଦେବା ସହ ମନୋରଂଜନ ମଧ୍ୟ କରିଥାଏ। ଚୌଧୁରୀ ଚେନ୍ନଈ ସ୍ଥିତ IIT ରୁ ସ୍ନାତକ ଓ ସେ ବିଭିନ୍ନ ଭାରତୀୟ କମ୍ପାନୀ ଯଥା ଟାଟା ଚା'ର ଜାଗୋରେ କ୍ୟାମ୍ପେନର କାର୍ଯ୍ୟକ୍ରମ କରିଥିଲେ।