ଛତିଶଗଡ଼ର ଏହି ଆଦିବାସୀ ଗାଁରୁ ବାହାରିଛନ୍ତି ୫୦ରୁ ଅଧିକ ଜାତୀୟ ସ୍ତରର ତୀରନ୍ଦାଜ

ଛତିଶଗଡ଼ର ଏହି ଆଦିବାସୀ ଗାଁରୁ ବାହାରିଛନ୍ତି ୫୦ରୁ ଅଧିକ ଜାତୀୟ ସ୍ତରର ତୀରନ୍ଦାଜ

Saturday December 31, 2016,

1 min Read

ଛତିଶଗଡ଼ ରାଜ୍ୟର ବିଳାସପୁର ଜିଲ୍ଲାରେ ଅଛି ଶିବତରାଇ ନାମରେ ଏକ ଛୋଟ ଆଦିବାସୀ ଗାଁ। ଘଞ୍ଚ ଜଙ୍ଗଲରେ ଘେରା ଏହି ଗାଁ ଟି ନିକଟ ଅତୀତରେ ଖବରରେ ଥିଲା। ଗାଁରେ ରହୁଥିବା ଦକ୍ଷ ତୀରନ୍ଦାଜଙ୍କ ଯୋଗୁଁ ଗାଁ ଆଜି ଚର୍ଚ୍ଚାରେ।

Representational image; Source : <a href=

Representational image; Source :

Hindustan Timesa12bc34de56fgmedium"/>

ଅନେକ ପିଢିରୁ ଶିବତରାଇରେ ରହୁଥିବା ଆଦିବାସୀ ମାନଙ୍କ ଜୀବନରେ ଧନୁର୍ବିଦ୍ୟା ଏକ ଅଭିଛିନ୍ନ ଅଙ୍ଗ ଭାବେ ରହିଆସିଛି। ପାରମ୍ପରିକ ଧନୁର୍ଦ୍ଧର ସମାଜରେ ପୁଅଝିଅ ଉଭୟଙ୍କୁ ଖୁବ ଛୋଟବେଳାରୁ ଧନୁର୍ବିଦ୍ୟା ଶିଖାଇବା ଆରମ୍ଭ କରାଯାଏ। ସ୍ଥାନୀୟ ତୀରନ୍ଦାଜ କୋଚ ଇତବାରୀ ରାଜ ବର୍ତ୍ତମାନର ପିଢିକୁ ତୀରନ୍ଦାଜି ବିଷୟରେ ତାଲିମ ଦେଉଛନ୍ତି ବୋଲି ଦୂରଦର୍ଶନ ନ୍ଯୁଜର ଏକ ରିପୋର୍ଟରୁ ଜଣାଯାଏ। ତାଙ୍କର ତାଲିମ ଫଳରେ ଆଜି ଶିବତରାଇ ଗାଁ ରୁ ଗତ କିଛି ବର୍ଷ ମଧ୍ୟରେ ଅନେକ ଜାତୀୟ ସ୍ତରର ତୀରନ୍ଦାଜ ମାନେ ବାହାରିଛନ୍ତି।

ସମ୍ବଳର ଅଭାବ ଥିଲେ ହେଁ ଶିବତରାଇ ପାଖାପାଖି ୫୦ ଜାତୀୟ ସ୍ତରର ତୀରନ୍ଦାଜ ପ୍ରସ୍ତୁତ କରିପାରିଛି। ଏହାକୁ ଦେଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ଏକ ଧନୁର୍ବିଦ୍ୟା ଏକାଡେମୀ ଗଢିବାର ନିଷ୍ପତ୍ତି ନେଇଛି। ଏଭଳି ଭିତ୍ତିଭୂମି ପ୍ରସ୍ତୁତ ହେଇଗଲେ ଏଠାରୁ ଆସୁଥିବା ତୀରନ୍ଦାଜଙ୍କ ସଂଖ୍ୟା କ୍ରମେ ବଢିବ ବୋଲି ଆଶା କରାଯାଉଛି।

ଆନୁଷ୍ଠାନିକ ପ୍ରଶିକ୍ଷଣ ମିଳିବାର ସୁଯୋଗ ସହ ଶିବତରାଇରୁ କେବଳ ଜାତୀୟ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରର ତୀରନ୍ଦାଜ ବାହାରିବେ ବୋଲି ଲୋକେ ଆଶା କରୁଛନ୍ତି। ହେଇପାରେ ଏହି ଛୋଟ ଗାଁ ରୁ କେହି ଯାଇ ଆଗକୁ ଭାରତ ପାଇଁ ବିଦେଶ ଭୂମିରେ ପଦକ ଆଣିପାରେ।