ଭୁବନେଶ୍ୱରରେ IIHTର ନୂତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

ଭୁବନେଶ୍ୱରରେ IIHTର ନୂତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

Thursday December 17, 2015,

1 min Read

ଭାରତର ଅଗ୍ରଣୀ କମ୍ପ୍ୟୁଟର ହାଡ଼ୱେୟାର ଅନୁଷ୍ଠାନ IIHTର ଏକ ପ୍ରଶିକ୍ଷଣ କେନ୍ଦ୍ର ସିଆରପି ଛକ ନିକଟରେ ଓଡ଼ିଆ ସିନେଜଗତର ଆଗଧାଡ଼ିର ଅଭିନେତ୍ରୀ ଅର୍ଚ୍ଚିତା ଏବଂ ପ୍ରଯୋଜକ-ଅଭିନେତା ପୁପିନ୍ଦରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ କେନ୍ଦ୍ର ନିର୍ଦ୍ଧେଶକ ଆତ୍ମପ୍ରକାଶ ପଣ୍ଡା, ପୂର୍ବାଞ୍ଚଳ ମ୍ୟାନେଜର ଜୟଦୀପ ରାଏ ଏବଂ ଅନ୍ୟାନ ସମ୍ମାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ ।

image


ଏସିଆର ପ୍ରମୁଖ ହାର୍ଡୱେର ନେଟୱର୍କିଂ ଅନୁଷ୍ଠାନ ମଧ୍ୟରେ IIHT ଅନ୍ୟତମ । ଏହା ମାଇକ୍ରୋସଫ୍ଟ, ରେଡହଟ ଏବଂ କମ୍ପଟିଆ ପ୍ରଭୃତି ସଂସ୍ଥାସହ ଭାଗିଦାରୀ ଭାବେ ନିଜର ପ୍ରତିଷ୍ଠା ଲାଭ କରି ପାରିଛି । ଦଶମ ଶ୍ରେଣୀଠାରୁ ଆରତ୍ମକରି ଇଂଜିନିୟରିଙ୍ଗରେ ସ୍ନାତ୍ତକ ଓ ସାତ୍ତକୋତ୍ତରର ଯୋଗ୍ୟତା ଥିବା ଛାତ୍ର ଛାତ୍ରୀ ଏଠାରେ ପ୍ରଶିକ୍ଷଣ ନେଇଥାନ୍ତି । ଆପଲ୍, ଆଇବିଏମ, ଏଚପି, ସନମାଇକ୍ରୋସିଷ୍ଟମ, ଓରାକଲ, ମାଇକ୍ରୋସଫ୍ଟ ସହ ଅନୁବନ୍ଧିତ ହୋଇ ଦକ୍ଷ ପ୍ରଫେସନାଲ ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିଛି ।

image


କେନ୍ଦ୍ର ନିର୍ଦ୍ଧେଶକ ଶ୍ରୀ ଆତ୍ମପ୍ରକାଶ ପଣ୍ଡାଙ୍କ ବକ୍ତବ୍ୟ ଅନୁସାରେ ଏହି ନୂତନ ପ୍ରଶିକ୍ଷଣ କେନ୍ଦ୍ର ଅତ୍ୟାଧୁନିକ ବୈଷୟିକ ପ୍ରଣାଳୀ ଆଣ୍ଡ୍ରଏଡ଼୍ ଏବଂ କ୍ଲାଉଡ଼୍ କମ୍ପୁଟିଙ୍ଗ ଉପରେ ଗୁରୁତ୍ୱ ଆରୋପକରି ଅନ୍ୟ ପ୍ରତିଯୋଗୀ ପ୍ରଶିକ୍ଷଣ କେନ୍ଦ୍ର ତୁଳନାରେ ଅଧିକ ଦକ୍ଷ ପ୍ରଫେସନାଲ ସୃଷ୍ଟି କରିପାରିବ ।