ଉଦ୍ୟୋଗୀ କେବେ ହାରେନା, ଫେଲ ମାରେ ଉଦ୍ୟୋଗ - କେ. ବଇଥିସ୍ଵରଣ

ଉଦ୍ୟୋଗୀ କେବେ ହାରେନା, ଫେଲ ମାରେ ଉଦ୍ୟୋଗ - କେ. ବଇଥିସ୍ଵରଣ

Saturday October 31, 2015,

4 min Read

“ଜଣେ ଉଦ୍ୟୋଗୀ ପାଇଁ ଠିକ ଭୁଲର କିଛି ସଂଜ୍ଞା ନାହିଁ। ଏହି ମତ ଗୁଡିକ ମୋର ଇ-କମର୍ସ କ୍ଷେତ୍ରରେ ଥିବା ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ଉପରେ ଆଧାରିତ,” Techsparks ୨୦୧୫, ଶନିବାର, ଅକ୍ଟୋବର ୩୧ଦିନ କହିଥିଲେ କେ. ବଇଥିସ୍ଵରଣ।

image


ବଇଥିସ୍ଵରଣ ଆହୁରି ଯୋଡି କହିଲେ – ମଜାରେ – ଯଦିଓ ବାହାର ଆବରଣରୁ ସେ ଅସଫଳତାର ବିଶେଷଜ୍ଞ ଭଳି ଲାଗୁଥାନ୍ତି କିନ୍ତୁ ବାସ୍ତବରେ ନୁହନ୍ତି। “ଫେଲ ମାରିଥିବା ଉଦ୍ୟୋଗରେ ମୁଁ ଯେତେ ମଜା ପାଇଥିଲି, ସଫଳ ଉଦ୍ୟୋଗରୁ ସେତେ ପାଇନି,” ସେ ଜୋଡନ୍ତି। ଏହାର କାରଣ ଯେତେବେଳେ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଆପଣ ଯାହା ଭାବିଥାନ୍ତି ସେପରି ହୁଏନା, ସେତେବେଳେ ଶିଖିବାର ସୁଯୋଗ ଖୁବ ବେଶୀ। ତା’ର ଓଲଟା ହେଲେ ଶିଖିବାର ସୁଯୋଗ କମିଯାଏ।

ସଫଳତା ଏକ ଭାଗ୍ୟର କଥା। କେଉଁ ବି ଅସଫଳ ବ୍ୟକ୍ତିକୁ ପଚାରିପାରନ୍ତି

“ ଏହା ଏକଦମ ତାସ ଖେଳିବା ସଙ୍ଗେ ସମାନ। ସମସ୍ତଙ୍କୁ ଲାଲପାନ ବିବି ଦରକାର, କିନ୍ତୁ ପ୍ୟାକେଟରେ ସେ ତ ଗୋଟିଏ। ଯାହାକୁ ମିଳିଲା ସେ ବିଜେତା,” କୁହନ୍ତି ବଇଥିସ୍ଵରଣ। ତା’ମାନେ ନୁହେଁ ଯେ ଅନ୍ୟମାନେ ଠିକ ଭାବେ ଖେଳି ନଥିଲେ ବା ଭଲ ଖେଳିବା ପାଇଁ ପ୍ରୟାସ କରିନଥିଲେ।

୯୫ ପ୍ରତିଶତ ଉଦ୍ୟୋଗ ଏକ ଭଲ ଫଳ ନପାଇବା ସମ୍ଭବ। କିନ୍ତୁ ୧୦୦ ପ୍ରତିଶତ ଉଦ୍ୟୋଗୀ ମାନେ ସଫଳ ନିଶ୍ଚୟ ହେବେ, ସେ କୁହନ୍ତି।

କମ୍ପାନୀ କେମିତି ଫଳ ପାଉଛି ତା’ ସହ ଉଦ୍ୟୋଗର କୌଣସି ସମ୍ପର୍କ ନାହିଁ,” ସେ ବୁଝାଇ କୁହନ୍ତି। ସେ ଆହୁରି ବୁଝାନ୍ତି ଯେ ଯେକୌଣସି ବ୍ୟବସାୟର ପରିଣାମ ଅନେକ ଗୁଡିଏ ଘଟଣା ଓ ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ଯାହା ଉପରେ ଆପଣଙ୍କର କିଛି ବଶ ନାହିଁ। କେବଳ ଗୋଟିଏ ଜିନିଷ ଉପରେ ଉଦ୍ୟୋଗୀଙ୍କର ବଶ ଅଛି, ସେ ହେଲା ଉଦ୍ୟମ। ଉଦ୍ୟମ ନିଜ ଭିତରେ ଏକ ପ୍ରକାର ସଫଳତା।

ଉଦ୍ୟୋଗୀ ହେବା ପାଇଁ ଲୋଡା କଣ?

ଲୋକବଳ, ପୁଞ୍ଜି ଓ ବିଚାର ଯଦିଓ ଗୁରୁତ୍ତ୍ୱପୂର୍ଣ୍ଣ କିନ୍ତୁ ସେଗୁଡିକ ଏକ ବିସ୍ତୃତ ବିଷୟ। ବଇଥିସ୍ଵରଣଙ୍କ ମତରେ ନିଜର ଉଦ୍ୟୋଗୀ ହେବାପାଇଁ ଲୋଡା ସାହସ ଓ ଟିକିଏ ମୁର୍ଖାମି। ଏକ ଉଦ୍ୟୋଗୀ ଗୋଟିଏ କପଟୀ ସମୁଦ୍ର ପାର ହେବା ପାଇଁ ସାଧାରଣ ଏକ ଡଙ୍ଗା ଓ ଆହୁଲା ଧରି ବାହାରିଥିବା ମଣିଷ ସହ ସମାନ। ଏକ ଅଜଣା ଅନ୍ଧକାର ଯାତ୍ରା। ଆପଣ ଝଡ ମଝିରେ ମଧ୍ୟ ପଡ଼ିପାରନ୍ତି, କୂଳରେ ପହଞ୍ଚି ପାରନ୍ତି ଅଥବା କେହି ଆପଣଙ୍କୁ ଉଦ୍ଧାର ମଧ୍ୟ କରିପାରେ। ତେଣୁ ବଇଥିସ୍ଵରଣଙ୍କ ମତରେ ଉଦ୍ୟୋଗୀ ସାହସୀ ହେବା ବ୍ୟତୀତ ଟିକିଏନାକୁ ମୂର୍ଖ ମଧ୍ୟ ହେଇଥାଏ।

ଉଦ୍ୟୋଗ ଆରମ୍ଭ କରିବା ପାଇଁ ଅଭିନବ ବିଚାରର ଆବଶ୍ୟକତା ନାହିଁ

“ସବୁ ମହାନ ଅଭିନବ ବିଚାର ସରିଯାଇଛି। ମୁ ଗ୍ୟାରେଣ୍ଟି ଦେଇ କହିପାରେ ଯେ ଏପରି କିଛି ଖୁବ ଏକ ମହାନ ଅଭିନବ ବିଚାର ଆସିବା ନାହିଁ। ବରଂ ସବୁ ବିଚାର ବା ଉଦ୍ୟୋଗ ମୂଳରୁ ରହିଥିବା ବିଚାର ଉପରେ ଉନ୍ନତି ଆଣିବାର ଏକ ନିରନ୍ତର ପ୍ରକ୍ରିୟାରେ ଚାଲିଥାଏ,” କୁହନ୍ତି ବଇଥିସ୍ଵରଣ।

ବଇଥିସ୍ଵରଣ କୁହନ୍ତି ଯେକୌଣସି ଉଦ୍ୟୋଗ ତିନୋଟି ଜିନିଷ କରିବାରେ ସକ୍ଷମ ହେବା ଆବଶ୍ୟକ:

୧। ଆପଣଙ୍କ ପଦ୍ଧତି ଶସ୍ତା, ଶୀଘ୍ର ହେଇପାରୁଥିବା ଓ ଭଲ ହେଇଥିବା ଦରକାର।

୨। ପ୍ରଥମେ ଫେଲ ମାର, ତାପରେ ଲାଇନକୁ ଆସିବାଟା ଏକଦମ ଏକ କହିବାର କଥା। ଯଦି ଆପଣଙ୍କୁ ଲାଗୁଛି ଆପଣ ବହୁତ ଶୀଘ୍ର ଫେଲ ହେବେ ତାହେଲେ ଏପରି ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଆପଣ କଣ କରିବାକୁ ଚାହୁଁଛନ୍ତି ଭଲ ଭାବେ ଭାବନ୍ତୁ ଓ ମୁଣ୍ଡରେ ବସାନ୍ତୁ।

୩। ବ୍ୟବସାୟର ଅଭିପ୍ରାୟ ହେଉଛି ପଇସା ରୋଜଗାର କରିବା। ଯଦି ଏହା ପଇସା ଲାଭ କରିପାରୁନି ତେବେ ଏହା ମାତ୍ର ଏକ ସଉକ। ବଇଥିସ୍ଵରଣ ମଜାରେ କୁହନ୍ତି, “ସଉକ କରିବା ଭଲ। କିଛି ଲୋକ ବହି ପଢନ୍ତି, କିଛି ସିନେମା ଦେଖନ୍ତି, କିଛି ବୁଲିବାକୁ ଭଲ ପାଆନ୍ତି ଓ କିଛି ଲୋକ ଇ-କମର୍ସ କମ୍ପାନି ମଧ୍ୟ ଖୋଲିପକାନ୍ତି”। ବ୍ୟବସାୟ ଆରମ୍ଭ କଲାବେଳେ ଆପଣଙ୍କୁ ତଥାକଥିତ ବୋରିଂ ଜିନିଷରୁ ହିଁ ଆରମ୍ଭ କରିବା ଦରକାର, ଯଥା, ବ୍ୟବସାୟ ଯୋଜନା କରିବା। ଏହି ଯୋଜନାକୁ ଯେତେ ବିସ୍ତାରରେ କରିହେବ, କରିବା ଉଚିତ। ୨/୩ ନିୟମ ଅନୁସାରେ ନିଜର ମୋଟ ଆୟକୁ ତିନି ଭାଗ, ସମସ୍ତ ଲାଭ କୁ ଅଧା ଓ ସମସ୍ତ ଖର୍ଚ୍ଚକୁ ଦୁଇଗୁଣା କରି ହିସାବ କରିବା ଉଚିତ।

ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଡ କରିବା ଏକ ଘଟଣା, ଘଟଣାର ଫଳାଫଳ ନୁହେଁ

ବଇଥିସ୍ଵରଣ କୁହନ୍ତି ଯେ ଅନେକ ଉଦ୍ୟୋଗୀ ଓ ବ୍ୟବସାୟୀ ଏହା ଭାବିବାର ମୁର୍ଖାମି କରନ୍ତି ଯେ ପୁଞ୍ଜି ଯୋଗାଡ କରିପାରିବା ହେଉଛି ଏକ ବ୍ୟବସାୟର ମୂଳ ଅଭିପ୍ରାୟ। ଏକ ବ୍ୟବସାୟର ମୂଳ ଅଭିପ୍ରାୟ ହେଲା ଟଙ୍କା ରୋଜଗାର କରିବା, ଯୋଗାଡ କରିବା ନୁହେଁ।

ପ୍ରଥମେ ପୁଞ୍ଜି ଯୋଗାଡ କରିବାକୁ ପଡେ, କାହିଁକିନା ଆପଣଙ୍କୁ ବ୍ୟବସାୟରେ ବଢିବା ପାଇଁ ଏହାର ଆବଶ୍ୟକତା ଥାଏ। କିନ୍ତୁ ଯଦି ଆପଣଙ୍କୁ ବାରମ୍ବାର ପୁଞ୍ଜି ଯୋଗାଡ କରିବାର ଆବଶ୍ୟକତା ପଡେ ତେବେ ତାର ଅର୍ଥ ହେଲା ଆପଣଙ୍କୁ ମିଳିଥିବା ସମ୍ବଳର ଆପଣ ଠିକ ଭାବେ ବିନିଯୋଗ କରିପାରିନାହାନ୍ତି।

“ଏପରି ଲୋକଙ୍କୁ ଖୋଜ ଯିଏକି ତୁମ ବ୍ୟବସାୟରେ ପୁଞ୍ଜିନିବେଶ କରିପାରିବେ। ଅନେକ ଉଦ୍ୟୋଗୀ ଏପରି ପୁଞ୍ଜିନିବେଶକ ଖୋଜନ୍ତି ଯିଏ ପୁଞ୍ଜି ସହ କିଛି ଗୁଣାତ୍ମକ ମାନ ମଧ୍ୟ ଯୋଡ଼ିପାରିବ। ଆରେ ବାବା ଯଦି ସେ ବ୍ୟକ୍ତି ସେତେ ଚାଲାକ ହେଇଥାନ୍ତେ, ଯାହା ପାଖରେ ତୁମ ବ୍ୟବସାୟ ସମ୍ବନ୍ଧୀୟ ଜ୍ଞାନ ଓ ପୁଞ୍ଜି ଦୁଇଟି ଥାଆନ୍ତା ତେବେ ସେ ନିଜେ ସେ ବ୍ୟବସାୟ କେବେଠୁ ଆରମ୍ଭ କରିସାରିଥାନ୍ତେ,” ଜୋଡନ୍ତି ବଇଥିସ୍ଵରଣ।

ପରିବାର ପ୍ରତି ସଦୟ ରୁହ

ସବୁ ଉଦ୍ୟୋଗୀ ଅନେକ ଖରାପ ଓ କଷ୍ଟ ସମୟ ମଧ୍ୟ ଦେଇ ଯିବେ ଓ ପରିସ୍ଥିତି ଅନେକ କଷ୍ଟ ହେବ। କିନ୍ତୁ ବଇଥିସ୍ଵରଣ କହିଲା ଭଳି ତୁମ ପରିବାର ହିଁ ସବୁ ସମୟରେ ତୁମ ସାଥିରେ ଠିଆ ହେବ।

“ଉଦ୍ୟୋଗ ଆପଣଙ୍କ ଜୀବନରୁ ସବୁ ପ୍ରାଣ ଶୋଷି ନେଇଯାଇପାରେ। ଏଗୁଡିକ ଅନେକ ଲମ୍ବା ଓ କଷ୍ଟକର ଯାତ୍ରା ଯାହାକି ଜଣେ ଏକାକୀ ଚାଲିଥାଏ। ଚାକଚକ୍ୟ ପଛରେ ଲୁଚି ରହିଥାଏ ଏକ ଅନ୍ଧକାର। ସବୁକିଛି ହରେଇଦେଲା ବେଳକୁ ପରିବାର ଆପଣଙ୍କୁ କୋଳେଇନେବ ଓ ବିନା କିଛି ସର୍ତରେ ଭଲପାଇବ। ଯେତେବେଳେ ଆପଣ ପୁଣିଥରେ ଆପଣଙ୍କ ସ୍ଵପ୍ନ ଗଢିବାକୁ କମର ଭିଡିବେ, ପରିବାର ଲୋକେ ସାଥିରେ ଠିଆ ହେଇ ମନୋବଳ ଯୋଗାଇବେ” ସେ ଜୋଡନ୍ତି।