ଭାରତ ନିର୍ମାଣ : ମ୍ୟାଜିକ ବସ୍ ର ଯାଦୁ

ବିକାଶ ପାଇଁ ମ୍ୟାଜିକ ବସ କ୍ରୀଡା ନୀତି : ଖେଳର ଶକ୍ତି ଆଣିବ ପ୍ରଗତି

ଭାରତ ନିର୍ମାଣ : ମ୍ୟାଜିକ ବସ୍ ର ଯାଦୁ

Monday October 12, 2015,

4 min Read

ମାନବଜାତିର ପ୍ରକୃତ ଅନ୍ତର୍ନିହିତ କ୍ଷମତା ଅସୀମିତ, ଠିକ ଭାବେ ଅମଳ କରିପାରିଲେ ତାହା ଅପୂର୍ବ ସଫଳତା ଆଣି ଦେଇ ପାରେ। ସୃଜନଶୀଳତା ଓ କଳ୍ପନା କରିବାର ଶକ୍ତି ମନୁଷ୍ୟର ଜନ୍ମଜାତ ଗୁଣ। “ ତମେ ଯେତେବେଳେ ତମର ଗାଡିକୁ ତମଠାରୁ ଅଧିକ ଶକ୍ତିଶାଳୀ ଏକ ଇଞ୍ଜିନ ସହିତ ଯୋଡିବ ସେତେବେଳେ ଯାଇ ତମେ ଉପଲବ୍ଧି କରିପାରିବ ତମର ଅସଲ ସାମ୍ମର୍ଥ୍ୟ କେତେ। ” ରାଷ୍ଟ୍ରପତି ଓବାମାଙ୍କର ଏହି ଉକ୍ତିଟି କେତେ ନିର୍ଭୁଲ ଥିଲା ! ମ୍ୟାଜିକ ବସ ଏହା ଉପରେ ହିଁ ଆଧାରିତ। ଶିଶୁମାନଙ୍କ ପୃଥିବୀର ରୂପାନ୍ତର ଏହାର ଲକ୍ଷ୍ୟ। ଏହାର ସ୍ଵପ୍ନ ଦେଶସାରା ମ୍ୟାଜିକ ସୃଷ୍ଟି କରିବା, ଯାହା ତାହାର ନାମକରଣ ସୂଚାଏ।

image


ଅୟମାରମ୍ଭ

ଏକଦା ଭାରତୀୟ ଜାତୀୟ ରଗବି ଟିମର ଜଣେ ଯୁବ ଖେଳାଳି ମାଥ୍ୟୁ ସ୍ପେଶି ପ୍ରତିଦିନ ମୁମ୍ବାଇର ପ୍ରସିଦ୍ଧ ଫେସନ ଷ୍ଟ୍ରୀଟ ସାମନାରେ ଖେଳ ଅଭ୍ୟାସ କରୁଥିଲେ। ଏହା ଥିଲା ଗଳି ପିଲାମାନଙ୍କର ପେଣ୍ଠସ୍ଥଳ। ସ୍ଵଭାବରେ ଖୁସିମିଜାଜର ହୋଇଥିବାରୁ ସେ ପିଲାମାନଙ୍କୁ ଖେଳିବାକୁ ଡାକିଲେ।

ସମୟ ଯେମିତି ଅତିବାହିତ ହେବାକୁ ଲାଗିଲା ମାଥ୍ୟୁ ପିଲାମାନଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କଲେ। ଦେଖାଗଲା ଗଳିରେ ବଢିଥିବା ପିଲାମାନେ ଜୀବନର ଲକ୍ଷ୍ୟ ବିଷୟରେ ବେଶୀ ସଚେତନ ହୋଇଛନ୍ତି। ସେମାନେ ନିଜପ୍ରତି ଯତ୍ନବାନ ହୋଇଛନ୍ତି ଓ ଅନ୍ୟମାନଙ୍କ ପ୍ରତି ମନୋଭାବ ବଦଳାଇଛନ୍ତି।

ମାଥ୍ୟୁ ଲକ୍ଷ୍ୟ କଲେ ଯେ ଏହି ଧାରାର ପ୍ରଭାବରେ ପିଲାମାନେ ଯେ କେବଳ ନିଜକୁ ଦାରିଦ୍ର୍ୟର ଅନ୍ଧକାରରୁ ମୁକ୍ତ କରିପାରିଛନ୍ତି ତା’ ନୁହେଁ , ସେମାନେ ବାସ୍ତବତାର ମୁହାଁମୁହିଁ ହୋଇ ବାଧାବିଘ୍ନଗୁଡିକୁ ଓଲଟାଇ ସଫଳତାର ମାଇଲଖୁଣ୍ଟରେ ପରିଣତ କରିବାକୁ ଶିଖିଛନ୍ତି। ଏହି ଧାରାରେ ଦଶବର୍ଷ ଅତିକ୍ରାନ୍ତ ହେଲାପରେ ଏଥିରୁ ଯେଉଁ ନିଷ୍କର୍ଷ ବାହାରିଲା ତାହା ପରିଣତ ହୋଇଛି ଏକ ଔପଚାରିକ ପାଠ୍ୟକ୍ରମ ଭାବେ : ବିକାଶ ପାଇଁ ମ୍ୟାଜିକ ବସ କ୍ରୀଡା ନୀତି, ଯାହାକି ଅନେକଙ୍କର ଜୀବନ ଓ ଭାଗ୍ୟର ନୂତନ ସଂଜ୍ଞା ଦେଇ ପାରିଛି।

ଏହା କେମିତି କାମ କରେ

ମ୍ୟାଜିକ ବସ ୧୯୯୯ରେ ଆରମ୍ଭ ହୋଇ ଏଇ ଉପମହାଦେଶର ୧୯ଟି ଭିନ୍ନ ଭିନ୍ନ ପ୍ରଦେଶର ୮୦୦୦ ଯୁବକ ତଥା ୨,୫୦,୦୦୦ ଶିଶୁମାନଙ୍କୁ ସମ୍ପ୍ରସାରିତ ହୋଇ ପାରିଛି। ମାଥ୍ୟୁଙ୍କର ଏହି ପଦକ୍ଷେପରେ ସହାୟତାର ହାତ ବଢାଇଛି ଭାରତରେ ଥିବା ତାଙ୍କ ନିଜର ପ୍ରଥମ କମ୍ପାନୀ “କକ୍ସ ଏଣ୍ଡ କିଙ୍ଗସ” ଓ ପରେ “କ୍ଲିଅରଟ୍ରିପ”। ଏହି ପୃଷ୍ଠପୋଷକତା ପାଇବା ଉତ୍ତାରୁ ମାଥ୍ୟୁ ଓ ତାଙ୍କ ଦଳ ବୟସ ଓ ପ୍ରତି ପିଲାର ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି “ବିକାଶ ପାଇଁ କ୍ରୀଡା” କାର୍ଯ୍ୟକ୍ରମଗୁଡିକୁ ଚାଲୁ କଲେ।

image


ମ୍ୟାଜିକ ବସ ସ୍ଥାନୀୟ ଗୋଷ୍ଠୀର ଯୁବକମାନକୁ ତାଲିମ ଦେଇ ଶିକ୍ଷା,ସ୍ୱାସ୍ଥ୍ୟ ଓ ଲିଙ୍ଗଗତ ସାମ୍ୟ ଉପରେ କେନ୍ଦ୍ରିତ ଦୀର୍ଘମିଆଦି ପ୍ରୋଗ୍ରାମ କାର୍ଯ୍ୟକ୍ରମଗୁଡିକୁ ଚାଲୁକରିଥାଏ ଏବଂ ପିଲାମାନଙ୍କୁ ନିଜ ପସନ୍ଦ ଅନୁସାରେ ନିଜ ଜୀବନକୁ ନିୟନ୍ତ୍ରିତ କରିବାରେ ସହାୟତା କରି ଦାରିଦ୍ର୍ୟରୁ ମୁକ୍ତ କରିବାକୁ ଚେଷ୍ଟା କରିଥାଏ।

ଶିଶୁମାନଙ୍କୁ ଆକର୍ଷିତ କଲାପରି ବିଭିନ୍ନ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ସିଲାବସ ପ୍ରସ୍ତୁତ ହୋଇଥାଏ । ଏହା ନିରନ୍ତର ଦୀର୍ଘଦିନ ପାଇଁ ଚାଲେ ଓ ଉପଦେଷ୍ଟା ମାନେ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଫିଡବ୍ୟାକ ଦେଇ ପିଲାମାନଙ୍କର ବ୍ୟବହାରିକ ପରିବର୍ତ୍ତନ ପ୍ରତି ଯତ୍ନବାନ ହୋଇଥାନ୍ତି।

ପିଲାଟି ବଡ ହେଲାପରେ (ଝିଅ ବା ପୁଅ ହେଉ ) ଯୁବଗୋଷ୍ଠୀକୁ ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗ ସହିତ ଯୋଡୁଥିବା ଆଉ ଏକ ପରିପୂରକ କାର୍ଯ୍ୟକ୍ରମ “କନେକ୍ଟ” ରେ ଚାହିଁଲେ ଯୋଗ ଦେଇ ପାରିବ। ଏ ପ୍ରକାରର ଚମତ୍କାର କାର୍ଯ୍ୟ ହେତୁ ୨,୫୦,୦୦୦ରୁ ବେଶୀ ଯୁବକ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟର ସୁବିଧା ପାଇପାରିବା ସହିତ ପ୍ରାପ୍ତବୟସ୍କ ହେଲାବେଳକୁ ନିଯୁକ୍ତିର ବଳିଷ୍ଠ ସମ୍ଭାବନା ସୃଷ୍ଟି କରି ପାରିଥାନ୍ତି।

ଏଇ ଏନଜିଓ ଟି ନିଆରା – ଏହା କେବଳ ଗୋଟିଏ ଲକ୍ଷ୍ୟ ଉପରେ କେନ୍ଦ୍ରିତ ହୋଇନଥାଏ। ଅନ୍ୟ ରୂପେ କହିଲେ ଏହାର ଚେର ଗୋଟିଏ କିନ୍ତୁ ଡାଳ ଅନେକ। ଏହାର ରାସ୍ତା ଗୋଟିଏ। ଏହା ଖେଳର ଶକ୍ତିକୁ ପ୍ରଗତି ପାଇଁ ବ୍ୟବହାର କରେ କିନ୍ତୁ ଅନେକ ହିତାଧିକାରୀ ସୃଷ୍ଟି କରିଥାଏ। ମ୍ୟାଜିକ ବସ ଯେ ଖାଲି ଶିଶୁମାନଙ୍କୁ ଦାରିଦ୍ର୍ୟର ଚକ୍ରରୁ ମୁକ୍ତ କରିବା ଲାଗି ଏହାର ସିଦ୍ଧାନ୍ତକୁ ଉପଯୋଗ କରେ ତା’ ନୁହେଁ ସେମାନଙ୍କର ପିତାମାତା ଓ ପରିବାରର ମାନସିକତାକୁ ପରିବର୍ତ୍ତନ କରିବାଲାଗି ମଧ୍ୟ କରେ । ଏଥିପାଇଁ ଏନଜିଓଟିକୁ ଏହାର ପ୍ରାରମ୍ଭିକ ବର୍ଷରେ ବିଶ୍ଵବ୍ୟାଙ୍କ ତରଫରୁ ପୁରସ୍କାର ମିଳିଥିଲା।

ବାଧାବିଘ୍ନର ମୁକାବିଲା

କ୍ରମାଗତ ବିଫଳତାର ସାମନା କରିବା ସତ୍ତ୍ୱେ ଉତ୍ସାହ ଓ ଇଚ୍ଛାଶକ୍ତିକୁ ବଜାୟ ରଖିବାର ସାମ୍ମର୍ଥ୍ୟର ଅନ୍ୟ ନାମ ସଫଳତା। ଯେତେବେଳେ ଜଣେ ଅଜଣା ବ୍ୟକ୍ତି ଏକ ବସ୍ତି ଭିତରକୁ ଯାଇ ଯେଉଁଠାରେ ସମସ୍ତେ ବି ଅଜଣା ବଲଟିଏ ଫିଙ୍ଗେ,ସେତେବେଳେ ସମସ୍ତେ ବଲଟି ପ୍ରତି ଆକର୍ଷିତ ହୁଅନ୍ତି। ତାହା ହେଉଛି ଖେଳର ଆକର୍ଷଣ ଓ ଶକ୍ତି। ଏହା ସତ୍ତ୍ୱେ ଝିଅମାନଙ୍କ ପ୍ରତି ସାମାଜିକ ମନୋଭାବ ଭିନ୍ନ ଭିନ୍ନ ଅଞ୍ଚଳରେ ଗୋଟିଏ ପ୍ରତିବନ୍ଧକ ହୋଇ ଠିଆ ହୁଏ। ଝିଅମାନଙ୍କୁ ଘର କାମରୁ ମୁକ୍ତ କରି ବାହାରକୁ ଆଣିବାବେଳେ ବହୁତ ବାଧାବିଘ୍ନ ସୃଷ୍ଟି ହୋଇଥାଏ। ଏହାକୁ ଅତିକ୍ରମ କରିବା ପାଇଁ ମ୍ୟାଜିକ ବସ, ମା’ବାପାଙ୍କ ସହିତ ଆଲୋଚନା , ଦୁଆରରୁ ଦୁଆର ପ୍ରଚାର, ବସ୍ତି,ବସ୍ତି ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଆଦି କୌଶଳ ପ୍ରୟୋଗ କରି ଥାଏ। ଏହିପରି ଭାବରେ ଶିଶୁମାନଙ୍କ ଅଧିକାର ଓ ବିକାଶ ସପକ୍ଷରେ ଗୋଟିଏ ଗୋଷ୍ଠୀ ନିର୍ମାଣ କରାଯାଇଥାଏ ।

image


ଏହା ହିଁ ଗୋଟିଏ ଫରକ ଆଣିବାକୁ ସକ୍ଷମ ହୋଇଥାଏ। ଯଦି ଏହି ଯାଦୁକରୀ ସଂଗଠନର ନେତା ନିଜେ ଏକ ଉଦାହରଣ ସୃଷ୍ଟି କରିପାରନ୍ତି ତାହାହେଲେ ଅନ୍ୟମାନେ ନିଶ୍ଚିତ ଭାବେ ସମାନ ଇଚ୍ଛାଶକ୍ତିର ନେତୃତ୍ଵ ସୃଷ୍ଟି କରବେ। ଏହାର ଡୋମିନୋ(ଦୂରଗାମୀ) ପ୍ରଭାବ ଅଛି। ମାଥ୍ୟୁ ସ୍ପେଶି ଜଣେ ସାମାଜିକ ସଂଗଠକ ହେବା ପାଇଁତାଙ୍କର ମୋଟା ଦରମା ଚାକିରି ଛାଡିଦେଲେ । ସ୍ଵେଚ୍ଛାସେବୀମାନେ ଅନେକଙ୍କର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ସୀମିତ ଜୀବନ ଶୈଳୀ ପରିତ୍ୟାଗ କଲେ, ଏବଂ ମୁଁ ବି ନୂତନ ଭାବେ ଚିନ୍ତା କରିବାକୁ ପୁରୁଣା ଅନୁଭବ ଶୈଳୀକୁ ତ୍ୟାଗ କଲି ଏବଂ ଯଦିବି ମୁଁ, ମ୍ୟାଜିକ ବସ ମୋର ମାତୃଭୂମି,ଅନେକଙ୍କର ପ୍ରିୟ ଦେଶ ଭାରତରେ ପରିବର୍ତ୍ତନ ଆଣିବାକୁ ଯାହା କରୁଛି , ତା’ର ହଜାରେ ଭାଗରୁ ଏକ ଭାଗ ବି କରିପାରନ୍ତି!

ଲେଖକଙ୍କ ବିଷୟରେ

ନିଧି ସିଂହ NTU ସିଂଗାପୁରରେ ଇଞ୍ଜିନିୟରିଂ ପଢୁଛନ୍ତି ଓ YourStoryରେ ବିଶ୍ଵ ଧର୍ମପ୍ରଚାରକ। ତାଙ୍କର କାର ପ୍ରତି ଗଭୀର ଆସକ୍ତି ଅଛି। ତା' ସହ ସେ non fiction ପଢିବା ଓ ସଙ୍ଗୀତ ପ୍ରତି ରୁଚି ରଖନ୍ତି। କୌଣସି ଏକ ଦିନ ତାଙ୍କ ନିଜର ନିଆରା ଢଙ୍ଗରେ ବ୍ରହ୍ମାଣ୍ଡରେ ଏକ ଛାପ ଛାଡିବାକୁ ଚାହାଁନ୍ତି ନିଧି। ଯେତେବେଳେ ସେ ଅନବରତ ନୂତନ ସୁଯୋଗ ଖୋଜିବାରୁ ଖାଲି ସମୟ ପାଆନ୍ତି, ସେତେବେଳେ ଆପଣ ତାଙ୍କୁ ଚକୋଲେଟ ଓ ଚୀଜ ଉପଭୋଗ କରୁଥିବାର ପାଇବେ। 

    Share on
    close