ଭାରତର କାର୍ପେଟ ଶିଳ୍ପରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ସଂଗ୍ରାମର ସାରଥୀ GoodWeave

ଭାରତର କାର୍ପେଟ ଶିଳ୍ପରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ସଂଗ୍ରାମର ସାରଥୀ GoodWeave

Friday October 16, 2015,

3 min Read

ଆପଣ ନିଜର ଘର ପାଇଁ ଏକ ନୂତନ ଗାଲିଚା କଣିଲା ବେଳେ କେବେ ଭାବିଚନ୍ତି କି, କିଏ ଏହାକୁ ତିଆରି କରିଛି ଓ ସେମାନେ କିପରି ଅବସ୍ଥାରେ କାମ କରୁଛନ୍ତି ?

ଏକ ହିସାବ ଅନୁଯାୟୀ ୨୫୦୦୦୦ ଶିଶୁ ଶ୍ରମିକ ଦକ୍ଷିଣ ଏସିଆର ବିପଦ ପୂର୍ଣ୍ଣ କାର୍ପେଟ ବୁଣା ଶିଳ୍ପରେ କାମ କରୁଛନ୍ତି ଓ ପ୍ରାପ୍ତ ବୟସ୍କ ଶ୍ରମିକମାନେ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ୱାସ୍ଥ୍ୟ ଓ ଶ୍ରମ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ସ୍ପର୍ଶକାତର ବିଷୟକୁ ପ୍ରାୟ ସମସ୍ତ ସମାଜ ଚିନ୍ତକ ଜାଣିବା ଉଚିତ । ଆଜି ବି ଭାରତର ଅନେକ ସ୍ଥାନରେ ଦାସତ୍ୱ ପ୍ରଥା ଶିଶୁ ଶ୍ରମିକ ରୂପରେ ଚାଲିଛି । ୟୁନିସେଫର ହିସାବ ଅନୁଯାୟୀ ଭାରତରେ ୫ ରୁ ୧୪ ବର୍ଷ ମଧ୍ୟରେ୧୨% ଶିଶୁ, ଶିଶୁ ଶ୍ରମିକ ଭାବେ ନିର୍ଯ୍ୟାତିତ ହେଉଛନ୍ତି । କିଛି ହିସାବ କହୁଛି ଭାରତରେ ୬୫ ମିଲିଅନ ପ୍ରାପ୍ତ ବୟସ୍କ ବେକାରୀ ଥିବାବେଳେ ୬୦ ମିଲିଅନ ଶିଶୁ ଶ୍ରମିକ ଅଛନ୍ତି । ୧୯୯୪ରେ ପ୍ରତିଷ୍ଠିତ GoodWeave ନାମକ ଏକ ବ୍ୟବସାୟ ଭିତିକ ଏନଜିଓ କାର୍ପେଟ ବୁଣା ଶିଳ୍ପରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ମାର୍କେଟ ଇନସେନଟିଭ ସଚେତନତା ଚଳାଇଛି ।

image


GoodWeave କାର୍ପେଟ ଗୁଡିକୁ ଶିଶୁ ଶ୍ରମିକ ବିହୀନର ମାନ୍ୟତା ପ୍ରଦାନ କରିବା ସହ କାର୍ପେଟ ନିର୍ମାାତାମାନଙ୍କ କବଳରୁ ମୁକ୍ତ ହେଉଥିବା ଶିଶୁମାନଙ୍କ ଶିକ୍ଷା ଓ ଥଇଥାନର ବ୍ୟବସ୍ଥା କରୁଅଛି । ବର୍ତମାନ ଏହା ଭାରତ, ନେପାଳ ଏବଂ ଆଫଗାନିସ୍ଥାନରେ କାର୍ଯ୍ୟ କରୁଅଛି ଏବଂ ଇଉରୋପ ଓ ଉତ୍ତର ଆମେରିକାରେ ୭.୫ ମିଲିଅନରୁ ଅଧିକ ମାନ୍ୟତାଯୁକ୍ତ କାର୍ପେଟ ବିକିଛି । ଏଥି ସହିତ ଦକ୍ଷିଣ ଏସିଆର କାର୍ପେଟ ଶିଲ୍ପରେ କାର୍ଯ୍ୟ କରୁଥିବା ୧ ମିଲିଅନ ଶିଶୁ ଶ୍ରମିକ ସଂଖ୍ୟାକୁ ୨୫୦୦୦୦କୁ ହ୍ରାସ କରିଛି ।

କାର୍ପେଟ ଆମଦାନୀ ଓ ରପ୍ତାନୀକାରୀମାନେ ଶିଶୁ ଶ୍ରମିକ ବିହୀନ ଶ୍ରମ ଓ ଅକଷ୍ମାତ ଚଢାଉ ଭଳି ଅନେକ ଅଙ୍କୁଶ ସମ୍ବଳିତ ଏକ ବାଧ୍ୟତାମୂଳକ ରାଜିନାମା ପତ୍ରରେ ସ୍ୱାକ୍ଷର କରୁଛନ୍ତି । GoodWeave ଏହାର ରୋଜଗାରର ୨୦% ଲାଇସେନସିଂ ଶୁଳ୍କରୁ ହିଁ ପାଇଥାଏ ଯାହାକି ଆମଦାନୀ ଓ ରପ୍ତାନୀକାରୀମାନେ GoodWeave ମନିଟରିଂ ଓ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ରେ ସହାୟତା କରିବାକୁ ଦେଇଥାନ୍ତି ।

GoodWeaveର ଯାଂଚ ପକ୍ରିୟାରେ ଯଦି ଏକ ଶିଶୁ ଶ୍ରମିକ ମିଳେ, ତେବେ କାର୍ପେଟ ନିର୍ମାତା ନିଜର ମାନ୍ୟତା ହରାଏ ଓ ଶିଶୁକୁ ତତକ୍ଷଣାତ କାରଖାନାରୁ ବାହାର କରି ପରିବାରକୁ ହସ୍ତାନ୍ତର କରାଯାଇ ସେଠାରେ ଥିବା ଭାଗିଦାର ସଂସ୍ଥା ଦ୍ୱାରା ପିଲାଟିର ଥଇଥାନ ଓ ଶିକ୍ଷା ଦାୟିତ୍ୱ ବହନ କରାଯାଇଥାଏ । ଏବଂ ପିଲାଟି ପୁନର୍ବାର କାମକୁ ନ ଯାଇ ଶିକ୍ଷାଗ୍ରହଣ ପାଇଁ ଯାଉଥିବାର ବିଦ୍ୟାଳୟ ରେକର୍ଡ ଯାଂଚ କରି ତାର ପରିବାରକୁ ମାସିକ ଭତ୍ତା ପ୍ରଦାନ କରାଯାଏ ।

ଭାରତର ଶିକ୍ଷା ଓ ଶିଶୁ ଶ୍ରମିକ ସମ୍ବନ୍ଧୀୟ ନିୟମ ଗୁଡିକ ଦିନକୁ ଦିନ କଠୋର ହେବାରେ ଲାଗିଛି, ଯାହାକି GoodWeaveକୁ ତାହାର ମିଶନରେ ସହାୟକ ହେଉଛି । ରାଇଟ ଟୁ ଏଜୁକେସନ ଆକ୍ଟ ୧୪ ବର୍ଷ ଯାଏ ପ୍ରତି ପିଲାକୁ ମାଗଣା ଶିକ୍ଷା ଯୋଗାଉଥିବା ବେଳେ ଶିଶୁ ଶ୍ରମିକ ନିୟମ ୧୯୮୬ ର ଏକ ନୂତନ ଆମେଡମେଣ୍ଡ ଅନୁଯାୟୀ ୧୪ ବର୍ଷରୁ କମ ବୟସର ପିଲାମାନଙ୍କ ନିଯୁକ୍ତି ରଦ୍ଧ କରିବ । ପ୍ରଚଳିତ ନିୟମ କେବଳ ୧୪ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ବିପଦପୂର୍ଣ୍ଣ କର୍ମ ସଂସ୍ଥାନରୁ ବାରଣ କରିଛି । ସମୟ କ୍ରମେ ଶିଶୁଶ୍ରମ ଓ ଶିଶୁଶ୍ରମ ପ୍ରଥା କିଭଳି ଭାବରେ ପରିବର୍ତତ ହେଉଛି, ତାହା ଦେଖିବାକୁ ରହିଲା ବୋଲି GoodWeaveର କାର୍ଯ୍ୟକାରୀ ନିର୍ଦ୍ଧେଷିକା ନିନା ସ୍ମିଥ କୁହନ୍ତି, ଯିଏକି ୨୦୦୫ ମସିହାରେ ସାମାଜିକ ଉଦ୍ୟୋଗୀକରଣ ପାଇଁ ସ୍କୋଲ ଆୱାର୍ଡ ପାଇଥିଲୋ

ଏକ ମାର୍କେଟ ପରିଚାଳିତ ମଡେଲ ଭାବରେ GoodWeave ଉଭୟ ମାର୍କେଟପ୍ଲେସ ଓ ଅଞ୍ଚଳରୁ ସେମାନଙ୍କ ପ୍ରଭାବ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ କରିଥାଏ ।

ଅଧିକରୁ ଅଧିକ ମାର୍କେଟ ଦ୍ୱାରା ଗ୍ରହଣୀୟ ହୋଇ, ଅଧିକ ମାର୍କେଟ ସେୟାର ଗ୍ରହଣ କରି ଅଧିକ ଗୋଷ୍ଠୀମାନଙ୍କ ପାଖରେ ପହଂଚି ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବା ହିଁ ଆମର ସୂତ୍ର ବୋଲି ସ୍ମିଥ୍ କୁହନ୍ତି ।

image


ବ୍ୟବସାୟୀକ ବାତାବରଣରେ ଘଟୁଥିବା ନୂତନ ଚିନ୍ତାଧାରାରେ ଗ୍ରାହକମାନଙ୍କ ମଧ୍ୟରେ ଏହି ଦିଗରେ ସଚେତନତା ସୃଷ୍ଟି ହୋଇଛି ଏବଂ ବୃହତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଶିଶୁ ଶ୍ରମିକ ସମସ୍ୟାକୁ ପ୍ରାଧାନ୍ୟ ଦେଇଛନ୍ତି । ଦକ୍ଷିଣ ଏସିଆର କାର୍ପେଟ ଶିଳ୍ପ ଉପରେ ପ୍ରଭାବ ପକାଉଥିବା ବିଷୟଗୁଡିକୁ ଦୃଷ୍ଟିରେ ରଖି, ଏହାର ଶ୍ରମ ଅଧିକାର ଓ ପରିବେଶ ପ୍ରତି ଗୁରୁତ୍ୱ ଦେଇ GoodWeave ସଦ୍ୟ ତାର ସାର୍ଟିଫିକେସନ ଷ୍ଟାଣ୍ଡାର୍ଡରେ ଆବଶ୍ୟକୀୟ ପରିବର୍ତନ ଆଣିଛି । ବିଭିନ୍ନ ଦିଗକୁ ବିଚାରକୁ ନେଇ ଏହାର ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ତିନି ବର୍ଷରୁ ଅଧିକ ସମୟ ଲାଗିଛି ଓ ଏହା ଏକ ଶିଶୁ ଶ୍ରମିକ ବିହୀନ ଶ୍ରମ ପ୍ରଥା ସହ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ଅଧିକାର ଆଦି ବିଷୟକୁ ଗୁରୁତ୍ୱ ଦେଇଛି ।

ସ୍ମିଥ କୁହନ୍ତି ଶିଶୁଶ୍ରମିକ ପ୍ରଥା ଏକ ବିଶ୍ଵବ୍ୟାପୀ ସମସ୍ୟା ଅଟେ । ଏହାର ମୂଳୋତ୍ପାଟନ ପାଇଁ ବ୍ୟକ୍ତିଗତ ସ୍ତରରେ, ସରକାରୀ ସ୍ତରରେ, ବ୍ୟବସାୟୀକ କ୍ଷେତ୍ରରେ ଚେଷ୍ଟା କରାଯିବା ସହ ଶିକ୍ଷା ଦ୍ୱାରା ଆଗାମୀ ପିଢିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲେ ଏହାର ସମାଧାନ ହୋଇପାରିବ । ଗ୍ରାହକମାନେ ମଧ୍ୟ ଏକ ବସ୍ତୁ କିଣିବା ସମୟରେ ଏସବୁ ବିଷୟରେ ପଚାରି ବୁଝିବା ସହ ବସ୍ତୁଟି କିପରି ତିଆରି ହୋଇଛି ଓ କେଉଁଠୁ ଆସିଛି ପଚାରି ବୁଝିବା ଦରକାର ।

Learn more about GoodWeave’s work and resources here.