ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତର ୫ ଜଣ ଶକ୍ତିଶାଳୀ ମହିଳା

ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତର ୫ ଜଣ ଶକ୍ତିଶାଳୀ ମହିଳା

Thursday November 05, 2015,

5 min Read

ବର୍ତ୍ତମାନ ସମୟ ବଦଳି ଯାଇଛି। ସମୟ ଥିଲା ଯେଉଁଠି ମହିଳା ମାନେ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ସେତେ ଅଗ୍ରଣୀ ନଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ ପ୍ରଯୁକ୍ତି ବିଜ୍ଞାନରେ ବର୍ତ୍ତମାନ ଅନେକ ମହିଳା ବହୁ ବଡ ବଡ କମ୍ପାନୀରେ ଭଲ ପଦବୀରେ ଜଡିତ ଅଛନ୍ତି । ସେମାନଙ୍କୁ ହଜାର ହଜାର ଲୋକ ସମ୍ମାନ ପ୍ରଦାନ କରୁଛନ୍ତି । ସେହି ମହିଳାମାନେ ବ୍ୟବସାୟରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହେବା ସହ ବ୍ୟବସାୟରେ ମଧ୍ୟ ସଫଳ ମହିଳା ଭାବେ ପରିଚିତ ହୋଇପାରିଛନ୍ତି ।

image


ସେହି ମହିଳାଙ୍କ ମଧ୍ୟରୁ ୫ଜଣ ସଫଳ ମହିଳା ଚେୟାରମ୍ୟାନଙ୍କ ବିଷୟରେ ଜାଣିବା, ଯେଉଁମାନଙ୍କ ଦ୍ୱାରା ବଡ ବଡ କମ୍ପାନୀ ପରିଚାଳିତ ହେଉଛି ।

ବନିତା ନାରାୟଣ, ମ୍ୟାନେଜିଂ ଡାଇରେକ୍ଟର, ଆଇବିଏମ ଇଣ୍ଡିଆ ପ୍ରା ଲିଃ

image


ବନିତା ନାରାୟଣ ଆଇବିଏମ ଇଣ୍ଡିଆ ପ୍ରା ଲିଃ.ର ମ୍ୟାନେଜିଂ ଡାଇରେକ୍ଟର ହେବା ସହ ଭାରତ ଏବଂ ଦକ୍ଷିଣ ଏସିଆ ପାଇଁ ରିଜିୟନାଲ ଜେନରେଲ ମ୍ୟାନେଜର ଭାବେ କାର୍ଯ୍ୟରତ । ସେ ଏହି ପଦବୀରେ ଜାନୁୟାରୀ ୨୦୧୩ରେ ନିଯୁକ୍ତି ପାଇଥିଲେ । ସେ ଜଣେ ମହିଳା ହିସାବରେ ଏକ ବହୁତ ବଡ ପଦବୀରେ ଥିଲେ ଯାହାକି ନିଶ୍ଚିତ ସ୍ୱାଗତଯୋଗ୍ୟ । ଆଇବିଏମର ସମସ୍ତ ମାର୍କେଟିଂ, ସେଲ୍ସ ଏବଂ ଗ୍ଲୋବାଲ ଡେଲିଭରି ଅପରେସନ କାର୍ଯ୍ୟ ଭାରତ ତଥା ଦକ୍ଷିଣ ଏସିଆରେ ନିଜର ସ୍ଥିିତି ସମୃଦ୍ଧ କରିଥିବାବେଳେ ସହ ବାଙ୍ଗଲାଦେଶ, ନେପାଳ ଏବଂ ଶ୍ରୀଲଙ୍କାରେ ଅପରେସନ ପାଇଁ ଦାୟିତ୍ତ୍ଵବଦ୍ଧ । ଆଇବିଏମ ଭାରତରେ ଏକ ଫାଷ୍ଟ ଗ୍ରୋଇଙ୍ଗ ନେଟୱାର୍କ ଭାବେ ସଫଳ ହୋଇପାରିଛି ।

୧୯୮୭ରେ ୟୁଏସ ଆଇବିଏମରେ ନିଯୁକ୍ତ ହେବା ପୂର୍ବରୁ ତାଙ୍କର ୨୫ ବର୍ଷର କାର୍ଯ୍ୟ ଦକ୍ଷତା ବିଭିନ୍ନ ଦେଶ ମାନଙ୍କ ସହିତ ରହିବା ସହିତ ବହୁ କ୍ଲାଇଂଟ ମାନଙ୍କ ସହିତ ସେ କାମ କରିସାରିଥିଲେ । ୨୦୦୯ରେ ସେ ଆଇବିଏମ ଆଇଏସଏର ଏକ ବିଜନେସ ପାର୍ଟ ଭାବେ ନିଯୁକ୍ତି ହେଲେ । ସେଲସ ଏବଂ ଡିଷ୍ଟ୍ରିବୁ୍ୟସନ ଲିଡର ହେବାସହ ବର୍ତ୍ତମାନ ସେ ମ୍ୟାନେଜିଂ ପାର୍ଟନର ଭାବେ ଗ୍ଲୋବାଲ ବିଜନେସ ସର୍ଭିସରେ କାର୍ଯ୍ୟ କରୁଛନ୍ତି । ଏତଦବ୍ୟତୀତ ସେ ଆଇବିଏମ ଇଂଟିଗ୍ରେସନ ଏବଂ ଭାଲୁ୍ୟସରେ ବରିଷ୍ଠ ଗ୍ଲୋବାଲ ଏକ୍ଜିକୁ୍ୟଟିଭ ଆଇବିଏମ ଚେୟାରମ୍ୟାନ ଭାବେ ୨୦୧୨ରେ ବିବେଚିତ ହୋଇଥିଲେ । ବନିତାଙ୍କୁ ଆଇବିଏମର ସମସ୍ତ ଏକ୍ସପର୍ଟଙ୍କ ଭିତରେ ଜଣେ ଭାବେ ମଧ୍ୟ ବଛାଯାଇଛି। ଆଇବିଏମର ସମସ୍ତ ପ୍ରକାର କାର୍ଯ୍ୟ ତାଙ୍କୁ ନ୍ୟସ୍ତ କରାଗଲା । ଆଇବିଏମର ଏକ ସଫଳ ବ୍ରାଣ୍ଡ କହିଲେ ବନିତାଙ୍କୁ ବୁ ଝାଏ ।

ବନିତା ନ୍ୟାସନାଲ କାଉନସିଲ କନଫେଡେରେସନ ଅଫ ଇଣ୍ଡିଆ(ସିଆଇଆଇ) ୨୦୧୩-୧୪ର ମେମ୍ବର ଭାବେ ନିଯୁକ୍ତ ହୋଇଥିଲେ । ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ମାର୍କେଟିଂ ରେ ଏମବିଏ ଡିଗ୍ରୀ ହାସଲ କରିଥିବାବେଳେ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟ- ମାଗନା କମ ଲଡରେ ଇନଫରମେସନ ସିଷ୍ଟମରେ ଡିଗ୍ରୀ ହାସଲ କରିଥିଲେ ।

ନିଲମ ଧୱନ, ମ୍ୟାନେଜିଂ ଡାଇରେକ୍ଟର HP, ଇଣ୍ଡିଆ

image


ନିଲମ ଧୱନ ହିଉଲେଟ ପାକର୍ଡ (ଏଚପି)ର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଉପରେ ଏଚପି କମ୍ପାନୀ ର ଦେଶବ୍ୟାପୀ ଦାୟୀତ୍ତ୍ଵ ହସ୍ତାନ୍ତର କରାଯାଇଛି । ଏଚପି କମ୍ପାନୀ କିପରି ସବୁ ଦେଶରେ ଉତ୍ତମ ସେବା ଯୋଗାଇବ ସେ ସବୁ ନିଲମ ଖୁବ ଭଲ ଭାବେ ତୁଲାଇପାରିଛନ୍ତି ।

ନିଲମ ମାର୍କେଟରେ ଏଚପି କମ୍ପାନୀ କିପରି ମୋଟାମୋଟି ଭଲ ବ୍ୟବସାୟ କରିବ ସେ ପାଇଁ ନିଜର ଏକ ଆଜେଣ୍ଡା ପ୍ରସ୍ତୁତ କରିଛନ୍ତି । ଯଦ୍ୱାରା ଏହା ଭାରତରେ ନିଜର ସ୍ଥିତି ବଜାୟ ରଖିଛି । ପ୍ରାୟ କର୍ପୋରେଟ ହାଉସରେ ମଧ୍ୟ ଏଚପି ବେଶ ଜଣାଶୁଣା ଏବଂ ଏହା ଲୋକଙ୍କ ପାଖରେ ମଧ୍ୟ ବେଶ ଆଦୃତ ହୋଇପାରିଛି ।

ନିଲମ ପୂର୍ବରୁ ମାଇକ୍ରୋସଫ୍ଟ ଇଣ୍ଡିଆରେ ମ୍ୟାନେଜିଂ ଡାଇରେକ୍ଟର ଭାବେ ୨୦୦୫-୦୮ରେ କାର୍ଯ୍ୟ କରୁଥିଲେ। ସେ ମାଇକ୍ରୋସଫ୍ଟ ଷ୍ଟ୍ରାଟେଜିକୁ ଫୋକସ କରିବା ସହ ଆହୁରି କିପରି କମ୍ପାନୀ ଭଲ କରିବ ସେଥିପାଇଁ ବିଶେଷ ଧ୍ୟାନ ଦେଇଛନ୍ତି । ଗ୍ରାହକ ମାନେ କିପରି ଉତ୍ତମ ସେବା ପାଇବେ ସେପ୍ରତି ମଧ୍ୟ ବିଶେଷ ଦୃଷ୍ଟି ରଖାଯାଇଛି । ଏଚସିଏଲ ଏବଂ ଆଇବିଏମ ତୁଳନାରେ ନିଲମଙ୍କ ନେତୃତ୍ଵରେ ଏଚପି ଆଇଟି କମ୍ପାନୀ ଭାବେ ବେଶୀ ସଫଳ ହେଇପାରିଛି।

ନିଲମ ନୂଆ ଦିଲ୍ଲୀ ଷ୍ଟିଫେନ ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକତ୍ତୋର ହାସଲ କରିବା ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମ୍ୟାନେଜମେଣ୍ଟରେ ଏମବିଏ ଡିଗ୍ରୀ ହାସଲ କରିଥିଲେ ।

ଅରୁଣା ଜୟନ୍ତୀ, ସିଇଓ କ୍ୟାପଜେମିନି ଇଣ୍ଡିଆ

image


ଅରୁଣା ଜୟନ୍ତୀ କ୍ୟାପଜେମିନିର ଚିଫ ଏକଜିକୁ୍ୟଟିଭ ଅଫିସର ଇଣ୍ଡିଆ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । କ୍ୟାପଜେମିନି ଏକ ସବୁଠାରୁ ବଡ ୟୁନିଟ ଗ୍ରୁପ ଯାହାର ପ୍ରମୁଖ ଦାୟୀତ୍ତ୍ଵ ଅରୁଣାଙ୍କୁ ଦିଆଯାଇଛି । ପରାମର୍ଶ ଦେବା, ପ୍ରଯୁକ୍ତି ବିଦ୍ୟା, ଆଉଟସୋର୍ସିିଂ ସେବା ପ୍ରଦାନ କରିବା ସହିତ ଆଉ ୪୦,୦୦୦ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଲକ୍ଷ୍ୟ ରଖିବା ସହିତ ସେମାନଙ୍କ କାର୍ଯ୍ୟକୁଶଳତା ଉପରେ ଧ୍ୟାନ ରଖିବା ଆବଶ୍ୟକ । ୨୦୧୧ରେ ଅରୁଣା କ୍ୟାପେଜେମିନିର ଗ୍ଲୋବାଲ ଆଉଟସୋର୍ସିଂ ମୁଖ୍ୟ ଭାବେ କାର୍ଯ୍ୟ କରିବାବେଳେ କ୍ୟାପେଜେମିନି ପ୍ରଡକ୍ଟ ଓ କ୍ୱାଲିଟି ଭଲ ଥିବାବେଳେ କମ୍ପାନୀ ମାର୍କେଟିଂରେ ବିଶ୍ୱବ୍ୟାପୀ ଖ୍ୟାତି ଲାଭ କରିଥିଲା । ଅରୁଣା ଦୁଇ ଦଶନ୍ଧି ଧରି ଆଇଟି କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଥିବାବେଳେ ଉଭୟ ମଲ୍ଟି ନ୍ୟାସନାଲ ଏବଂ ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କରେ ସେ କାର୍ଯ୍ୟ କରିଥିଲେ । ସେ ୟୁରୋପ ଏବଂ ଉତ୍ତର ଆମେରିକା ଭଳି ଦେଶକୁ ଯାଇ କମ୍ପାନୀର ବିଭିନ୍ନ ପ୍ରକାର ମିଟିଂ କରନ୍ତି । ଗ୍ରାହକମାନଙ୍କ ଚାହିଦାକୁ ସାମନାରେ ରଖି କ୍ୟାପେଜେମିନି ତରଫରୁ ବିଶେଷ ଧ୍ୟାନ ମଧ୍ୟ ଦିଆଯାଇଛି । ଖୁବ କମ ସମୟ ମଧ୍ୟରେ ଭାରତ ବିଜନେସ ଇତିହାସରେ ଅରୁଣା ନିଜର ଏକ ସୁନ୍ଦର ପରିଚୟ ସୃଷ୍ଟି କରିପାରିଛନ୍ତି । ଫର୍ଚୁ୍ନ ଇଣ୍ଡିଆ ତାଲିକାରେ ୫୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟ ଅରୁଣା ତୃତୀୟ ସ୍ଥାନରେ ଅଛନ୍ତି । ୨୦୧୨ରେ ଶ୍ରେଷ୍ଠ ବିଜନେସ ମହିଳା ଭାବେ ଦୁଇବର୍ଷ ଧରି ସମ୍ମାନ ମଧ୍ୟ ତାଙ୍କୁ ମିଳିଛି । ଅରୁଣାଙ୍କୁ କର୍ପୋରେଟ କ୍ଷେତ୍ରରେ ଇଣ୍ଡିଆ ଟୁଡେ ତରଫରୁ ଶ୍ରେଷ୍ଠ ମହିଳା ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।

କ୍ରିିଥିଗା ରେଡି, ଫେସବୁକ ଇଣ୍ଡିଆ ମୁଖ୍ୟ

image


କ୍ରିଥିଗାଙ୍କ ନେତୃତ୍ୱରେ ଭାରତରେ ଗ୍ରାହକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ସହ ଏକପ୍ରକାର ବ୍ୟବସାୟିକ ଷ୍ଟ୍ରାଟେଜି ବାଲାନ୍ସ କରିବା ନିହାତି ଆବଶ୍ୟକ । କ୍ରିଥିଗା ଜୁଲାଇ ୨୦୧୦ରେ ଫେସବୁକ ଇଣ୍ଡିଆ ମୁଖ୍ୟ ଭାବେ ନିଯୁକ୍ତ ହେବାସହ ହାଇଦ୍ରାବାଦ ଏବଂ ଅନ୍ୟ କମ୍ପାନୀରେ ବହୁ ୟୁଜର୍ସ ଏବଂ ଆଡଭାଇଜର୍ସ ମାନଙ୍କ ସହ ବିଶ୍ୱବ୍ୟାପୀ ସମ୍ପର୍କ ସ୍ଥାପନ ରଖିବାରେ ସଫଳ ହୋଇପାରିଛନ୍ତି ।

କ୍ରିଥିଗା ଭିପି ଏବଂ ଜିଏମ ସାସ ବେସଡରେ କଞ୍ଜୁମର ସିକୁ୍ୟରିଟି ବିଜନେସ ୟୁନିଟ ଏବଂ ଇଣ୍ଡିଆ ଅପରେସନ @ ଫୋନିକ୍ସ ଟେକନୋଲୋଜିରେ କାର୍ଯ୍ୟ କରୁଥିଲେ । ସେ ୟୁଏସ, ଇଣ୍ଡିଆ, ଜାପାନ, କୋରିଆ ଏବଂ ତାଇୱାନରେ ମଧ୍ୟ ମୋଟୋରୋଲା କମ୍ପାନୀର ପ୍ରଡକ୍ଟ ମ୍ୟାନେଜମେଣ୍ଟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଡାଇରେକ୍ଟର ଅଫ ଇଞ୍ଜିନିୟରିଂ ସିଲିକନ, ଗ୍ରାଫିକ୍ସ ଏବଂ ଆସୋସିଏଟ ବୁଜ ଆଲେନ ହାମିଲଟନ ସିଲିକନ ଭ୍ୟାଲି କାଲିଫର୍ଣ୍ଣିଆ ସହ ତାଙ୍କ ପ୍ରଫେସନାଲ କ୍ୟାରିୟର ଜଡିତ ଅଛି ।

ସେ ଷ୍ଟାନଫୋର୍ଡ ଇଉନିଭର୍ସିଟିରୁ ଏମବିଏ ଡିଗ୍ରୀ କରିଛନ୍ତି। ତା ସହ ସେ ସିରାକସ ବିଶ୍ୱବିଦ୍ୟାଳୟରୁ କମ୍ପୁ୍ୟଟର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ସହ ଭାରତର ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ କମ୍ପୁ୍ୟଟର ବିଜ୍ଞାନରେ ବିଇ ମଧ୍ୟ କରିଥିଲେ।

କ୍ରିଥିଗା ୨୦୧୩ରେ ୧୦୦ ଜଣ କ୍ରିଏଟିଭ ବିଜନେସ ବ୍ୟକ୍ତିଙ୍କ ମଧ୍ୟରେ ନିଜର ସ୍ଥାନ କରିବାରେ ସଫଳ ହୋଇଥିଲେ । ଫର୍ଚୁ୍ନ ଇଣ୍ଡିଆର ୫୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ବର୍ତ୍ତମାନ ସେ ସବୁଠାରୁ କମ ବୟସୀ ମୁଖ୍ୟ ଏକଜିକୁ୍ୟଟିଭ ଅଛନ୍ତି । କ୍ରିଥିଗା ଇଂଟରନେଟର ଉପସଭାପତି ହେବାସହ ମୋବାଇଲ ଆସୋସିଏସନ ଇଣ୍ଡିଆର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାମ କରିବାରେ ସେ ରୁଚି ରଖନ୍ତି।

କୁମୁଦ ଶ୍ରିନିବାସନ, ସଭାପତି - ଇଣ୍ଟେଲ

image


କୁମୁଦ ଇଣ୍ଟେଲ ଇଣ୍ଡିଆର ମୁଖ୍ୟ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ସେ ବିଜନେସ ଏନାବେଲିଙ୍ଗ ଅପରେସନ, ଅର୍ଗାନାଇଜେସନାଲ ଡେଭଲପମେଂଟ, ଇଞ୍ଜିନିୟରିଂ ଏବଂ ମାର୍କେଟ ଡେଭଲପମେଂଟ ଇତ୍ୟାଦି ଓଭରାଲ ଷ୍ଟ୍ରାଟେଜିକୁ ସମ୍ଭାଳୁଛନ୍ତି ।

ଏହାପୂର୍ବରୁ କୁମୁଦ ଆଇଟି ସିଲିକନର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । କୁମୁଦ ଇଣ୍ଟେଲରେ ୧୯୮୭ରେ ନିଯୁକ୍ତ ହୋଇଥିଲେ । ଇଣ୍ଟେଲର ମାନୁଫ୍ୟାକଚରିଂ ଏବଂ ଆଇଟି ଅନୁଷ୍ଠାନ ଗୁଡିକୁ କୁମୁଦ ଅତ୍ୟନ୍ତ ସଫଳତାର ସହିତ ଆଗକୁ ବଢାଇ ଚାଲିଛନ୍ତି ।

ଏତଦବ୍ୟତୀତ ଶ୍ରିନିବାସନ ସିରାକସ ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ ଆଡଭାଇଜର ଭାବେ କାର୍ଯ୍ୟ କରିବାସହ ଆନ୍ତର୍ଜାତୀୟ ବୈଷୟିକ ଅନୁଷ୍ଠାନ,ବାଙ୍ଗାଲୋରରେ ଗଭର୍ଣ୍ଣିଂ ବଡି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେ ଇଣ୍ଡିଆ କାଉନସିଲରେ ଅନିତା ବର୍ଗ ଅନୁଷ୍ଠାନର ପାଇଁ ମଧ୍ୟ ଜଣେ ମେମ୍ବର ହିସାବରେ ଅଛନ୍ତି।

ଶ୍ରିନିବାସନ ୧୯୮୧ରେ କୋଲକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକତ୍ତୋର ହାସଲ କରିବା ସହ ସିରାକସ ବିଶ୍ୱବିଦ୍ୟାଳୟରୁ ୧୯୮୪ରେ ଲାଇବ୍ରେରୀ ଶିକ୍ଷାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । କାଲିଫର୍ଣ୍ଣିଆ,ବର୍କେଲିରୁ ଇନଫର୍ମେସନ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରାଲ କୋର୍ସ ମଧ୍ୟ କରିଛନ୍ତି ।

    Share on
    close