ନିଜର ବିବାହ ପାଇଁ ଫଟୋଗ୍ରାଫର ଖୋଜାରୁ ଆରମ୍ଭ Qyk

ନିଜର ବିବାହ ପାଇଁ ଫଟୋଗ୍ରାଫର ଖୋଜାରୁ ଆରମ୍ଭ Qyk

Wednesday November 04, 2015,

2 min Read

Qyk ଏକ ୱେବସାଇଟ ଅଟେ ଯାହାକି ଗ୍ରାହକମାନଙ୍କର ଅନେକ ବ୍ୟକ୍ତିଗତ ଆବଶ୍ୟକତାକୁ ସହଜରେ ପୂରଣ କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ବିବାହ ପାଇଁ ଫଟୋଗ୍ରାଫରର ଆବଶ୍ୟକତା ହେଉ, ଇଭେଣ୍ଟ ଅର୍ଗାନାଇଜ କରିବା ହେଉ ଅବା ବ୍ୟକ୍ତିଗତ ଯୋଗ ଶିକ୍ଷକର ଆବଶ୍ୟକତା, ଏ ସବୁ ସେବା ଯୋଗାଇବାରେ Qyk ଏକ ପ୍ରମୁଖ ଭୂମିକା ନିଭାଇ ଆସିଛି । ଏହାର ସହଯୋଗୀ ପ୍ରତିଷ୍ଠାତା ଏବଂ ସିଇଓ ଦୀପକ ସିଂଘଲଙ୍କ କହିବାନୁଯାୟୀ ଜଣେ ଗ୍ରାହକ ମାତ୍ର କେଇ ମିନିଟର ପରିଶ୍ରମରେ ନିଜ ପସନ୍ଦର ସବୁଠୁ ଉପଯୁକ୍ତ ପ୍ରଫେସନାଲ ପାଇପାରିବୋ

image


ଅନ୍ୟ ଷ୍ଟାର୍ଟଅପମାନଙ୍କ ପରି Qyk ମଧ୍ୟ ଏକ ବ୍ୟକ୍ତିଗତ ଅନୁଭବରୁ ଆରମ୍ଭ ହୋଇଥିଲା । ଦୀପକ ତାଙ୍କର ବିବାହ ପାଇଁ ଜଣେ ଫଟୋଗ୍ରାଫର ଖୋଜିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ସେ ନିଜର ସାଙ୍ଗମାନଙ୍କ ସହଯୋଗ ନେଇଥଲେ ମଧ୍ୟ ନିଜ ମନ ପସନ୍ଦର ଫଟୋଗ୍ରାଫର ପାଇପାରିବା ନେଇ ସେ ନିଶ୍ଚିତ ନଥିଲେ ।

ମୁଁ ଅନଲାଇନରେ ଏକ ଫଟୋଗ୍ରାଫର ଖୋଜିବାକୁ ଚେଷ୍ଟାକରି ଅନୁଭବ କଲି ଯେ ଏଥି ପାଇଁ ମିଳୁଥିବା ସୂଚନା ଯଥେଷ୍ଟ ନୁହେଁ । ମୁଁ ତିନି ସପ୍ତାହ ଖୋଜିବା ପରେ ଜଣେ ଭଲ ଫଟୋଗ୍ରାଫରଙ୍କୁ ପାଇଥିଲି ବୋଲି ଦୀପକ କୁହନ୍ତି। ଏହା ହିଁ Qyk ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କଲା, ଯାହାଦ୍ୱାରା କି ଜଣେ ଖୋଜୁଥିବା ସମସ୍ତ ସେବା ଅତି ସହଜରେ ପାଇପାରିବ ।

ଦୀପକ ଓ ସୋବିତ ଅରବାନ ଟଚରେ ଏକାଠି କାମ କରୁଥିବା ସମୟରେ ଉଭୟ ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଠା କରୁଥିଲେ । ଉଭୟଙ୍କ ମିଳିତ ସାଙ୍ଗ ସଙ୍ଘର୍ଷ ଓ ଅନୁଭବ ସେମାନଙ୍କ ସହ ଏ ବିଷୟରେ ଏକମତ ଥିଲେ । ଏ ନେଇ ସେମାନେ ଅନେକ ଚିନ୍ତା ଓ ପ୍ରଚେଷ୍ଟା କରିବା ପରେ ୨୦୧୪ରେ Qykର ଆରମ୍ଭ ହୋଇଥିଲା ।

ଗ୍ରାହକ ଏହି ୱେବ ସାଇଟକୁ ଯାଇ ନିଜର ଆବଶ୍ୟକତା ନେଇ ଏକ ଅନୁରୋଧ ଓ ପିନ କୋଡ ଦେବାକୁ ପଡିଥାଏ। ଏହା ପରେ ଗ୍ରାହକ ମାନଙ୍କୁ ସେମାନଙ୍କ ଆବଶ୍ୟକତା ସମ୍ବନ୍ଧୀୟ କିଛି ସୂଚନା ଦେଇ ଏହା ଆଗକୁ ବଢ଼ିଥାଏ । ଏହା ପରେ ଗ୍ରାହକର ଆବଶ୍ୟକତାକୁ ନଜର ରଖି ତିନୋଟି ସର୍ବୋତ୍ତମ କୋଟେସନ ଦେଇଥାଏ । ଏଥିରୁ ଗ୍ରାହକ ନିଜ ପସନ୍ଦର ପ୍ରଫେସନାଲ ଚୟନ କରିଥାଏ ।

ତିନି ମାସ ମଧ୍ୟରେ ଆମେ ଶୂନରୁ ଦିନକୁ ୧୦୦ରୁ ଅଧିକ ଅନୁରୋଧ ପାଉଛୁ ବୋଲି ଦୀପକ କୁହନ୍ତି । ଆଗାମୀ ୧୨ ମାସରେ ଟିମ ପାଂଚଟି ସହରରେ ଦୈନିକ ୫୦୦୦ ଅନୁରୋଧ ପାଇବାର ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଏହା କମିଶନ ମଡେଲରେ ନିଜର ରୋଜଗାର କରୁଛି । ତାଙ୍କ ମତରେ Qykରେ ବ୍ୟବହୃତ ଜ୍ଞାନକୌଶଳ ହିଁ Qykର ସିକ୍ରେଟ ଅଟେ ।

ବର୍ତ୍ତମାନ Qyk କେବଳ ମେଟ୍ରୋ ପଲିଟାନ ସହରକୁ ଲକ୍ଷ୍ୟ କରି ବ୍ୟବସାୟ କରୁଛି । ଏବଂ ଯୁବ ପ୍ରଫେସନାଲମାନେ ହିଁ ଏହାର ଟାର୍ଗେଟ ଗ୍ରାହକ ଅଟନ୍ତି । ଯୁବଗୋଷ୍ଠୀ ସେମାନଙ୍କ ବ୍ୟସ୍ତ ବହୁଳ ଜୀବନଶୈଳୀରେ ସବୁକିଛି ସ୍ୱଳ୍ପ ସମୟରେ ଓ ସହଜରେ ଅନଲାଇନରେ ବିଭିନ୍ନ ମୋବାଇଲ ଆପରେ କରିବାକୁ ଚାହାଁନ୍ତି, ଏବଂ ଆମର କଂପାନୀ ସେମାନଙ୍କ ଆବଶ୍ୟକତାକୁ ବୁଝି ସହଜରେ ଓ ସ୍ୱଳ୍ପ ସମୟରେ ସେବା ପ୍ରଦାନ କରୁଅଛି । ଆଗକୁ ଆମେ ୨ ଟାୟାର ସହରକୁ ମଧ୍ୟ ଆମର ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦୀପକ କୁହନ୍ତି ।

ୱେବସାଇଟ