ସିଏନଜିରେ ଚାଲିବ ଦୁଇଚକିଆ, କିଲୋମିଟର ପିଛା ଖର୍ଚ୍ଚ ମାତ୍ର ୬୦ ପଇସା

ସିଏନଜିରେ ଚାଲିବ ଦୁଇଚକିଆ, କିଲୋମିଟର ପିଛା ଖର୍ଚ୍ଚ ମାତ୍ର ୬୦ ପଇସା

Thursday January 05, 2017,

2 min Read

ମହାନଗର ଗ୍ଯାସ ଏହି ସପ୍ତାହରେ ଆରମ୍ଭ କରିଛି ସିଏନଜି ଜାଳେଣୀରେ ଚାଲିପାରୁଥିବା ଦୁଇଚକିଆ ଯାନ। ଏହି ଦୁଇଚକିଆ ଚାଲିବ କିଲୋମିଟର ପିଛା ମାତ୍ର ୬୦ ପଇସା ଖର୍ଚ୍ଚରେ ଏବଂ ବାୟୁ ପ୍ରଦୂଷଣର ମାତ୍ରାକୁ ମଧ୍ୟ କମ କରିବ।

Image : <a href=

Image :

Latest Odisha Newsa12bc34de56fgmedium"/>

ମୁମ୍ବାଇ ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବାଇକର ଶୁଭାରମ୍ଭ କରିଥିଲେ। ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ବିନୋଦ ତାବଡେ ଏହି ସମାରୋହର ସଭାପତିତ୍ଵ କରିଥିଲେ।

ସମ୍ପ୍ରତି ଦେଶରେ ଚାଲୁଥିବା କ୍ୟାସଲେସ ଅଭିଯାନ ସହ ଯୋଗଦାନ ଦେଇ ପ୍ରଧାନ ଏହା ସହ ଯୋଡ଼ା ଏକ ଇ-ୱାଲେଟ ମଧ୍ୟ ଲଞ୍ଚ କରିଥିଲେ ଯାହା ସହାୟତାରେ ସିଏନଜି ଭର୍ତ୍ତି କରିବା ସମୟରେ ପେମେଣ୍ଟ କରିହେବ।

ଏହି ପଦକ୍ଷେପ ସହ ମୁମ୍ବାଇ ସହରରେ ବର୍ତ୍ତମାନ ଚାଲୁଥିବା ୩୬ ଲକ୍ଷରୁ ଊର୍ଦ୍ଧ୍ଵ ଦୁଇଚକିଆ ଯାନ ଚାଳକଙ୍କୁ ଏକ ସୁଯୋଗ ମିଳିଛି ନିଜ ସହରକୁ ପରିବେଶ ଅନୁକୂଳ କରିବା ଅଭିଯାନରେ ଯୋଗ ଦେବା ପାଇଁ।

- ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି।

ଗତ କିଛିବର୍ଷ ମଧ୍ୟରେ ମୁମ୍ବାଇରେ ସିଏନଜି ବ୍ୟବହାର କରୁଥିବା ଯାନବାହନର ସଂଖ୍ୟା ପ୍ରାୟ ୭୦% ବଢିଛି।

ଏହି ନୂଆ ଦୁଇଚକିଆରେ ୧.୨ କିଲୋର ଦୁଇଟି ସିଏନଜି ସିଲିଣ୍ଡର ଲାଗିଛି ଯାହା ୧୨୦ରୁ ୧୩୦ କିଲୋମିଟର ପ୍ରତି କେଜି ପର୍ଯ୍ୟନ୍ତ ଚାଲିପାରିବ। ତେଣୁ କିଲୋମିଟର ପିଛା ପ୍ରକୃତ ଖର୍ଚ୍ଚ ହେବ ମାତ୍ର ୬୦ ପଇସା।

ପ୍ରାରମ୍ଭିକ ସମୟରେ ଏହି ସ୍କୁଟରରେ ଲୋଭାଟୋ ଦ୍ଵାରା ତିଆରି ସିଏନଜି କିଟ ଲାଗୁଛି। ବର୍ତ୍ତମାନ ARAI ପୁଣେ ଏବଂ ICAT ଗୁଡ଼ଗାଓଁ ଦ୍ଵାରା ସ୍ବୀକୃତିପ୍ରାପ୍ତ ମାତ୍ର ଦୁଇଟି କମ୍ପାନୀ ଦୁଇଚକିଆଙ୍କ ପାଇଁ ସିଏନଜି କିଟ ତିଆରି କରୁଛି। ସେ ହେଲା ITUK ଏବଂ Lovato। ଲୋଭାଟୋ ବିଭିନ୍ନ କମ୍ପାନୀର ୧୮ଟି ସ୍କୁଟରର ମଡ଼େଲ ପାଇଁ କିଟ ତିଆରି କରିବାକୁ ଅନୁମତି ପାଇଛି। ଏହି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଦେଖି ଅନେକ କମ୍ପାନୀ ଦୁଇଚକିଆ ଯାନ ପାଇଁ ସିଏନଜି କିଟ ପ୍ରସ୍ତୁତ କରିବା ପାଇଁ କମର ଭିଡ଼ିଲେଣି।