ଆରମ୍ଭ ହେଲା ପେଟିଏମ ମଲ, ଆଲିବାବା କଲା ଲଞ୍ଚ

ଆରମ୍ଭ ହେଲା ପେଟିଏମ ମଲ, ଆଲିବାବା କଲା ଲଞ୍ଚ

Tuesday February 28, 2017,

1 min Read

image


ନଗଦବିହୀନ ଅର୍ଥନୀତି ବ୍ୟବସ୍ଥାର ଏକ ବିରାଟ ଅଂଶ ହେଉଛି ଇ-କମର୍ସ। ବିମୁଦ୍ରିକରଣ ପରେ ଭାରତରେ ଇ-କମର୍ସର ବ୍ୟବସାୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ନେଇ କେତେକ ସ୍ୱଦେଶୀ କମ୍ପାନିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏହାର ଫାଇଦା ଉଠାଇବା ପାଇଁ ବିଦେଶୀ କମ୍ପାନିମାନେ ବି ଅଣ୍ଟାଭିଡ଼ିଛନ୍ତି। ତେବେ ଇ-କମର୍ସ ବଜାରରେ ଚିନର ଆଲିବାବା ଭାରତରେ ପ୍ରଥମ କରି ପାଦ ରଖି ନୂତନ ଆପ୍‌ ‘ପେଟିଏମ୍‌ ମଲ’ ଲଞ୍ଚ୍‌ କରିଛି। ଏହି ଆପ୍‌ ଆଣ୍ଡ୍ରୋଏଡ ପା୍ଲଟଫର୍ମ ସହିତ ଜଡ଼ିତ।

Paytm ମଲ One97 Communications ନାମକ କମ୍ପାନୀର ଅଂଶବିଶେଷ ଯେଉଁଥିରେ ଆଲିବାବା ୪୦% ରୁ ଅଧିକ ଶେୟାର ଉପରେ ମାଲିକାନା ରଖେ। ଏଥିସହ ଏହି ଚାଇନିଜ ଗ୍ରୁପର ଭାରତୀୟ ଅନଲାଇନ ବଜାର ମଧ୍ୟକୁ ସିଧାସଳଖ ପ୍ରବେଶ ହେଇଛି। Paytmର ଏହି ନୂଆଁ ପ୍ଲାଟଫର୍ମ ଆଲିବାବାର ଚୀନରେ ଥିବା T-mall ଠାରୁ ପ୍ରେରିତ।

“ଆମେ ବିକ୍ରେତା ମାନଙ୍କ ପାଇଁ ଗୁଣବତ୍ତାର ମାନ ନିର୍ଧାରଣ କରିଛୁ ଏବଂ ଗୋଦାମ ଓ ମାଲ ନିଆଅଣା ଉପରେ ଆମର କଡ଼ା ନଜର ରହିଛି। ଆମର ଗ୍ରାହକ ମାନେ Paytm ବଜାର ମାଧ୍ୟମରେ ନାନା ଘରୁଆ ଏବଂ ଅନ୍ତର୍ଜାତୀୟ ଉତ୍ପାଦ ପାଇପାରୁଛନ୍ତି ଏବଂ ଏହା ଜାରି ରହିବ। ଏହି ବଜାରର ଲିଙ୍କ ମଲ ଆପ୍ପରେ ମଧ୍ୟ ରହିବ।

ଏହି ପ୍ଲାଟଫର୍ମ ବର୍ତ୍ତମାନ ଭାରତରେ ୧୭ଟି ଫୁଲଫିଲମେଣ୍ଟ କେନ୍ଦ୍ର ଆରମ୍ଭ କରୁଛି। ଏହାର ୪୦ଟି କୋରିଅର ସହଭାଗୀଙ୍କୁ ସହାୟତା ଯୋଗାଇଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପ୍ପର ନବୀନତମ ସଂସ୍କରଣ ସାତୋଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। 

ଆଲିବାବା ପେଟିଏମ୍‌ ଜରିଆରେ ଭାରତରେ ପାଦ ଥାପିବା ପାଇଁ ଚେଷ୍ଟା ଚଳାଇଛି। କମ୍ପାନି ପେଟିଏମ୍‌ ଇ-କମର୍ସ ପ୍ରାଇଭେଟ ଲିମିଟେଡରେ ପାଖାପାଖି ୨୦କୋଟି ଡଲାର ବିନିମୟ କରିଛି।