ଆତ୍ମା : ଭାରତରେ ଶିକ୍ଷା କ୍ଷେତ୍ରର ସାଧକ

ଆତ୍ମା : ଭାରତରେ ଶିକ୍ଷା କ୍ଷେତ୍ରର ସାଧକ

Friday October 16, 2015,

3 min Read

କମ ଖର୍ଚ୍ଚରେ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାରେ NGOମାନେ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ଏମାନେ ନିଜର ସ୍ୱାତନ୍ତ୍ରତା ଜାହିର କରିଥିଲେ ମଧ୍ୟ ଅନେକ ଅର୍ଗାାନାଇଜେସନାଲ ପରିଚାଳନାରେ ପାରଙ୍ଗମତାର ଅଭାବ ହେତୁ ସଫଳତାର ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରୁନାହାଁନ୍ତି । କେତେକ NGOକୁ ଏକ ଦୀର୍ଘସୂତ୍ରୀ କାର୍ଯ୍ୟପନ୍ଥାର ଆବଶ୍ୟକତା ଥିବାବେଳେ, ଅନ୍ୟ କେତେକଙ୍କୁ ନୂତନ କର୍ମଚାରୀ ନିଯୁକ୍ତି କରିବାର ଆବଶ୍ୟକତା ରହିଥାଏ । ସେମାନେ ମଧ୍ୟ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ ଅନୁଷ୍ଠାନ ଗୁଡିକ ସହ ଅନୁବନ୍ଧିତ ହେବାର ଆବଶ୍ୟକତା କରନ୍ତି ।

Mary Ellen Matsui, Director, and Hayley Bolding, Founder

Mary Ellen Matsui, Director, and Hayley Bolding, Founder


ମୁମ୍ବାଇ ସ୍ଥିତ ଆତ୍ମା NGO ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପରାମର୍ଶ ଦେବାସହ ସ୍ୱେଚ୍ଛାସେବୀ କର୍ମଚାରୀ ସହାୟତା ପ୍ରଦାନ କରୁଅଛି । ଏହା ସହିତ ଭାରତର ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଅନୁବନ୍ଧନ କାର୍ଯ୍ୟ ମଧ୍ୟ କରିଥାଏ । ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡରୁ ଏଆଇଏସ୍ଇସି ଇନ୍ଟର୍ଣ୍ଣ ଭାବେ ଆସିଥିବା ହେଲି ବୋଲଣ୍ଡି ଓ ଆଡ୍ରିନି ଭ୍ୟାନ ଡୋକ୍ ନାମକ ଦୁଇ ଜଣ କମ ବୟସ୍କ ମହିଳା ୨୦୦୭ ମସିହାରେ ଆତ୍ମା ପ୍ରତିଷ୍ଠା କରିଥିଲୋ NGOମାନଙ୍କ ପ୍ରଫେସନାଲ ସହଯୋଗର ଆବଶ୍ୟକତାକୁ ଦେଖି ଭାରତରେ ସମସ୍ତ ପିଲାଙ୍କୁ ଉନ୍ନତମାନର ଶିକ୍ଷାର ଉଦ୍ଦେଶ୍ୟ ରଖି ଅନୁଷ୍ଠାନଟି ଆରମ୍ଭ ହୋଇଥିଲା । ଏହାର କାର୍ଯ୍ୟକାରୀ ନିର୍ଦ୍ଧେଶକ ମ୍ୟାରୀ ଇଲେନ୍ ମାଟସୁଇ ୨୦୦୮ରେ ଆତ୍ମାରେ ଯୋଗଦେଲେ, ଯିଏକି ପ୍ରଥମେ ମୁମ୍ବାଇରେ ଏକ ଶିକ୍ଷା ଏନଜିଓରେ କାର୍ଯ୍ୟ କରୁଥିଲେ ।

ର୍ତ୍ତଶିକ୍ଷା କ୍ଷେତ୍ରରେ ଉଚ୍ଚମାନର ସେବା ସହ ପରିବତନର ଧାରାରେ ସାମିଲ ହେବାକୁ ସର୍ବଦା ତତ୍ପରଥିବା ବିଭିନ୍ନ ଉଚ୍ଚଦକ୍ଷତା ସମ୍ପନ୍ନ ଭାଗିଦାରୀ NGOମାନଙ୍କ ସହ ଆତ୍ମା କାମକରିଥାଏ । ଭାଗିଦାରୀ ପାଇଁ ପରସ୍ପରର ଇତିହାସ, ସଫଳତା, ଚ୍ୟାଲେଞ୍ଜ ଏବଂ ଟିମ ମେମ୍ବର ମାନଙ୍କ ମଧ୍ୟରେ ଥିବା ସମାନତା ଓ ପରସ୍ପରକୁ ବୁଝିପାରିବାର ଦକ୍ଷତା ଥିବା ଭାଗିଦାରମାନଙ୍କୁ ଚିହ୍ନଟ କରିବା ହିଁ ଆତ୍ମାର ଲକ୍ଷ୍ୟ । ଏକ ସଫଳ ଭାଗିଦାରୀ ପାଇଁ ଆତ୍ମାର କର୍ମଚାରୀ ଓ ଅନୁଷ୍ଠାନ ମଧ୍ୟରେ ମେଳ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ଯୋଡିବା ପ୍ରକୃତରେ କଠିନ ବୋଲି କୁହନ୍ତି ମାଟସୁଇ । ଭାଗିଦାରମାନେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦରକାର, ତାହା ବିଦ୍ୟାଳୟ ହେଉ କିମ୍ବା ଶିକ୍ଷା ବ୍ୟବସ୍ଥା ସହ ଜଡିତ ଅନ୍ୟ କିଛି ସେବା ହେଉ । ମିମାନ୍ସା, ମୁସ୍କାନ ଫାଉଣ୍ଡେସନ, ନିଉ ରିଜୋଲୁସନ ଇଣ୍ଡିଆ, ଆପନେ ଆପ ୱିମେନ୍ସ କଲେକ୍ଟିଭ, ଅଭନ୍ତି ଫେଲୋଜ୍, ମାସୁମ ଏବଂ ଫାଉଣ୍ଡେସନ ପର ମଦର ଏଣ୍ଡ ଚାଇଲ୍ଡ ହେଲ୍ଥ ପ୍ରମୁଖ ଆତ୍ମାର ବର୍ତମାନର ଭାଗିଦାର ମଧ୍ୟରେ ଅଛନ୍ତି ।

ପ୍ରଥମେ ଏକ ଭାଗିଦାର ଅନୁଷ୍ଠାନ ଚୟନ କଲାପରେ, ଆତ୍ମା ସେହି ଅନୁଷ୍ଠାନରେ ଉନ୍ନତିକରଣର ଆବଶ୍ୟକତା ଥିବା ଦିଗଗୁଡିକୁ ଚିହ୍ନଟ କରେ । ଏହା ପରେ ନିଜର ସ୍ୱେଚ୍ଛାସେବୀମାନଙ୍କ ସହ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମିଶାଇ ସେମାନଙ୍କ ଆବଶ୍ୟକତାନୁସାରେ କାର୍ଯ୍ୟପନ୍ଥା ଓ ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ବାହାର କରେ ।

ଆମେ ସେମାନଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ, ସେମାନେ ପ୍ରକୃତରେ କଣ ଚାହୁଁଛନ୍ତି ଭଲଭାବେ ଅନୁଧ୍ୟାନ କରି, ସେମାନଙ୍କର ଉଦ୍ଦେଶ୍ୟକୁ ସଫଳ କରିଥାଉ ବୋଲି ମାଟସୁଇ ତାଙ୍କର କାର୍ଯ୍ୟ ଶୈଳୀ ବିଷୟରେ ବୁଝାନ୍ତି ।

image


ଅନୁଷ୍ଠାନର ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟାକୁ ଅତି ନିଷ୍ଠାର ସହ ଚିହ୍ନଟ କରି, ଏହାର ପରିଚାଳନା ଶୈଳୀ ଓ ଆନୁଷ୍ଠାନିକ ପରିବର୍ତନର ଆବଶ୍ୟକତାକୁ ଆଖିରେ ରଖି ଆତ୍ମା ତାର କନସଲଟିଂ ପଦ୍ଧତି ସହକାରେ ଏହାର ସମାଧାନ କରିଥାଏ । ଆତ୍ମା ତାର ପ୍ରତ୍ୟକ ଭାଗିଦାରକୁ ବର୍ଷକୁ ୧୨୦୦ ଘଣ୍ଟା ସମୟ ଦିଏ ବୋଲି ମାଟସୁଇ କୁହନ୍ତି । ୨୦୧୧-୨୦୧୨ରେ ଏହା ତାର ଭାଗିଦାରମାନଙ୍କୁ ୭୯୨୯ ଘଣ୍ଟା ସେବା ସମୟ ଯୋଗାଇଥିଲା ।

ସେମାନଙ୍କ ସ୍ୱେଚ୍ଛାସେବୀ କର୍ଯ୍ୟକ୍ରମ ସେମାନଙ୍କ କାର୍ଯ୍ୟର କେନ୍ଦ୍ରସ୍ଥଳ ଅଟେ । ସେମାନଙ୍କ ସ୍ୱେଚ୍ଛାସେବୀମାନେ ବେତନ ବିହୀନ, ପୂର୍ଣ୍ଣ ସମୟ ପ୍ରଫେସନାଲ ଅଟନ୍ତି । ସେମାନେ ସାଧାରଣତ ଭାରତରେ ରୁହନ୍ତି । ଆତ୍ମା ୨୯ଟି ଦେଶରୁ ୧୨୦ ଜଣ ସ୍ୱେଛାସେବୀଙ୍କୁ ଆମନ୍ତ୍ରିତ କରିଥିବା ବେଳେ ଏହାର ୧୦ ଜଣ କର୍ମଚାରୀ ଅଛନ୍ତି । ଏହାର ଭାଗିଦାରମାନଙ୍କ ମଧ୍ୟରେ ସଂପର୍କ ସୃଷ୍ଟି କରି ଆଲୋଚନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଆତ୍ମା ସର୍ବଦା ଚେଷ୍ଟା କରିଥାଏ । ନିକଟରେ ସେମାନେ ମୋବାଇଲ ଟେକ୍ନୋଲୋଜି ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଓ କର୍ମଶାଳା କରିଥିଲୋ ଶିକ୍ଷାରେ ମୋବାଇଲ ଟେକ୍ନୋଲୋଜିର ଭୂମିକା ଶୀର୍ଷକରେଏହି ଆଲୋଚନାଟି ଆୟୋଜନ କରାଯାଇଥିଲା ।

ଦକ୍ଷତା ବୃଦ୍ଧି ସହାୟତା ବିଶ୍ୱରେ NGO ଏବଂ ସାମାଜିକ ପ୍ରତିଷ୍ଠାନ ପାଇଁ ଏକ ଜନାଦୃତ ସେବା ରୂପେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆତ୍ମା ଶିକ୍ଷା କ୍ଷେତ୍ର ପ୍ରତି ଥିବା ତାହାର ପ୍ରତିବଦ୍ଧତା ଉପରେ କାର୍ଯ୍ୟରତ ।

ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆତ୍ମାର ଦକ୍ଷତା ଥିଲେ ମଧ୍ୟ ଏହା କେବଳ ଶିକ୍ଷା କ୍ଷେତ୍ର ପ୍ରତି ବଦ୍ଧପରିକର ଓ ଭାରତରେ ଉନ୍ନତ ଶିକ୍ଷା ପାଇଁ ଆମେ ଅଧିକରୁ ଅଧିକ ଭାଗିଦାରମାନଙ୍କ ସହ ମିଶି ଏହାକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ମାଟସୁଇ କୁହନ୍ତି ।

Learn more about Atma and how to become a partner or volunteer here, or visit their page on YourStory.in pages.