ନିଷ୍ପାପ କୋମଳମତି ଶିଶୁଙ୍କ ଜୀବନରେଖା; ନବଜୀବନ ସଂସ୍ଥାନ

ନିଷ୍ପାପ କୋମଳମତି ଶିଶୁଙ୍କ ଜୀବନରେଖା; ନବଜୀବନ ସଂସ୍ଥାନ

Friday November 20, 2015,

3 min Read

ଆମ ସମାଜରେ ବିବାହ ଏକ ଗୁରୁତ୍ତ୍ଵପୂର୍ଣ୍ଣ ସମାଜିକ ବ୍ୟବସ୍ଥା, ଯାହା ପୁରୁଷ ଓ ମହିଳାଙ୍କୁ ଏକାଠି ରହିବାକୁ ଓ ପରିବାର ସୃଷ୍ଟି କରିବାକୁ ଅନୁମତି ଦେଇଥାଏ। ଯାହା ପିଲା ଜନମ କରିବାଠାରୁ ଆରମ୍ଭ କରି ତାହାର ଲାଲନ ପାଳନ କରିବା ଯାଏଁ ଅନ୍ତର୍ଭୁକ୍ତ। କିନ୍ତୁ ସମାଜରେ ଯେଉ ପିଲାମନେ ବିନା କୌଣସି ବୈବାହିକ ସମ୍ପର୍କରୁ ଜନ୍ମ, ସେମାନଙ୍କ ଶୈଶବ ଅତ୍ୟନ୍ତ ଯନ୍ତ୍ରଣାଦାୟକ। କାରଣ ସେମାନଙ୍କୁ ନା ମିଳିଥାଏ ସମାଜିକ ସ୍ଵୀକୃତି ନା ଉପଯୁକ୍ତ ଲାଳନ ପାଳନ। କୌଣସି ଅବିବାହିତା ମା ଲୋକଲଜ୍ଜା ପାଇଁ କେବେ ବି ତା ପିଲାର ପାଳନ ପୋଷଣ କରେ ନାହିଁ। ସେମାନେ ଆମ ସମାଜରେ ଅତ୍ୟନ୍ତ ଅବହେଳିତ ଓ ଅବାଂଛିତ। ଦୁନିଆ ସେମାନଙ୍କୁ ଅତି ହୀନ ଦୃଷ୍ଟିରେ ଦେଖିଥାଏ।

image


ସେହିଭଳି ପିଲାମାନଙ୍କୁ ପାଳନ ପାଇଁ ଆଗେଇ ଆସିଛି ଜୟପୁରର ନବଜୀବନ ସଂସ୍ଥାନ। ଏହା ଏହିପରି ଶିଶୁ ମାନଙ୍କୁ ଉଦ୍ଧାରକାରୀ ସେମାନଙ୍କ ପାଳନ ପୋଷଣ କରୁଛି ଓ ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ରାସ୍ତା ତିଆରି କରୁଛି। ଏହାର ମୁଖ୍ୟ ହେଉଛନ୍ତି ୮୬ ବର୍ଷୀୟ ଶିଳ୍ପପତି ଭଗବାନ ସିଂହ ପରିହାର। ସିଏ ୨୫ବର୍ଷ ତଳେ ଏହାକୁ ସ୍ଥାପନ କରିଥିଲେ। "ଆମେ ସବୁଦିନେ ପେପର୍,ନିଉଜ୍ ଟିଭି ରେ ଦେଖୁ ଯେ ରାସ୍ତା କଡରୁ,ନଦୀ କୁଳରୁ, ମନ୍ଦିରର ଦୁଆରୁ ବା ଅଳିଆଗଦା ଭିତରୁ ନବଜନ୍ମିତ ଶିଶୁ ଉଦ୍ଧାର ହେଉଛନ୍ତି। ଏହି ପିଲାମାନଙ୍କ ଦେଖାରଖା କରିବାକୁ କେହି ନାହାନ୍ତି,ସେମାନଙ୍କ ଜୀବନ ଅତ୍ୟନ୍ତ ଦୟନୀୟ,ଏମାନେ ବଞ୍ଚିବେ କେମିତି ? ଏହିସବୁ ଅସୁବିଧାକୁ ଦେଖି ଆମେ ମାନେ ନବଜୀବନ ସଂସ୍ଥାନ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନେଲୁ," କହନ୍ତି ଭଗବାନ ସିଂହ ପରିହାର।

image


ଏଠାରେ ପିଲାମାନଙ୍କୁ ରହିବାର ସୁବିଧା ଦିଆଯିବା ସହ ସେମାନଙ୍କ ଖାଇବା,ପିଇବା, ପଢିବା ଓ ସାମାଜିକ ମୂଲ୍ୟବୋଧର ଶିକ୍ଷା ଦିଆଯାଏ। ଏଠାରେ ମଧ୍ୟ ସେମାନଙ୍କର ଭଲଘର ମାନଙ୍କରେ ରହିବାର ବ୍ୟବସ୍ଥା କରାଯାଏ।

ଲବ-କୁଶ ବାଳ ବିକାଶ କେନ୍ଦ୍ର

ଏହା ନବଜୀବନ ସଂସ୍ଥାନର ଏକ ଅଂଶ ବିଶେଶ। ଏଠି ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପ୍ରତିପୋଷଣ କରାଯାଏ। "ଏଠି ଆମେ ରାସ୍ତାକଡରୁ, ଅଳିଆଗଦାରୁ, ନଦୀ କୂଳରୁ ଉଦ୍ଧାର ହୋଇଥିବା ପରିତ୍ୟକ୍ତ ଶିଶୁଙ୍କ ପାଳନ କରୁ। ଏଠାରେ ସେମାନଙ୍କୁ ଉନ୍ନତମାନର ସ୍ଵାସ୍ଥ୍ୟସେବା ପ୍ରଦାନ କରାଯିବାସହ ପାଳନ କରାଯାଏ। ଉଦ୍ଧାର ସମୟରେ ଅନେକ ଶିଶୁଙ୍କ ଓଜନ ୧.୫ କିଲୋ ବା ତାହା ଠାରୁ କମ ହୋଇଥାଏ। ଫଳରେ ସେମାନଙ୍କର ଶାରୀରିକ ସ୍ଥିତି ଅତ୍ୟନ୍ତ ଖରାପ ଥାଏ। ଆମେ ସେମାନଙ୍କୁ ତୁରନ୍ତ ଏଠାକାର ଭଲ ହସ୍ପିଟାଲରେ ଭର୍ତ୍ତୀ କରୁ ଓ ସେମାନଙ୍କୁ ସୁସ୍ଥ ହେବ ପର୍ଯ୍ୟନ୍ତ ସେଠାରେ ରଖୁ। ଏହାପରେ ଆମେ ସେମାନଙ୍କୁ ଆଣି ଆମ କେନ୍ଦ୍ରରେ ରଖୁ। କିନ୍ତୁ ଏତେ ସବୁ ଯତ୍ନ ନେବା ସତ୍ତ୍ୱେ ୨୫% ଶିଶୁ ମୃତ୍ୟୁ ମୁଖରେ ପଡନ୍ତି। କାରଣ ସେମାନେ ଅତ୍ୟନ୍ତ ସଂକଟାପନ୍ନ ସ୍ଥିତିରେ ଉଦ୍ଧାର ହୋଇଥାନ୍ତି ବୋଲି କହନ୍ତି ଭଗବନ ସିଂହ ପରିହାର।

ଏଠାରେ ସେମାନେ ବିଧବା ଓ ଅବିବାହିତା ମା ମାନେ ଆଣି ଛାଡୁଥିବା ପିଲାମାନଙ୍କୁ ମଧ୍ୟ ଗ୍ରହଣ କରନ୍ତି। ଏହା ବହୁତ ଦୁଃଖଦାୟକ। ଏଠାରେ ଏହି ପିଲାମମାନଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରୁ। ଅଭିଜ୍ଞ ଶିଶୁରୋଗ ବିଶେଷଜ୍ଞ ମାନେ ଆସି ଏହି ପିଲା ମାନଙ୍କ ଚିକିତ୍ସା କରନ୍ତି। ସେମାନଙ୍କ ପାଇଁ ଆମେ ଫିଜିଓଥେରାପି ଚିକିତ୍ସା ମଧ୍ୟ କରୁ କହନ୍ତି ପରିହାର।

ଗାୟତ୍ରୀ ବାଳିକା ଗୃହ

ଏହା ନବଜୀବନ ସଂସ୍ଥାନର ଆଉ ଏକ ଅଂଶ ବିଶେଶ। ଏଠାରେ ୫ ରୁ ୧୮ ବର୍ଷ ବୟସର ଝିଅ ପିଲା ମାନଙ୍କୁ ପାଳନ କରାଯାଏ। ଏଠାରେ ଅନେକ ଝିଅମାନଙ୍କୁ ସନ୍ତାନହୀନ ଦମ୍ପତ୍ତି ମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରନ୍ତି। ଯେଉଁମାନଙ୍କୁ କେହି ପୋଷ୍ୟ ଗ୍ରହଣ କରନ୍ତି ନାହିଁ ସେମାନେ ଏଠାରେ ରହି ପାଠ ପଢନ୍ତି। ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ଜିଇଁବାର ସମସ୍ତ ଉପଯୁକ୍ତ ସୁବିଧା ସୁଯୋଗ ଦିଆଯାଏ। ସେମାନଙ୍କୁ ସିଲେଇ ଠାରୁ ଆରମ୍ଭ କରି କମ୍ପ୍ୟୁଟର,ଫାସନ୍ ଡିଜାଇନ,ବିଉଟି କଲଚର୍ ଆଦି ଧନ୍ଦାମୁଳକ ଶିକ୍ଷା ଦିଆଯାଏ ଯାହାଦ୍ଵାରା ସେମାନେ ଭବିଷ୍ୟତରେ ଆତ୍ମନିର୍ଭରଶିଳ ହୋଇ ପାରିବେ।

ସାହାଯ୍ୟ ଓ ସଫଳତା

ଆଜି ଆମେ ଆନେକ ବଦାନ୍ୟ ବ୍ୟକ୍ତି ଓ ସରକାରଙ୍କ ଠାରୁ ଅନୁଦାନ ପାଉଛୁ। ଅନେକ ସହୃଦୟ ବ୍ୟକ୍ତି ଆମକୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ସେମାନଙ୍କ ବିନା ଆମେ କେବେବି ଏତେ ବଡ ଜାଗା,ଘର ଆଦି କରି ପାରିନଥାନ୍ତୁ। ସେହି ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ ପାଇ ଆଜି ଆମେ ସରକାରୀ ଅନୁଦାନ ମଧ୍ୟ ପାଉଛୁ। ଆଗକୁ ଆମେ ଆହୁରି ଅଧିକ ସହଯୋଗ ସରକାରଙ୍କ ଠାରୁ ଆଶା କରୁଛୁ କାରଣ ତାଙ୍କ ପାଖରେ ଅର୍ଥ ଅଛି ଓ ଆମ ପାଖରେ ମନୋବଳ ଅଛି। ଏହି ମନୋବଳ ପାଇଁ ଆଜି ଆମେ ୮୦୦ରୁ ଅଧିକ ଶିଶୁ ମାନଙ୍କ ପ୍ରତିପୋଷଣ କରିପାରିଛୁ। ଆମର ଅନେକ ପିଲା ଆଜି ବଡ ହୋଇ ସମ୍ମାନଜନକ ଜୀବନ ଯାପନ କରୁଛନ୍ତି। ଚାକିରୀ କରି ଘର ସମ୍ଭାଳୁଛନ୍ତି। ଅନେକ ଝିଅ ମାନେ ବିବାହ କରି ସୁଖରେ ଜୀବନ ଯାପନ କରୁଛନ୍ତି। ପ୍ରତି ଝିଅକୁ ଆମେ ବିବାହ ବେଳେ ୧,୦୦,୦୦୦ ଟଙ୍କାର ଫିକସ୍ ଡିପୋଜିଟ ପ୍ରଦାନ କରୁ। ଫଳରେ ସେ କେବେବି ନିଜକୁ ଅନାଥ ବା ଏକଲା ମଣିବ ନାହିଁ," କହନ୍ତି ପରିହାର।

ମୂଳ ଲେଖା - ସିମ୍ରନ ଚୀବର

ଭାଷାନ୍ତର - ପାର୍ଥସାରଥି ମହାନ୍ତି

    Share on
    close