ଦୁଇ ପଟ ବଳକା ରୁଟିରୁ ସମାଜସେବା

ଦୁଇ ପଟ ବଳକା ରୁଟିରୁ ସମାଜସେବା

Tuesday February 28, 2017,

1 min Read

ସମାଜସେବା କଥା କହିବା ସହଜ, କରିବାକୁ ବା କେତେ ଲୋକ ଆଗଭର ହୁଅନ୍ତି? ଅନ୍ୟ କେହି ସମାଜସେବା କରିବାର ଦେଖି ଆମେ ଆଗଧାଡିରେ ଠିଆ ହେଇ ତାଳି ନିଶ୍ଚୟ ମାରିଦେଉ ଖୁବ ସହଜରେ କିନ୍ତୁ କରିବା ଲୋକଙ୍କର ସଂଖ୍ୟା ଖୁବ କମ। 

image


ଅନେକ ସମାଜସେବା କଥା କହନ୍ତି, ଖୁବ୍‌ କମ୍‌ ସଂଖ୍ୟକ ଲୋକ ଦୈନନ୍ଦିନ ଜୀବନରେ ସମାଜସେବା କରନ୍ତି। ଏହାର କାରଣ, ସମାଜସେବା ଏକ କଠିନ ବ୍ୟାପାର। ସେହି କମ୍‌ ସଂଖ୍ୟକ ଲୋକମାନଙ୍କ ଭିତରୁ ଜଣେ ହାଇଦ୍ରାବାଦୀ ପାଞ୍ଚ ବର୍ଷ ହେବ ଦୈନିକ ଲୋକମାନଙ୍କୁ ଆହାର ଦାନ କରୁଛନ୍ତି। ଦୈନିକ ଆହାର ଦାନ କରିବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ସେ ଆରମ୍ଭ କରିଛନ୍ତି ‘ଦୋ ରୋଟି’ ଅଭିଯାନ।

ହାଇଦ୍ରାବାଦର ଏକ ଫ୍ଲାଇଓଭର୍‌ ତଳେ ଆଝାର ମକ୍‌ସୁସି ନାମକ ଏହି ବ୍ୟକ୍ତି ଜଣକ ନିଜ ପାରୁ ପର୍ଯ୍ୟନ୍ତ ଦୈନିକ ଭୋକିଲା ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି।

କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ କରିବାକୁ ତାଙ୍କର ଏହି ଅଭିଯାନ। ବାଟରେ ଭୋକିଲା ଲୋକଙ୍କୁ ଖୁଆଇବାକୁ କାମକୁ ଆସିଲାବେଳେ ଘରୁ ଦୁଇ ଖଣ୍ଡ ବହକା ରୁଟି ଆଣିବାକୁ ସେ ଲୋକମାନଙ୍କୁ ଉତ୍ସାହ ହେଉଛନ୍ତି।

୩୭ ବର୍ଷିୟ ଆଝାର ଅଭିଯାନର ପ୍ରଥମ ଦିନରେ ପାଖାପାଖି ୧୫୦ ଜଣ ଲୋକଙ୍କୁ ରୁଟି ବାଣ୍ଟିଥିଲେ। ଏହା ସହ ସେ ଚଞ୍ଚଳଗୁଡ଼ା ଫ୍ଲାଇଓଭର୍‌ ଏବଂ ସିକନ୍ଦରାବାଦ ଗାନ୍ଧୀ ହସ୍‌ପିଟାଲ୍‌ଠାରେ ମଧ୍ୟ ମାଗଣା ଖାଦ୍ୟ ଶିବିର ଆୟୋଜନ କରିଛନ୍ତି।

ଦିନ ଦିନ ଧରି ଉପାସିଆ ଲୋକେ ବାଟଘାଟରେ ମାଗୁଥିବା ଦେଖି ମକ୍‌ସୁସି ଏହି ଶିବିର ଆରମ୍ଭ କରିଥିଲେ। ସେ ୪ ବର୍ଷ ବୟସର ହୋଇଥିବାବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଭାଇଭଉଣୀଙ୍କୁ ଖାଇବାକୁ ଦେବାକୁ ମାଆ ଅନେକ କଷ୍ଟ କରିଥିଲେ। ଆଝାରଙ୍କ ଅଧିକାଂଶ ଦିନ ଉପବାସରେ କାଟୁଥିଲା।