ଟିସିଏସ୍ ସର୍ବେକ୍ଷଣ: ଭୁବନେଶ୍ୱର Z ପୀଢି ସମ୍ପର୍କରେ ୧୦ଟି ରୋଚକ ତଥ୍ୟ

0

ଯୁବପୀଢି ଉପରେ ଟିସିଏସ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଦେଶର ସର୍ବବୃହତ୍ ସର୍ବେକ୍ଷଣ ମଧ୍ୟରୁ ଅନ୍ୟତମ, ଏଥିରେ ୧୨ରୁ ୧୮ ବୟସ ସୀମା ମଧ୍ୟରେ ଥିବା ପିଲାମାନଙ୍କ ଡିଜିଟାଲ ଅଭ୍ୟାସକୁ ଆକଳନ କରାଯାଇଥାଏ । ବର୍ତ୍ତମାନର ଯୁବପିଢୀ ବା ୧୯୯୫ ପରେ ଜନ୍ମଗ୍ରହଣ କରିଥିବା ପିଲାମାନଙ୍କୁ ଜେଡ୍ ପୀଢି (ଜେନ୍ ଜେଡ୍) ଭାବେ ପରିଭାଷିତ କରାଯାଉଛି । ଟିସିଏସ୍ ଆଇଟି ୱିଜ୍ କୁଇଜର ଅଂଶବିଶେଷ ଭାବେ ୧୫ଟି ସହରରେ ଟିସିଏସ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା । ଭୁବନେଶ୍ୱରଠାରେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ କରାଯାଇଥିବା ସର୍ବେକ୍ଷଣର କିଛି ଫଳାଫଳ ନିମ୍ନରେ ଦିଆଗଲା ।

୧. ସ୍ମାର୍ଟ ଫୋନ୍ ପୀଢି

ଭୁବନେଶ୍ୱରର ତରୁଣ ଓ ତରୁଣୀଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍ ସବୁଠାରୁ ଲୋଭନୀୟ ଯାନ୍ତ୍ରିକ ଉପକରଣ (୮୨%). । ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ସ୍କାର୍ଟଫୋନ୍ ଇଣ୍ଟରନେଟ୍ ବ୍ୟବହାର କରିବାର ସବୁଠାରୁ ଲୋକପ୍ରିୟ ମାଧ୍ୟମ (୪୬%), ଏହାପରେ ଡେକ୍ସଟପ୍/ଘରୋଇ କମ୍ପ୍ୟୁଟର ଓ ଲାପଟପ୍ (୪୪%) ଦ୍ୱିତୀୟ ସ୍ଥାନରେ ରହିଛି ।

୨. ଭୁବନେଶ୍ୱରର ତରୁଣ ଓ ତରୁଣୀ ଫେସବୁକ ସମ୍ପ୍ରଦାୟ ଭାବେ ବେଶ୍ ଜଣାଶୁଣା

୯୩% ସହ ଫେସବୁକ ସବୁଠାରୁ ଆଗରେ ଥିବାବେଳେ ଗୁଗୁଲ୍+ ୬୨% ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି । ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ଝିଅମାନଙ୍କ ତୁଳନାରେ ପୁଅମାନେ ସୋସିଆଲ୍ ନେଟୱର୍କିଂ ସାଇଟରେ ଅଧିକ ସଜାଗ ରହୁଛନ୍ତି ।

୩. ଭୁବନେଶ୍ୱରରେ ମଧ୍ୟ ନିଜ ଡେଣା ବିସ୍ତାର କରିଛି ନୀଳ କେନେରୀ ପକ୍ଷୀ (ଟ୍ୱିଟର)

ଭୁବନେଶ୍ୱରରେ ମଧ୍ୟ ବେଶ୍ ଲୋକପ୍ରିୟ ହେବା ସହିତ ପ୍ରାୟ ୫୩% ଛାତ୍ରଛାତ୍ରୀଙ୍କ ଟ୍ୱିଟର ଏକାଉଣ୍ଟ ରହିଛି । ଟ୍ୱିଟର ଝିଅମାନଙ୍କ (୩୬%) ଅପେକ୍ଷା ପୁଅମାନେ (୫୮%) ଅଧିକ ବ୍ୟବହାର କରୁଛନ୍ତି ।

୪. କ’ଣ ଅଛି ହ୍ୱାଟ୍ସଆପରେ?

ଭୁବନେଶ୍ୱରର ୭୩% ଜେଡ୍ ପିଢୀ ହ୍ୱାଟ୍ସଆପ୍ ମାଧ୍ୟମରେ ବାର୍ତ୍ତାଳାପ କରୁଛନ୍ତି । ଏହାପରେ ୧୨% ଏସ୍ଏମ୍ଏସ୍ ଦ୍ୱାରା ବାର୍ତ୍ତାଳାପ କରୁଛନ୍ତି ।

୫. ଭୁବନେଶ୍ୱରର ଜେଡ୍ ପୀଢି କହୁଛି “ଅନ୍ଲାଇନରେ ଦେଖାହେବ”

୩୧% ଛାତ୍ରଛାତ୍ରୀ ପ୍ରତିଦିନ ୧ ଘଣ୍ଟା ପାଇଁ ଅନଲାଇନ ରହୁଛନ୍ତି । ୪୦% ନୋଟିଫିକେସନ୍ ପାଇବାର ୫ ମିନିଟ୍ ମଧ୍ୟରେ ଜବାବ୍ ଦେଉଛନ୍ତି । ୩୯% ଛାତ୍ରଛାତ୍ରୀଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ଅଭିଭାବକ ମାନେ ନଜର ରଖୁଛନ୍ତି ଓ ୫୩% ଛାତ୍ରଛାତ୍ରୀଙ୍କ ଅନଲାଇନ ଏକାଉଣ୍ଟକୁ ଅଭିଭାବକମାନେ ଖୋଲି ପାରୁଛନ୍ତି ।

୬. ସବୁସମୟରେ, ସବୁସ୍ଥାନରେ ଅଧ୍ୟୟନ

ଆଉ ଏକ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ଭୁବନେଶ୍ୱରର କିଶୋର ଓ କିଶୋରୀମାନେ ସଂଗଠିତ ଶିକ୍ଷା ପରିବେଶକୁ ଛାଡ଼ି ଡିଆଇୱାଇ ଓ ତାର ସହଯୋଗୀ ଅନ୍ଲାଇନ୍ ୱେବ୍ସାଇଟ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି । ୨୯% ଛାତ୍ରଛାତ୍ରୀ ଭିଡ଼ିଓ ଚାଟ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବାବେଳେ ୧୬% ଅନଲାଇନ ମାଧ୍ୟମରେ ନିଜ ସ୍କୁଲରେ ଦିଆଯାଇଥିବା ଟାକ୍ସକୁ ପୁରା କରୁଛନ୍ତି ।

୭. ଭୁବନେଶ୍ୱର ଜେଡ୍ ପୀଢି କହୁଛି, “ଭେଟିବା ଓ ଅଭିବାଦନ କରିବା; ପୋଷ୍ଟ ଓ ଟ୍ୱିଟ୍ ନୁହେଁ”

ବର୍ତ୍ତମାନର ପୀଢି ଫୋନ୍ କରିବା ଓ ସୋସିଆଲ୍ ମିଡ଼ିଆ ତୁଳନାରେ ବନ୍ଧୁମାନଙ୍କ ସହ ସିଧାସଳଖ ଦେଖା (୩୮%) କରିବାକୁ ଅଧିକ ଗୁରୁତ୍ୱ ଦେଉଛି ।

୮. ବ୍ରାଣ୍ଡେଡ୍ କମ୍ପାନୀଗୁଡ଼ିକ ଧ୍ୟାନ ଦିଅନ୍ତୁ: ଜେଡ୍ ପୀଢିର ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାନେଲ ଜରିଆରେ ଜିନିଷ କିଣୁଛନ୍ତି

୯୦% ଛାତ୍ରଛାତ୍ରୀଙ୍କ ମତରେ ସେମାନେ ଅନଲାଇନ ଜିନିଷ କିଣୁଛନ୍ତି । ୫୯% ଯାନ୍ତ୍ରିକ ଉପକରଣ କିଣୁଥିବାବେଳେ ୫୩% ପୁସ୍ତକ ଓ ୫୧% ପୋଷାକପତ୍ର କିଣୁଛନ୍ତି ।

୯. ପାରମ୍ପରିକ ମିଡ଼ିଆ ଏବେ ବି ରାଜ କରୁଛି

ଖବର ପାଇବା ପାଇଁ ୭୫% ଜେଡ୍ ପୀଢି ଏବେ ବି ଟିଭି ଓ ଖବରକାଗଜ ଉପରେ ନିର୍ଭର କରୁଥିବାବେଳେ ୩୮% ଅନ୍ଲାଇନ୍ ଓ ୩୫% ପରିବାରବର୍ଗ ଓ ବନ୍ଧୁମାନଙ୍କ ଦ୍ୱାରା ଦିଆଯାଇଥିବା ଲିଙ୍କ୍ ଉପରେ ନିର୍ଭର କରୁଛନ୍ତି।

୧୦. ଆଉ ଏକ ମିଥ୍: ପେସାଦାର ପାଠ୍ୟକ୍ରମର ଆକର୍ଷଣ କମୁଛି

ଆଶ୍ଚର୍ଯ୍ୟଜନକ ଭାବେ ୫୩% ଝିଅ ୪୯% ପୁଅଙ୍କ ତୁଳନାରେ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଛନ୍ତି ।

ଟିସିଏସ୍ ବିଶ୍ୱ ଯୋଗାଯୋଗ ବିଭାଗର ଭାଇସ ପ୍ରେସିଡେଂଟ୍ ତଥା ମୁଖ୍ୟ ପ୍ରଦୀପ୍ତ ବାଗ୍ଚୀଙ୍କ ଅନୁସାରେ ଭୁବନେଶ୍ୱର ଜେଡ୍ ପୀଢି ସାମାଜିକ ସହଭାଗିତା, ପ୍ରଯୁକ୍ତି ବିଦ୍ୟାରେ ସଚେତନ ଓ ପ୍ରକୃତରେ ଡିଜିଟାଲ ପ୍ରଣାଳୀ ଉପରେ ସିଦ୍ଧହସ୍ତ । ଭାରତରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ଆମର ବାର୍ଷିକ ସର୍ବେକ୍ଷଣ ଆସନ୍ତାକାଲିର ପେସାଦାରଙ୍କୁ ଜାଣିବା, ଉତ୍ସାହଜନକ ବୃତ୍ତି ସୃଷ୍ଟି ଓ ସେମାନଙ୍କ ପାଇଁ ଶିକ୍ଷାର ସୁଯୋଗ ବିଷୟରେ ଜାଣିବାରେ ସହାୟକ ହେବ ।