ଦସ୍ତକରି ହାଟ ସମିତି ଦ୍ୱାରା ଭାରତୀୟ ହସ୍ତକଳାକୁ ଏକ ନୂତନ ରାହା ଦେଖାଇଛନ୍ତି ଜୟା ଜେଟଲୀ

0

ହସ୍ତଶିଳ୍ପ ଉପରେ ଭାରତର କୋଣ ଅନୁକୋଣରେ ଥିବା କାରିଗରମାନଙ୍କ ସହ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବା ଦସ୍ତକରି ହାଟ ସମିତିର ପ୍ରତିଷ୍ଠାତ୍ରୀ ଜୟା ଜେଟଲୀ ଏକ ନୀରବ ପରିବର୍ତ୍ତନ ଆରମ୍ଭ କରିଛନ୍ତି । ଗୁଜୁରାଟ ରାଜ୍ୟ ହ୍ୟାଣ୍ଡଲୁମ ଡେଭଲେପମେଣ୍ଟ କର୍ପୋରେସନର ଡିଜାଇନିଂ ଏଣ୍ଡ ମାର୍କେଟିଂ କନସଲଟାଣ୍ଟ ରୂପେ କାର୍ଯ୍ୟ କରିଥିବା ବେଳେ ସେମାନେ କୁଚ ଅଂଚଳର ମରୁଡି ପ୍ରବଣ ଗ୍ରାମଗୁଡିକରେ ମହିଳାମାନଙ୍କ ଠାରୁ ପୂରୁଣା ହସ୍ତକଳାରେ ପରିପୂର୍ଣ୍ଣ ଶାଢ଼ୀ ଓ ବସ୍ତ୍ର ନିର୍ମାଣ ସହିତ ନୂତନ ବସ୍ତ୍ର ବୁଣାରେ ନିୟୋଜିତ କରି ସେମାନଙ୍କ ଜୀବନରେ ନୂତନ ଆଶା ସଂଚାର କରିବା ସହିତ ପାରମ୍ପାରିକ ବିଧିକୁ ଭାଙ୍ଗି ଏକ ନୂତନ ରାହା ଦେଖାଇଥିଲେ । ଆମେ ପ୍ରଥମେ ଗୋଟିଏ ଗ୍ରାମର ମାତ୍ର ଦୁଇ ପରିତବାରରେ ଏହାର ଆରମ୍ଭ କରିଥିଲୁ ଜାହାକି ଆଜି ୫୦୦ ରୁ ଅଧିକଗ୍ରାମରେ ସଫଳ ରୂପାୟନ ପାଇଛି ।

ସେ ତାଙ୍କର ଅନୁଭୂତିର କାହାଣୀ ବର୍ଣ୍ଣନା କରିବାକୁ ଯାଇ କୁହନ୍ତି, ଏହାର ଫଳ ସ୍ୱରୂପ ରୋଷେଇ ଶାଳର ମହିଳାମାନେ ଆଜି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ନିଜର ବ୍ୟାଙ୍କ ଖାତା ଖୋଲିବା ସହ ଏହାକୁ ନିଜେ ତଦାରଖ କରୁଛନ୍ତି । କୁଚର ପ୍ରତି ଗ୍ରାମରେ ଆଜି ବିଦ୍ୟୁତ ସେବା ପହଂଚିପାରିଛି ଓ ସେମାନେ ବିଦ୍ୟୁତ ବିଲ ପାଇପାରୁଛନ୍ତି । ଏଥିସହିତ ସେମାନେ ଆତ୍ମସମ୍ମାନର ସହ ଜୀବନ ବିତାଉଛନ୍ତି । ମହିଳାମାନଙ୍କୁ ଏହି ଏମରୋଡୋରୀ କାର୍ଯ୍ୟରେ ନିୟୋଜିତ କରିବା ଏକ ଉଚ୍ଚ ପଦକ୍ଷେପ ଥିଲା । ଯାହାଦ୍ୱାରା ସେମାନେ ନିଜର ଅନ୍ତର୍ନିହିତ ପ୍ରତିଭାବୁ ଚିହ୍ନିବାକୁ ଏକସୁଯୋଗ ପାଇଲେ ।

ଆମେ ମହିଳା ସଶକ୍ତୀ କରଣ ନାମରେ ସେମାନଙ୍କ ଉପରେ କେବଳ ପାଶ୍ଚାତ୍ୟ ଚିନ୍ତାଧାରାରେ ସାମିଲ ନ କରି ପାରମ୍ପାରିକତାର ରଙ୍ଗରେ ନିଜର ସମ୍ମାନ ଓ ସାମାଜିକ ସ୍ୱୀକୃତି ସହ ବଂଚିବାର ରାସ୍ତା ଦେଖାଇ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଆଦର୍ଶର ପଥରେ ପହଂଚାଇ ପାରିଲେ ଏହା ପ୍ରକୃତ ନାରୀ ସ୍ୱାଧୀନତା ହେବ ବୋଲି ଜୟା ମତ ରଖନ୍ତି, ଯେ କି ବର୍ତ୍ତମାନ ସେହି କାରଗରମାନଙ୍କ ତୃତୀୟ ବଂଶଜମାନଙ୍କ ସହ କାର୍ଯ୍ୟ କରୁଛନ୍ତି ।

ପିଲାଦିନେ କିଛି କାଳ ଜାପାନରେ କଟାଇଥିବା ଜୟା ଆରମ୍ଭରୁ ହସ୍ତଶିଳ୍ପ ଓ ହସ୍ତକଳା ପ୍ରତି ଆଗ୍ରହୀ ଥିଲେ ଓ ଭଲ ପାଉଥିଲେ । ୧୯୬୫ରେ ତାଙ୍କର ବିବାହପରେ ସେ କାଶ୍ମିରରେ ରହୁଥିଲେ ସେଠାରେ କାରୀଗରମାନେ ଉପଯୁକ୍ତ ମାର୍କେଟର ଅଭାବରୁ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇପାରୁନାହାଁନ୍ତି ସେ ଅନୁଭବ କଲେ । ସେ ହସ୍ତକଳାର ସାମାଜିକ ଓ ଅର୍ଥନୈତିକ ଜୀବନ ଉପରେ ଥିବା ପ୍ରଭାବକୁ ଭଲଭାବେ ବୁଝିଥିଲେ ଓ ଏହାର ପ୍ରୟୋଗରେ କଳାକାରମାନଙ୍କର ସାମାଜିକ ତଥା ଅର୍ଥନୈତିକ ଉନ୍ନତି ଆଶା ରଖି ସେ ୧୯୮୬ରେ ଦସ୍ତକରି ହାଟ ସମିତି ନାମକ ଭାରତର କଳାର ଏକ ଜାତୀୟ ଆସୋସିଏସନ ରୂପେ ପ୍ରତିଷ୍ଠା କରିଥିଲେ । ଏହା ହସ୍ତକଳା, ହସ୍ତଶିଳ୍ପ ତଥା କାରୀଗରମାନଙ୍କ ପାଇଁ କାର୍ଯ୍ୟକରିବା ସହିତ ଅନେକ ବୁଡିଯାଉଥିବା କଳାକୁ ବଂଚାଇ ରଖିଛି। ଖୁରଜାପୋଟରୀ ଏକ ବୁଡିଯାଉଥିବା କଳା ଥିଲା ଯାହାକୁ ଆଜିର ଦିନରେ ଆନ୍ତର୍ଜାତୀୟ ମାର୍କେଟରେ ସ୍ଥାନ ମିଳିଛି ।

ଅକ୍ସରା ପ୍ରକଳ୍ପ ମାଧ୍ୟମରେ ଏହା ବିଭିନ୍ନ ଆଂଚଳିକ ତଥା ଇଂରାଜୀ ଭାଷାକୁ କାରୀଗରମାନେ ନିକର କାରୁକାର୍ଯ୍ୟରେ ବ୍ୟବହାର କରିବାର ଜ୍ଞ୍ୟାନ କୌଶଳ ଯୋଗାଉଛି । ଅକ୍ଷରା ପ୍ରଭାବରେ ନିକଟରେ ଜଣେ କାରୀଗର ହନୁମାନ ଚାଳିଶାକୁ ସଂମ୍ପୂର୍ଣ୍ଣଭାବେ ଏକ ଫାଇନ ସିଲ୍କ କାଲିଗ୍ରାଫି ସ୍କ୍ରୋଲ୍ସରେ ଲେଖି୧୫-୨୦ଖଣ୍ଡକୁ ୨୫ଲକ୍ଷରେ ବିକିପାରିଲା ।

ଏଥି ସହିତ ଆନ୍ତର୍ଜାତୀୟ ସ୍ତରରେ କଳାର ପ୍ରଚାର ପ୍ରସାର ତଥା ଆଦାନ ପ୍ରଦାନ ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ସେମାନେ ବିଭିନ୍ନ ମେଳାର ଅୟୋଜନ କରିବା ସହିତ ପର୍ଯ୍ୟଟକମାନଙ୍କ ମନ ନେଇ ନିଜର କଳାଦକ୍ଷତାରେ ମନଲୋଭା ନୂତନ କିସମର ଦ୍ରବ୍ୟ ତିଆରି କରିବାକୁ ପ୍ରେତ୍ସାହିତ କରୁଛନ୍ତି ।

ମୂଳ ଲେଖା - ଇନ୍ଦ୍ରଜିତ ଚୌଧୁରୀ

ଭାଷାନ୍ତର - ସୌରଭ ପରିଡ଼ା