ରିଲାଏନ୍ସ ଜିଓ ସମ୍ବନ୍ଧରେ ୫ଟି ଅଜଣା କଥା

ରିଲାଏନ୍ସ ଜିଓ ସମ୍ବନ୍ଧରେ ୫ଟି ଅଜଣା କଥା

Saturday September 03, 2016,

2 min Read

ରିଲାଏନ୍ସ ର ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ, ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର, ଔପଚାରିକ ଭାବେ ରିଲାଏନ୍ସ ଜିଓର ଲଞ୍ଚ ର ଘୋଷଣା କରିଛନ୍ତି। ଏହା ଏକ ପ୍ରିମିୟମ ଡାଟା ସର୍ଭିସ ଯାହା ଖୁବ କମ ମୂଲ୍ୟରେ ଗ୍ରାହକଙ୍କୁ ଉପଲବ୍ଧ ହେବ। ଯେଉଁ ସମୟରେ ଅନେକ ଟେଲିକମ କମ୍ପାନୀ ଗ୍ରାହକଙ୍କ ମନ ମୋହିଲା ଭଳି ଅଫରର ବନ୍ୟା କରୁଛନ୍ତି ଆସନ୍ତୁ ନଜର ପକାଇବା ରିଲାଏନ୍ସ ଜିଓ ସମ୍ପର୍କରେ ଏପରି କିଛି ତଥ୍ୟ ଯାହା ବିଶେଷ ଭାବେ ଜଣା ନୁହେଁ।

image


୧. ଡିଜିଟାଲ ଉଦ୍ୟୋଗୀଙ୍କ ସହ ପାର୍ଟନର ହେବାକୁ ଆଗ୍ରହୀ ଜିଓ

ରିଲାଏନ୍ସ ଜିଓ ନିଜର ନୂତନ ଭାବେ ତିଆରି ଏହି ପ୍ଲାଟଫର୍ମକୁ ନୂଆଁ କମ୍ପାନୀ ଓ ଉଦ୍ୟୋଗୀଙ୍କ ପାଇଁ ଖୋଲି ଦେଇଛି। ନୂତନ ଉଦ୍ୟୋଗ ମାନେ ଏହି ପ୍ଲାଟଫର୍ମର ମନ ଭର୍ତି ଲାଭ ଉଠାଇପାରିବେ। ଏହା ଫଳରେ କେବଳ ବୃଦ୍ଧି ନୁହେଁ ବରଂ ମହତ୍ଵପୂର୍ଣ୍ଣ ପାର୍ଟନରଶିପ ଗଢିବାରେ ମଧ୍ୟ ସାହାଯ୍ୟ କରିବ। 

image


୨. ରିଲାଏନ୍ସ ଜିଓ ର ନାମ ପ୍ରଥମେ IBSL ଥିଲା

ଜୁନ ୨୦୧୦ରେ ହେଇଥିବା ବ୍ରୋଡବ୍ୟାଣ୍ଡ ଓୟାରଲେସ ଅକ୍ସନ (BWA) ପରେ ପରେ RIL Infotel ବ୍ରୋଡବ୍ୟାଣ୍ଡରେ ୯୬% କିଣିଦେଇଥିଲା ଯାହା BWAର ୨୨ଟି ସର୍କଲ କିଣିଥିଲା। ଯଦିଓ ଏହି କମ୍ପାନୀର ଷ୍ଟକ ଏକ୍ସଚେଞ୍ଜର ତାଲିକାଭୁକ୍ତ ହେଇନଥିଲା କିନ୍ତୁ ଏହାର ମୂଲ୍ୟ ପାଖାପାଖି ୪,୮୦୦ କୋଟି ଥିଲା ଏବଂ ଏହା ଏକମାତ୍ର କମ୍ପାନୀ ଥିଲା ଯିଏ ଭାରତର ସମସ୍ତ ୨୨ଟି ଜୋନରେ ବ୍ରୋଡବ୍ୟାଣ୍ଡ ସ୍ପେକ୍ଟ୍ରମ ପାଇପାରିଥିଲା। Infotel ରିଲାଏନ୍ସର ଟେଲିକମ ସହଯୋଗୀ ଭାବରେ କାମ କରିବା ଆରମ୍ଭ କଲା ଏବଂ ପରେ ଜାନୁୟାରୀ ୨୦୧୩ରେ ଏହାର ନାମ ଦିଆଗଲା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼।

୩. ୨୦୧୫ରେ ଆରମ୍ଭ ହେଇଥାନ୍ତା ଜିଓ

RIL ପ୍ରଥମେ ୨୦୧୫ର ଶେଷ ବେଳକୁ ଏହାର ଲଞ୍ଚ କରିବାକୁ ଯୋଜନା କରିଥିଲା। କିନ୍ତୁ କେବଳ ଏକ ବେଟା ଲଞ୍ଚ ମାତ୍ର କରିପାରିଥିଲା। ୨୭ ଡିସେମ୍ବର ୨୦୧୫ ରେ ବଲିଉଡ ଅଭିନେତା ଶାହରୁଖ ଖାନ ଏହାର ଲଞ୍ଚ ନବୀ ମୁମ୍ବାଇରେ କରିଥିଲେ। ପ୍ରଥମେ ପରୀକ୍ଷଣ ଭାବେ ଜିଓର କର୍ମଚାରୀ ଓ ତାଙ୍କର ପରିବାରଙ୍କୁ ଏହା ବ୍ୟବହାର କରିବାକୁ ଦିଆଯାଇଥିଲା। ବର୍ତ୍ତମାନ ବହୁ ପରିବର୍ତ୍ତନ ଓ ସଂଶୋଧନ ପରେ ଏହା ଜନତାଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯାଇଛି।

୪. ଯୁବଗୋଷ୍ଠୀ ପାଇଁ ଓ ଯୁବଗୋଷ୍ଠୀଙ୍କ ଦ୍ଵାରା

ଜିଓ ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ସଂଖ୍ୟା ହେଲା ପ୍ରାୟ ୬୦,୦୦୦। ଜିଓ ଗର୍ବର ସହ ଏକ ବହୁଳ ଭାବେ ଯୁବା କର୍ମଚାରୀଙ୍କ କମ୍ପାନୀ ଭାବେ ନିଜର ପରିଚୟ ଦିଏ। ଏହାର କର୍ମଚାରୀଙ୍କ ହାରାହାରି ବୟସ ହେଲା ମାତ୍ର ୩୦।

image


୫. LTE ସ୍ମାର୍ଟଫୋନର ଯୋଗାଣକାରୀ

ଆମେ ସମସ୍ତେ ଜାଣିଛୁ ଯେ RIL LTE (Long Term Evolution) ଟେକନୋଲଜିର ବ୍ୟବହାର କରିବାକୁ ଯାଉଛି। ମାତ୍ର ବଜାରରେ ଉପଲବ୍ଧ ସମସ୍ତ ଫୋନ ଏହି ଟେକନୋଲଜି ଅନୁକୂଳ ନୁହେଁ। ତେଣୁ ଜୁନ ୨୦୧୫ରେ RIL Intex ସହ ୪G ହାଣ୍ଡସେଟ ଯୋଗାଇବା ପାଇଁ ହାତ ମିଳେଇଥିଲା। ଜାନୁୟାରୀ ୨୦୧୬ରେ RIL ନିଜର ବ୍ରାଣ୍ଡର ସ୍ମାର୍ଟଫୋନ ବଜାରକୁ ଛାଡିଥିଲା। ଏହି ବ୍ରାଣ୍ଡର ନାମ ହେଲା LYF। ଏବେ ପର୍ଯ୍ୟନ୍ତ LYFର Water 1, Water 2, Earth 1 ଏବଂ Flame 1ଭଳି ମଡ଼େଲ ବଜାରରେ ଉପଲବ୍ଧ।

ଆମେ ଖୁବ ଆଗ୍ରହର ସହ ଅପେକ୍ଷା କରିଛୁ ଦେଖିବାକୁ ଯେ ଜିଓ କିପରି ଭାବେ ବର୍ତ୍ତମାନ ଥିବା ଡାଟା ଓ ଇଣ୍ଟରନେଟର ଅସୁବିଧା ସବୁକୁ ମୂଳପୋଛ କରୁଛି। ଆପଣଙ୍କର ଏହି ପ୍ରଡ଼କ୍ଟକୁ ନେଇ ମତାମତ ବା ଅଭିଜ୍ଞତା ବାଣ୍ଟିବା ପାଇଁ କମେଣ୍ଟ କରନ୍ତୁ।