ଛୋଟ ଲାଭ ଦୀର୍ଘ ମିଆଦୀ ଲକ୍ଷ୍ୟକୁ ପ୍ରଭାବିତ ନ କରୁ: ପ୍ରମାଦ ଜନ୍ଧ୍ୟାଲା, ସହ ପ୍ରତିଷ୍ଠାତା, Latentview

ଛୋଟ ଲାଭ ଦୀର୍ଘ ମିଆଦୀ ଲକ୍ଷ୍ୟକୁ ପ୍ରଭାବିତ ନ କରୁ: ପ୍ରମାଦ ଜନ୍ଧ୍ୟାଲା, ସହ ପ୍ରତିଷ୍ଠାତା, Latentview

Friday November 27, 2015,

3 min Read

ଏହା ତାଙ୍କର ଶରୀରର ତେଜ ହେଉ ଅଥବା କିଛି କରିବାର ଅଦମ୍ୟ ଇଛା ହେଉ ଅଥବା ବହୁତ ଭାବି ଚିନ୍ତି ଲେଖାଯାଇଥିବା ଏକ ଲେଖା ହେଉ ପ୍ରମାଣ ଜନ୍ଧ୍ୟାଲାଙ୍କୁ ଭେଟିବା ସମ୍ଭବ ନ ଥିଲା। କିନ୍ତୁ ବିଟ୍ସ ପିଲାନି ଆଲୁମିନିରେ ତାଙ୍କ ସହ ଭେଟ ହୋଇଗଲା। ସେ ଏକ କଟନ ଶାଢ଼ୀ ପିନ୍ଧି ଥିବା ବେଳେ ଛୋଟ ଚୁଟି ରଖିଥିଲେ ପ୍ରମାଦଙ୍କ ପାଇଁ ଜୀବନ ଏକ ବହୁତ ସାଧାସିଧା ଥିଲା ସେ ବିଟ୍ସ ପିଲାନିରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିବା ପରେ ଆଇଆଇଏମ୍-କୋଲକତାରୁ ଏମବିଏ କରିଥିଲେ। ଏହା ପରେ ସେ ଦୀର୍ଘ 10 ବର୍ଷ ଆଥିର୍କ ସେବା କ୍ଷେତ୍ରରେ (ଆନାଲିଷ୍ଟ୍) ଭାବେ କାମ କରିବା ପରେ ପ୍ରତିଷ୍ଠା କରିଥିଲେ ନିଜର ଡାଟା ଆନାଲିଟିକ୍ସ ଓ ମ୍ୟାନେଜମେଣ୍ଟ ସଂସ୍ଥା Latentview। ପ୍ରମାଦ ତାଙ୍କ ଜୀବନରେ କିଛି ବି ବଦଳେଇବାକୁ ଚାହାଁନ୍ତି ନାହିଁ।

image


ଏଠାରେ ଆମେ ତାହା ଲେଖୁଛୁ, କିଭଳି ପ୍ରମାଦଙ୍କ ପିଲା ଦିନ ଥିଲା ଓ ସେ କିଭଳି Latentviewର ଫାଇନାନ୍ସ ଓ ହୁମ୍ୟାନ କ୍ୟାପିଟାଲର ନିର୍ଦ୍ଧେଶକ ହେଲେ:

କଲେଜ ଦିନ:

image


ପ୍ରମାଦ ଏହି ତିିନିଟି ଗୁଣକୁ ନେଇ ଆଗକୁ ବଢ଼ିଥିଲେ:

1-ଶୃଙ୍ଖଳା

2-କଠିନ ପରିଶ୍ରମ

3-ନିଜର ଆଦର୍ଶରେ ଦୃଢ ରହିବା

ବିଟ୍ସ୍ ପିଲାନିରୁ ସେ କିଭଳି ବିଭିନ୍ନ ବିଷୟ ଶିକ୍ଷା କରିବା ଆରମ୍ଭ କରିଥିଲେ, ସେ ବିଷୟରେ ପ୍ରମାଦ କହନ୍ତି ଯେ, ଓରିଏଟେଂସନ୍ କାର୍ଯ୍ୟକ୍ରମରୁ ମୁଁ ବହୁତ କିଛି ଶିଖିବାକୁ ପାଇଲି। ସେଠାରେ ମୁଁ କିଭଳି ରିସ୍କ ନେଇ ହେବ ତାହା ଶିଖିଲି। ବ୍ୟବସାୟ ପରିଚାଳନା ଶିଖିଲି। ବିଲିଂ ପାଇଁ ଏକ ସଫ୍ଟଓୟାର ବିକଶିତ କରିଥିଲି। ବହୁତ କିଛି ଜିନିଷ ଜାଣିପାରିଲି, ଯାହା ପାଠପଢ଼ା ଦୁନିଆଠାରୁ ସମ୍ପୂର୍ଣ ଅଲଗା ଥିଲା। ବିଟ୍ସ ପିଲାନିର ସବୁଠୁ ବଡ଼ କଥାଟି ହେଉଛି ସେଠାରେ ବିନା କୌଣସି ଧ୍ୟାନ ବିକର୍ଷଣରେ ତୁମେ ନିଜକୁ କେନ୍ଦ୍ରରେ ରଖି ଏକ ଦୁନିଆ ଗଢ଼ିପାରିବ।

image


Latentview ବିଷୟରେ

ପ୍ରମାଦ ସିକ୍ୟୁରୀଟି ମାର୍କେଟ, କ୍ରେଡିଟ ରେଟିଂ ଓ ଆଥିର୍କ ସେବା କ୍ଷେତ୍ରରେ କାମ କରିଥିଲେ ଯେଉଁଠାରେ ସେ ଡାଟା ଓ ଆନାଲିଟିକ୍ସ କଥା ବୁଝୁଥିଲେ ସେ କାମ କରିବା ବେଳେ ଆଖପାଖ ଜିନିଷ ଉପରେ ମଧ୍ୟ ନଜର ରଖୁଥିଲେ କେଉଁ ବିଷୟ ତାଙ୍କୁ କାମ କରିବାକୁ ପ୍ରୋତ୍ସାହନ ଦେଉଛି ତାହା ଜାଣିବାକୁ ଚାହୁଁଥିଲେ ଏହା ତାଙ୍କର ଅଭିଜ୍ଞତା ଓ ଆଗ୍ରହର ମିଳିତ ଯେଉଁଥିରୁ ସୃଷ୍ଟି ହୋଇଥିଲା Latentview, ଯେଉଁଠାରେ ସେ ଫାଇନାନ୍ସ ଓ ହ୍ୟୁମାନ କ୍ୟାପିଟାଲ୍ ନିର୍ଦ୍ଧେଶକ ଭାବେ କାମ କରୁଛନ୍ତି 2006ରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ 320 ଜଣିଆ ଟିମରେ ପରିଣତ ହୋଇ ପାଞ୍ଚଟି ସ୍ଥାନରେ କାମ କରୁଛି।

Latentview, କମ୍ପାନୀ ଗୁଡ଼ିକ ବିଜନେସ୍ ଆନାଲିଟିକ ସେବା ଯୋଗାଇ ଦେଉଛି। ବିଭିନ୍ନ ପ୍ରକାର ତଥ୍ୟ, ବୈଷୟିକ ଜ୍ଞାନକୌଶଳ ଓ ଗ୍ରାହକଙ୍କ ବ୍ୟବହାର କରି ବିଷୟ ବିଚାରକୁ ନେଇ ଏହା କମ୍ପାନୀଗୁଡ଼ିକ ଏଭଳି କିଛି ସୁବିଧା ପ୍ରଦାନ କରୁଛି ଯାହା ସେମାନଙ୍କ କାରବାର ବଢ଼ାଇବା ଓ ମାର୍କେଟିଂ ନିଷ୍ପତି ଗ୍ରହଣ କରିବାରେ ବିଶେଷ ସହାୟକ ହେଉଛି କମ୍ପାନୀର ଦୁଇଟି ମୌଳିକ ଲକ୍ଷ୍ୟ ହେଉଛି ଆକାଂକ୍ଷା ଓ ନିଜ ଉପରେ ବିଶ୍ଵାସ ଏହାରି ବଳରେ କମ୍ପାନୀର କାରବାର ବର୍ଷକୁ ବର୍ଷ ଦୁଇ ଗୁଣ ବଢ଼ିପାରିଛି।

ଅନ୍ୟ କମ୍ପାନୀ ମାନଙ୍କ ତୁଳନାରେ Latentview କାହିଁକି ଭିନ୍ନ ସେ ବିଷୟରେ ପ୍ରମାଦ କହନ୍ତି ଯେ, "ଆମେ ତଥ୍ୟକୁ ଅନୁଧ୍ୟାନ କରି ସମାଧାନ ପ୍ରଦାନ କରୁଛୁ। ଏହାକୁ କେବଳ ମାତ୍ର ଗଣିତ ସୂତ୍ର ଭାବେ ଦେଖୁନାହୁଁ। ଗ୍ରାହକଙ୍କ ସହିତ ସଂପର୍କକୁ ନେଇ ଆମେ ଆଗକୁ ବଢ଼ିଥାଉ।" ଆଗାମୀ ଦିନରେ ଯେଭଳି ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଦେଇହେବ ସେଥିପାଇଁ ସେ ଏବେ ପ୍ରସ୍ତୁତି ଜାରି ରଖିଛନ୍ତି।

ଅଭିଜ୍ଞତା କହେ:

ଦୀର୍ଘ ଦୁଇ ଦଶନ୍ଧୀ ଡାଟା ଓ ଆନାଲିଟିକ୍ସ ବର୍ଗରେ କାମ କରିବା ପରେ ପ୍ରମାଦ ଅନେକ କିଛି ପରିବର୍ତ୍ତନ ଦେଖିଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଚାଲିଥିବା ଟ୍ରେଣ୍ଡ୍ ବିଷୟରେ ସେ କହିଛନ୍ତି -

1-ସୋସିଆଲ ମିଡିଆ: ଏହା ନିଶ୍ଚିତ ପକ୍ଷେ ଗ୍ରାହକଙ୍କୁ ଶୁଣିବାର ଏକ ମାଧ୍ୟମ। ଏହା ଜରିଆରେ ବଜାର ଚର୍ଚ୍ଚା ବିଷୟରେ ଜାଣିହେବ

2-ବଡ଼ ଡାଟା: ଯେହେତୁ ପାରମ୍ପରିକ ସର୍ଭର କ୍ଲାଉଡ୍ ସମକକ୍ଷ ନୁହେଁ ତେଣୁ କଂପାନିଗୁଡ଼ିକ କ୍ଲାଉଡ୍କୁ ଆପେ ଚାଲି ଆସିପାରିବେ

3-ମୋବାଇଲ୍: ଏହାର ସବୁଠୁ ବଡ଼ ଲାଭ ହେଉଛି ଏହା ଅଠା ଭଳି ଯୋଡ଼ି ହୋଇ ରହିଥାଏ ସମସ୍ତ ବ୍ଯଚ୍ଛିଗତ ତଥ୍ଯ ସହ ଏହାର ଇଟେଂଲିଜେନ୍ସ ସିଷ୍ଟମ୍ ଯୋଡ଼ି ହୋଇଥାଏ

4-ଦୂରଦୃଷ୍ଟି: ତଥ୍ୟରେ ଘାଣ୍ଟି ହୋଇ ସମାଧାନ ଖୋଜିବା ବଦଳରେ ଏହା ଡାଟା ଆନାଲିସିସ୍ ବାର୍ତା ପ୍ରଦାନ କରୁଛି

ନିଜର ନାରୀତ୍ଵ ଉପରେ

image


ପ୍ରମାଦଙ୍କ ମତରେ ଜୀବନରେ ଜଣେ ମହିଳା ଅନେକ ଆହ୍ଵାନର ସମ୍ମୁଖୀନ ହୋଇଥାଏ। ଅନେକ କ୍ଷେତ୍ରରେ ସମାଧାନ ବାଟ ବାହାର କରିବା ସହଜ ହୁଏ ନାହିଁ:

1-ଘର କିମ୍ବା ବୃତ୍ତିରୁ ଗୋଟିଏକୁ ପ୍ରାଥମିକତା ଦିଅନ୍ତୁ ଓ ସେଥିରେ ଯୋଡ଼ି ରୁହନ୍ତୁ ଶେଷରେ ସବୁ କିଛି ଭଲ ହୋଇଯିବ।

2-ଲିଙ୍ଗ ଯାହା ହେଉ ନା କାହିଁକି ସାଲିସ କରିବା ଶିଖିବାକୁ ପଡ଼ିବ କୌଣସି ଯୁଦ୍ଧ ଏହା ବିନା ଜିତି ହେବ ନାହିଁ ଏହା ଯେତେ ଶୀଘ୍ର ବୁଝି ଯିବ ତାହା ଆପଣଙ୍କ ପାଇଁ ଭଲ ହେବ

ପ୍ରମାଦ କହନ୍ତି ଯେ ମହିଳାମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଓ ଯୋଡ଼ି ହେବାକୁ ଚାହୁଁଛନ୍ତି କିନ୍ତୁ ପାରମ୍ପରିକ ରୀତିନିତି ଯୋଗୁଁ ଏହା ରାତିକରେ ହୋଇଯିବନି। କିନ୍ତୁ ପରିବର୍ତ୍ତନ ନିଶ୍ଚୟ ହେବ।

ଅତୀତରୁ ଶିକ୍ଷା ଓ ଭବିଷ୍ୟତ ପାଇଁ ବାର୍ତା

ଚାକିରି ବଦଳାଇବା (ସିକ୍ୟୁରୀଟି ମାର୍କେଟରୁ ଆଥିର୍କ ଆକାଉଟିଂ) ନିଜ ଭିତରେ ବିଶ୍ଵାସ ବଢ଼ାଇଛି ସମସ୍ତ ପ୍ରକାର ଅଭିଜ୍ଞାତକୁ ଭିନ୍ନ ଭିନ୍ନ ନ ଭାବି ନିଜ ଭିତରେ ଗ୍ରହଣ କରିନେବାକୁ ହେବ ନିଜର ସୁଖକର ଜୀବନରୁ ବାହାରିଲେ ଶ୍ରେଷ୍ଠ ଅଭିଜ୍ଞତା ମିଳିପାରିବ। ନିଜର ସ୍ଵପ୍ନ ପୂରଣ କରିବା ଦିଗରେ ବଢ଼ନ୍ତୁ ଓ ସେଥିପାଇଁ ଦୃଢ଼ ନିଶ୍ଚିତ ରୁହନ୍ତୁ। ଭୁଲ ପାଇଁ ଚିନ୍ତିତ ରୁହନ୍ତୁ ନାହିଁ। କେବେ ସ୍ଵଳ୍ପ ମିଆଦୀ ଲାଭ ନିଜର ଦୀର୍ଘ ମିଆଦୀ ଲାଭକୁ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ। ନିଜ ଲକ୍ଷ୍ୟ ପଥରେ ଅଟଳ ରୁହନ୍ତୁ।