#Demonetisation Paytm ପାଇଁ ପାଲଟିଲା ବରଦାନ, ହେଇଛି ୨୪,୦୦୦ କୋଟିର କାରବାର

#Demonetisation Paytm ପାଇଁ ପାଲଟିଲା ବରଦାନ, ହେଇଛି ୨୪,୦୦୦ କୋଟିର କାରବାର

Wednesday November 16, 2016,

2 min Read

ଡିଜିଟାଲ ମୋବାଇଲ ପେମେଣ୍ଟ କମ୍ପାନୀ Paytm ସୋମବାର ଦିନ ଘୋଷଣା କରିଥିଲା ଯେ ସେମାନେ ରେକର୍ଡ ତିଆରି କରିବା ସଂଖ୍ୟା ପଚାଶ ଲକ୍ଷ ଏକଦିବସୀୟ ଲେଣଦେଣ ପ୍ରକ୍ରିୟା କରିଛନ୍ତି ଏବଂ ପାଖାପାଖି ୨୪,୦୦୦ କୋଟି ଟଙ୍କାର କାରବାର କରିବାକୁ ଯାଉଛନ୍ତି।

ପୂର୍ବରୁ କମ୍ପାନୀ ଏକ ଘୋଷଣା କରିଥିଲା ଯେ ପ୍ରଧାନମନ୍ତ୍ରୀଙ୍କର ନୋଟ ଅଚଳ ହେବା ନେଇ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ Paytm ଆପ୍ ଟି ୨୦୦% ଅଧିକ ହାରରେ ଡାଉନଲୋଡ ହେଇଥିଲା ଏବଂ ସଂପୂର୍ଣ୍ଣ କାରବାରରେ ୨୫୦% ବୃଦ୍ଧି ଦେଖାଯାଇଥିଲା।

image


କମ୍ପାନୀ ଅନୁସାରେ ମୋଟ ସେଭ କରାଯାଇଥିବା କାର୍ଡ ମାନଙ୍କ ସଂଖ୍ୟାରେ ମଧ୍ୟ ପ୍ରାୟ ୩୦% ବୃଦ୍ଧି ହେଇଥିଲା ଓ Paytm ୱାଲେଟରେ ପ୍ରାୟ ୧୦୦୦% ଅଧିକ ପଇସା ରଖିବା ଆରମ୍ଭ ହେବାକୁ ଲାଗିଲା।

ନୋଟ ଅଚଳ ହେବା ଘୋଷଣାର ପ୍ରାୟ ଏକ ସପ୍ତାହ ମଧ୍ୟରେ ଆପ ଡାଉନଲୋଡର ହାର ଆହୁରି ୧୦୦% ବୃଦ୍ଧି ପାଇଛି। ଏବଂ ଗ୍ରାହକ ପିଛା ପ୍ରତ୍ଯେକ ସପ୍ତାହରେ ପ୍ରାୟ ୧୮ଟି ଅନଲାଇନ କାରବାର ହେବା ଲକ୍ଷ୍ୟ କରାଯାଇଛି। ଏହି ହାର ଆଗରୁ ଗ୍ରାହକ ପିଛା ୩ଟି କାରବାରରେ ସୀମିତ ଥିଲା।

କିରଣ ବାସିରେଡ୍ଡୀ, ବରୀଷ୍ଠ ଉପସଭାପତି Paytm କୁହନ୍ତି –

ଉପଭୋକ୍ତା ଓ ବେପାରୀ ମାନଙ୍କ ଠାରୁ ଏପରି ବ୍ୟାପକ ପ୍ରତିକ୍ରିୟା ମିଳିବା ପରେ ଆମେ ନୂତନ ବିକ୍ରୀକର୍ତ୍ତା ତଥା ବେପାରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛୁ। ଆମର ଅଧିଗ୍ରହଣର ଲକ୍ଷ୍ୟ ମଧ୍ୟ ସେଇ ଅନୁସାରେ ବଢାଇଛୁ। ଏହି ଆର୍ଥିକ ବର୍ଷର ଶେଷ ସୁଦ୍ଧା ଆମ ପାଖରେ ପଚାଶ ଲକ୍ଷ ମର୍ଚାଣ୍ଟ ଥିବେ ବୋଲି ଆମେ ଲକ୍ଷ୍ୟ ରଖିଛୁ।

ବର୍ତ୍ତମାନ Paytmରେ ବ୍ୟାପାର କରୁଥିବା କମ୍ପାନୀଙ୍କ ସଂଖ୍ୟା ପ୍ରାୟ ୮,୫୦,୦୦୦। ଏଥିରେ ଅଟୋ, ଟ୍ଯାକ୍ସି, ପେଟ୍ରୋଲ ପମ୍ପ, ସଉଦା ଦୋକାନ, ରେଷ୍ଟୁରାଣ୍ଟ, କଫି ସପ, ମଲ୍ଟିପ୍ଲେକ୍ସ, ପାର୍କିଂ, ମେଡିସିନ ଦୋକାନ, ହସ୍ପିଟାଲ ମଧ୍ୟ ସାମିଲ ଅଛି।

Paytmର ଅନ୍ୟ ଏକ ଉପସଭାପତି ନିତିନ ମିଶ୍ରଙ୍କ ଅନୁସାରେ ଛୋଟ ବଡ଼ ନିର୍ବିଶେଷରେ ସମସ୍ତ ବେପାରୀ ମାନେ ଏହି ଆପ ଯୋଗେ ବିନା କୌଣସି ନେଣଦେଣ ଫିରେ ପେମେଣ୍ଟ ଗ୍ରହଣ କରିପାରିବେ। ସେ କୁହନ୍ତି ଏହା ଭାରତ ପାଇଁ ପ୍ଲାଷ୍ଟିକ ଟଙ୍କାକୁ ପଛରେ ଛାଡ଼ି ମୋବାଇଲ ପେମେଣ୍ଟ ଯୁଗକୁ ଡିଆଁ ମାରିବାର ଏକ ଐତିହାସିକ ସୁଯୋଗ ।

Yourstory ସହ ଏକ ପୂର୍ବ ସାକ୍ଷାତକାରରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି Paytmର ମୁଖ୍ୟ ବିତ୍ତୀୟ ଅଧିକାରୀ ମଧୁର ଦେଓରା କହିଥିଲେ,

ଆମେ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆମ ସହ ସାଇନ ଅପ କରୁଥିବା ବେପାରୀଙ୍କର ସଂଖ୍ୟାରେ ବୃଦ୍ଧି ଲକ୍ଷ୍ୟ କରୁଛୁ। ଅନେକ ଅନଲାଇନ ବେବାରି ଯେଉଁମାନେ ଆଗରୁ କ୍ଯାଶ ଅନ ଡେଲିଭେରୀର ସାହାଯ୍ୟ ନେଉଥିଲେ ଏବେ Paytmର ଅପେକ୍ଷାକୃତ ଭାବେ ସରଳ ପେମେଣ୍ଟ ସୁବିଧା ବ୍ୟବହାର କରୁଛନ୍ତି। ଆମର ସହଜ ଓ ସୁବିଧାଜନକ QR କୋଡ ଓ ଜିରୋ ମର୍ଚାଣ୍ଟ ରିହାତି ସହ ଆମେ ତାର୍କିକ ଦୃଷ୍ଟିକୋଣରୁ ଟଙ୍କାର ସର୍ବୋତ୍ତମ ବିକଳ୍ପ।

Paytm ବର୍ତ୍ତମାନ ଅଫଲାଇନ ପେମେଣ୍ଟ ବର୍ଗରେ ମଧ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏହା ମଧ୍ୟରେ ଟୋଲ ବୁଥ ଶୁଳ୍କ ଦେୟ ସହ ଅନ୍ୟାନ୍ୟ ପେମେଣ୍ଟ ରହିଛି। Paytmର କିଛି ନାମୀଦାମୀ ଅଫଲାଇନ ପାର୍ଟନର ମାନେ ହେଲେ Future Group, More, Big Bazaar, Spencers, eZone, Croma, Fortis Health World, Indian Oil, Hindustan Petroleum, Mother Dairy, WHSmith, Haldiram’s, Vaango, KFC, Pizza Hut, Barista, Costa Coffee ଇତ୍ୟାଦି।