ଦଙ୍ଗଲର ପ୍ରକୃତ ଗୀତା ଫୋଗାଟ କିପରି ଜିତିଥିଲେ ହରିଆଣା ରାଜ୍ୟ ସରକାର ସହ ଦଙ୍ଗଲ

ଦଙ୍ଗଲର ପ୍ରକୃତ ଗୀତା ଫୋଗାଟ କିପରି ଜିତିଥିଲେ ହରିଆଣା ରାଜ୍ୟ ସରକାର ସହ ଦଙ୍ଗଲ

Saturday December 31, 2016,

2 min Read

ହରିଆଣା ରାଜ୍ୟ ପ୍ରଶାସନ ସହ ଏକ ଲମ୍ବା ଦଙ୍ଗଲ ପରେ ୨୭ ବର୍ଷୀୟା ଅନ୍ତର୍ଜାତୀୟ ସ୍ତରର କୁସ୍ତି ଚମ୍ପିୟାନ ଗୀତା ଫୋଗାଟ ଉପ ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଗୀତା ୨୦୧୦ରେ ହେଇଥିବା କମନୱେଲଥ ଗେମ୍ସରେ ୫୫ କିଲୋ ଶ୍ରେଣୀରେ ଭାରତ ପାଇଁ ପ୍ରଥମ ଥର ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଭାରତର ପ୍ରଥମ ମହିଳା କୁସ୍ତି ଖେଳାଳୀ ଥିଲେ ଯିଏ ଏଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହେଇଥିଲେ।

୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ଵ କରୁଥିବା ଏକମାତ୍ର କୁସ୍ତି ଖେଳାଳୀ ଗୀତା ଥିଲେ। ଚଳିତ ବର୍ଷ ତାଙ୍କର ନିଜ ସାନ ଭଉଣୀ ଦୁଇଜଣ ବବିତା ଓ ବିନେଶ ଏହି ସଂଖ୍ୟାକୁ ବଢାଇ ୩ କରିଥିଲେ। ଗୀତା ଓ ବବିତା ପୂର୍ବତନ ଅଲିମ୍ପିକ୍ସ ଖେଳାଳୀ ମହାବୀର ସିଂ ଫୋଗାଟ ଙ୍କର ପୁତ୍ରୀ ହେଇଥିବା ବେଳେ ବିନେଶ ତାଙ୍କର ଝିଆରୀ ଅଟନ୍ତି। ମହାବୀର ତାଙ୍କର ଝିଅ ଦୁହିଙ୍କୁ କିପରି ଭାବେ ସ୍ଵର୍ଣ୍ଣ ପଦକ ଜିତିବା ପାଇଁ ନିଜେ ତାଲିମ ଦେଇଥିଲେ ତାହା ଅମୀର ଖାନଙ୍କ ଦ୍ଵାରା ଅଭିନୀତ ଓ ନିକଟରେ ରିଲିଜ ହେଇଥିବା ଦଙ୍ଗଲ ଫିଲ୍ମରେ ଚିତ୍ରଣ କରାଯାଇଛି।

Image : (L) – <a href=

Image : (L) –

International Business Times; (R) – Sports Keedaa12bc34de56fgmedium"/>

ଗୀତା ଏହି ନିଯୁକ୍ତି ପାଇଁ ଦୀର୍ଘ ୬ ବର୍ଷ ଅପେକ୍ଷା କରିଥିଲେ। ସେ ୨୦୧୦ରେ ସ୍ପୋର୍ଟ୍ସ କୋଟାରେ ହରିଆଣା ପୋଲିସ ପାଇଁ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇବା ପାଇଁ ମନୋନୀତ ହେଇଥିଲେ। ସେହି ବର୍ଷ ସେ ଅଷ୍ଟ୍ରେଲିଆର ଏମିଲି ବେନଷ୍ଟେଡଙ୍କୁ ୫୫ କିଲୋ ଶ୍ରେଣୀରେ କମନୱେଲଥ ଗେମ୍ସରେ ପରାଜିତ କରି ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏତେ ବଡ଼ ବିଜୟ ସତ୍ତ୍ୱେ ତାଙ୍କ ପ୍ରତି ଏପରି ଅବହେଳା ଦେଖିବାରୁ ସେ ଅସନ୍ତୁଷ୍ଟ ହୋଇ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଅପିଲ କରିଥିଲେ ଯେ ତାଙ୍କୁ ତାଙ୍କର କୃତିତ୍ଵ ସହ ମେଳ ଖାଉଥିବା ପଦ ଦିଆଯାଉ।

ଗୀତାଙ୍କୁ ଦୀର୍ଘ ଛ’ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ଯେତେବେଳେ କି ଏହି ସମୟରେ ତାଙ୍କ ସହ କମନୱେଲଥ ଗେମ୍ସରେ ପଦକ ଜିତିଥିବା ଅନେକ ପୁରୁଷ ଖେଳାଳୀ ଯେମିତିକି, ବିକାଶ କୃଷ୍ଣନ, ପରମଜିତ ସାମୋତା, ରମେଶ କୁମାର ଏବଂ ରବିନ୍ଦର ସାଙ୍ଗୱାନ ସମସ୍ତେ ଡ଼ିଏସପି ଭାବେ ନିଯୁକ୍ତି ପାଇସାରିଥିଲେ।

ଜଣେ ଖେଳାଳୀ ଦେଶ ପାଇଁ ପଦକ ଜିତିବା ପାଇଁ ତା’ର ସମସ୍ତ ଶକ୍ତି ଲଗେଇ ଦେଇଥାଏ। ସରକାରଙ୍କର ଏପରି ନିଷ୍ପତ୍ତି ଆମର ଆର୍ଥିକ ନିରାପତ୍ତା ପାଇଁ ଖୁବ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ମୋ ସହ ଯାହା ହେଲା ଭବିଷ୍ୟତରେ କୌଣସି ଖେଳାଳୀଙ୍କ ସହ ଏପରି ନ ହେଉ ବୋଲି ମୁଁ ଆଶା କରୁଛି। 

                          - ଗୀତା The Indian Expressକୁ ଏକ ସାକ୍ଷାତକାରରେ କୁହନ୍ତି।