୨୫୦ ସଂଖ୍ୟକ ବରିଷ୍ଠ ନାଗରିକ ନିଜପାଇଁ ଜୀବନସାଥି ଖୋଜିବା ପାଇଁ ମାଟ୍ରିମୋନିଆଲ କାର୍ଯ୍ୟକ୍ରମରେ ଯୋଗ ଦେଲେ

୨୫୦ ସଂଖ୍ୟକ ବରିଷ୍ଠ ନାଗରିକ ନିଜପାଇଁ ଜୀବନସାଥି ଖୋଜିବା ପାଇଁ ମାଟ୍ରିମୋନିଆଲ କାର୍ଯ୍ୟକ୍ରମରେ ଯୋଗ ଦେଲେ

Monday August 08, 2016,

2 min Read

Image : (L) –<a href=

Image : (L) –

Shutterstock; (R) – Oratechsolvea12bc34de56fgmedium"/>

ଅନେକେ କହନ୍ତି ବୟସ ହେଲା ଏକ ସଂଖ୍ୟା ମାତ୍ର। କେବଳ ଏକ ସଂଖ୍ୟା। ଗତ ମାସ ପ୍ରାୟ ୨୫୦ ବୟୋଜ୍ୟେଷ୍ଠ ନାଗରିକ, ଯେଉଁମାନଙ୍କର ବୟସ ପ୍ରାୟ ୫୦ ରୁ ୬୦ ଭିତରେ, ବେଙ୍ଗାଲୁରୁରେ ଏକ ମ୍ୟାଚ ମେକିଙ୍ଗ ବା ଘଟସୂତ୍ର ଉତ୍ସବରେ ଯୋଗ ଦେଇଥିଲେ। ନିଜ ପୁଅ ଝିଅଙ୍କ ପାଇଁ ଉପଯୁକ୍ତ ବର ବା କନ୍ୟା ଖୋଜିବା ପାଇଁ ନୁହେଁ, ବରଂ ନିଜ ପାଇଁ ଜୀବନସାଥୀ ଖୋଜିବା ପାଇଁ ଏକତ୍ର ହେଇଥିଲେ ଏମାନେ। ବୟସ ଯେ କେବଳ ଏକ ସଂଖ୍ୟା ତାହା ପ୍ରମାଣିତ କରିଛନ୍ତି ଏମାନେ।

“ଆମେ ଏପ୍ରକାର ଯୋଗଦାନ ଦେଖି ଚକିତ ଓ ଖୁସି ମଧ୍ୟ। ଅଂଶଗ୍ରହଣକାରୀ ଙ୍କ ମଧ୍ୟରେ ଅନେକ ଅବିବାହିତ, ବିଧବା/ବିଧୂର ଓ ଡିଭୋର୍ସି ମଧ୍ୟ ଥିଲେ,” 

- ଅନୁଭନ୍ଦନ ଫାଉଣ୍ଡେସନର ସଭ୍ୟ ଭାରତଭାଇ ପଟେଲ The Times Of Indiaକୁ କୁହନ୍ତି।

ବୃଦ୍ଧାବସ୍ଥାରେ ଏକଲାପଣ ଏକ ବିରାଟ ସାମାଜିକ ସମସ୍ୟା। ଅନେକ ବୟସ୍କ ଲୋକେ ଏକଲା ରୁହନ୍ତି, ପ୍ରାୟତଃ ପିଲାମାନେ ଦୂରରେ ଚାକିରୀ କରୁଥାନ୍ତି। ଭାରତଭାଇ କହନ୍ତି ଅହମଦାବାଦର ଏହି ସଂସ୍ଥା ଦେଶର ବହୁତଗୁଡ଼ିଏ ସହରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରୁଛି ଯାହାର ସହାୟତାରେ ବୟସ୍କ ଲୋକ ମାନେ ଉତ୍ତର ବୟସରେ ଏକଲାପଣକୁ ସାମନା କରିବା ପାଇଁ ନିଜପାଇଁ ମନମୁତାବକ ସାଥିଟିଏ ଖୋଜି ପାଇପାରୁଛନ୍ତି।

“ଯଦିଓ ଏଥର ଭାଗ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଗତ ଥର ଅପେକ୍ଷା ୫୦ କମିଛି କିନ୍ତୁ ଏଥର କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ଲୋକେ ଛୁଟିଆସିଛନ୍ତି, ଯେପରିକି ମାଙ୍ଗାଲୋର, ହୁବଳି, ମହୀଶୂର ଓ ରାଈଚୂର। ଏହା ଅତ୍ୟନ୍ତ ଆନନ୍ଦର ବିଷୟ। ପ୍ରଥମ ଥର ପାଇଁ ଆମେ ୨୦୧୪ ଜାନୁଆରୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ।

ଏଥରର କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଅଧିକ ବୟସର ପୁରୁଷଙ୍କୁ ୭୮ ଓ ମହିଳା ମାନଙ୍କ ମଧ୍ୟରେ ୫୫ ବର୍ଷୀୟ ଜଣେ ମହିଳା ନିଜ ପାଇଁ ଏକ ଜୀବନସାଥୀର ସନ୍ଧାନ କରିବା ନିମନ୍ତେ ଏଥିରେ ଭାଗ ନେଇଥିଲେ।

ସମସ୍ତ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦ ଜଣ କାର୍ଯ୍ୟକ୍ରମର ସ୍ଥାନରେ ହିଁ ନିର୍ବନ୍ଧ କରିଥିଲେ ଓ ଡଜନରୁ ଅଧିକ ଜଣ ଆଉ ଥରଟିଏ ଦେଖା କରି କଥାବାର୍ତ୍ତା ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ବାକି ଲୋକଙ୍କ ମଧ୍ୟରୁ ଅନେକ ଏହି ସଂସ୍ଥା ସହ ରେଜିଷ୍ଟର କରି ତାଙ୍କୁ ନିଜ ପାଇଁ ଉପଯୁକ୍ତ ସାଥିଟିଏ ଖୋଜିବାରେ ସଂସ୍ଥାର ଡାଟାବେସର ସାହାଯ୍ୟ ନେବେ ବୋଲି ଜଣାଇଥିଲେ।

“କ୍ଷୁଦ୍ର ପରିବାର, କର୍ମନିଯୁକ୍ତି ସନ୍ଧାନରେ ଘରଠାରୁ ଦୂରକୁ ଯିବା ଓ ଧୀରେ ଧୀରେ ବଦଳୁଥିବା ଜୀବନଶୈଳୀର ଫଳ ସ୍ୱରୂପ ପରିବାରର ବୟୋଜ୍ୟେଷ୍ଠ ସଭ୍ୟ ମାନେ ଏକଲା ପଡ଼ିଯାଉଛନ୍ତି। ପୁଅଝିଅ ମାନେ ନିଜ କ୍ୟାରିଅର ପାଇଁ ପାଠପଢା ସାରିବା ପରେ ଦୂରକୁ ଚାଲିଯାଉଛନ୍ତି ଓ ବିବାହ ପରେ ଅଲଗା ରହିବା ପସନ୍ଦ କରୁଛନ୍ତି,” ଭାରତଭାଇ କୁହନ୍ତି।

ମଧ୍ୟବିତ୍ତ ପରିବାରର ଅଧିକାଂଶ ବୟୋଜ୍ୟେଷ୍ଠ ସଭ୍ୟ ମାନେ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ହେଲେ ହେଁ ଏକଲାପଣ ଓ ଏକ ସାଥିର ଅଭାବ ହିଁ ତାଙ୍କ ଜୀବନର ସବୁଠାରୁ ବଡ କଷ୍ଟ ପାଲଟିଯାଏ। ତେଣୁ ଏବେ ଅନେକ ବ୍ୟକ୍ତି ଉତ୍ତର ବୟସରେ ସାଥିଟିଏର ସନ୍ଧାନରେ ଜାତିପାତି ବା ଅନ୍ୟାନ୍ୟ ବୈଷମ୍ୟ କୁ ଦେଖୁନାହାନ୍ତି ଓ ସାଥିଟି ଉପଯୁକ୍ତ ଓ ମନମୁତାବକ ହେଲେ ସମସ୍ତ ଧର୍ମ, ବର୍ଣ୍ଣ, ଜାତି ଓ ଗୋତ୍ର ନିର୍ବିଶେଷରେ ତାଙ୍କୁ ଗ୍ରହଣ କରୁଛନ୍ତି।