ଦୃଷ୍ଟିହୀନଙ୍କ ଲାଗି ସ୍ବଳ୍ପ ଖର୍ଚ୍ଚରେ ପ୍ରିଣ୍ଟର ନିର୍ମାଣ କରୁଛନ୍ତି ୧୪ ବର୍ଷର ବାଳକ

ଦୃଷ୍ଟିହୀନଙ୍କ ଲାଗି ସ୍ବଳ୍ପ ଖର୍ଚ୍ଚରେ ପ୍ରିଣ୍ଟର ନିର୍ମାଣ କରୁଛନ୍ତି ୧୪ ବର୍ଷର ବାଳକ

Tuesday March 01, 2016,

2 min Read

ଶୁଭମ ବାନାର୍ଜୀଙ୍କୁ ଯେତେବେଳେ ବୟସ ମାତ୍ର ୧୨ ବର୍ଷ ସେ ବିଦ୍ୟାଳୟ ବିଜ୍ଞାନ ମେଳାରେ ବ୍ରେଲି ପ୍ରିଣ୍ଟର ପ୍ରଦର୍ଶନ କରିଥିଲେ । ଏବେ ୧୪ ବର୍ଷ ବୟସରେ ସେ ଆଉ ନିୟମିତ ସ୍କୁଲ ଯାଉଥିବା ବାଳକ ହୋଇ ରହିନାହାନ୍ତି । ବରଂ ସେ ଜଣେ ଉଦ୍ୟୋଗୀ ପାଲଟିଛନ୍ତି ଏବଂ ଭେଞ୍ଚର ପୁଞ୍ଜିପତିଙ୍କୁ ଭେଟିବା, ଇଂଜିନିୟରଙ୍କ ସହ ମାନସମନ୍ଥନ କରିବା ଓ ନିଜ କମ୍ପାନିର ଉନ୍ନତି ଚିନ୍ତାରେ ତାଙ୍କର ସମୟ ବିତୁଛି । ସେ ହେଉଛନ୍ତି Braigo Labs ନାମକ କାଲିଫର୍ଣିଆ କମ୍ପାନିର ସିଇଓ । ଏ ସଂସ୍ଥାରେ Intel Corp ଭଳି ପ୍ରଯୁକ୍ତି ହାତୀ ବି ଅର୍ଥ ଲଗାଇଛନ୍ତି ।

image


ଏସବୁ ଘଟିଲା ଯେତେବେଳେ ଶୁଭମ ନିଜ ବିଦ୍ୟାଳୟ ବିଜ୍ଞାନ ମେଳା ପାଇଁ କ’ଣ ପ୍ରକଳ୍ପ ପ୍ରସ୍ତୁତ କରିବେ ଚିନ୍ତା କରୁଥିଲେ । ସେ ତାଙ୍କ ବାପାମା’ଙ୍କୁ ଗୋଟିଏ ସରଳ ପ୍ରଶ୍ନ ପଚାରିଥିଲେ- ଦୃଷ୍ଟିହୀନମାନେ କେମିତି ପଢ଼ନ୍ତି? ସେମାନେ ଉତ୍ତର ଦେଇଥିଲେ, ‘ଗୁଗଲରେ ଖୋଜି ନେ ।’ ପ୍ରାରମ୍ଭିକ ଗୁଗଲ ଖୋଜାଖୋଜି ପରେ ସେ ଜାଣିବାକୁ ପାଇଲେ ଯେ ଏମ୍ବୋସର ନାମରେ ଜଣାଶୁଣା ମଧ୍ୟମ ଧରଣର ବ୍ରେଲି ପ୍ରିଣ୍ଟରର ମୂଲ୍ୟ ୨୦୦୦ ଡଲାର । ଡେଲି ମେଲକୁ ଏକ ସାକ୍ଷାତକାରରେ ଶୁଭମ କହିଛନ୍ତି, ‘ମୁଁ ଭାବିଲି, ଏହାର ଦାମ ଏତେ ହେବା ଅନୁଚିତ । ମୁଁ ଜାଣିଛି ଏହାକୁ ଅଧିକ ସରଳ ଭାବେ କରିବାର ଉପାୟ ଅଛି ।’

ମଜା କଥା ହେଲା, ଶୁଭମ ନିଜ ଶସ୍ତା ବ୍ରେଲି ପ୍ରିଣ୍ଟରରେ ଲେଗୋ ବ୍ଲକ୍ ବ୍ୟବହାର କରିଛନ୍ତି । ଏହା ଛଡ଼ା ସେ ଏକ ହାଲକା ଡେସ୍କଟପ ପ୍ରିଣ୍ଟର ପ୍ରସ୍ତୁତ କରିବାକୁ ଚାହାନ୍ତି ଯାହାର ମୂଲ୍ୟ ୩୫୦ ଡଲାର ମଧ୍ୟରେ ରହିବ । ଏଥିପାଇଁ ସେ ୫ ଜଣ ଇଂଜିନିୟରଙ୍କୁ ନିୟୋଜିତ କରିଛନ୍ତି । ଶୁଭମ ଏକ ଡେସ୍କଟପ୍ ପ୍ରିଣ୍ଟର ପ୍ରସ୍ତୁତ କରି ସାରିଛନ୍ତି ଯାହା ବୈଦ୍ୟୁତିକ ଅକ୍ଷରସବୁକୁ ବ୍ରେଲିରେ ରୂପାନ୍ତରିତ କରିବ । ମୂଳକଥାଟି ହେଲା କାଳୀ ବଦଳରେ ଉପରକୁ ଉଠି ରହିଥିବା ବିନ୍ଦୁ ସବୁକୁ ଉଭୟ କମ୍ପ୍ୟୁଟର ଓ ମୋବାଇଲ ମାଧ୍ୟମରେ ଛପାଇବା । ଏବେ ଦୃଷ୍ଟିହୀନ ମାନେ ଏବେ ଯେମିତି ପଢ଼ୁଛନ୍ତି ତାହା ସେ ନିଶ୍ଚୟ ବଦଳେଇବେ ବୋଲି ଜଣାପଡ଼ୁଛି । ଶୁଭମ କହନ୍ତି, ‘ପ୍ରାୟ ଦିନ ସ୍କୁଲ ଶେଷ ହେବା ପରେ ଆମେ ପୁଞ୍ଜିଲଗାଣକାରୀଙ୍କୁ ଭେଟୁଛୁ ।’

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ହିଞ୍ଜିଳିର କୁନି ବିଜ୍ଞାନୀ ଶୁଭେନ୍ଦୁ: ଚାଷୀଙ୍କ ପାଇଁ ଗଢ଼ିଥିବା ଯନ୍ତ୍ରକୁ ନେଇ ଚର୍ଚ୍ଚା

ଟ୍ରେନ୍ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଝିଅ ହେବେ ଡାକ୍ତରାଣୀ

ଭିକାରୀଙ୍କ ଦାନ ଅର୍ଥରେ ମନ୍ଦିରରେ ପକ୍ଷୀଙ୍କ ପାଇଁ ତିଆରି ହେବ ଘର